ଡିସେମ୍ଵରରେ ପଡିବ କିଆରା-ସିଦ୍ଧାର୍ଥଙ୍କ ହାତଗଣ୍ଠି, ମୁମ୍ଵାଇରେ ହେବ ଗ୍ରାଣ୍ଡ ରିସେପ୍‌ସନ

Published By : Prameya-News7 Bureau | November 03, 2022 IST

ମୁମ୍ଵାଇ ୦୩।୧୧: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ । ବଲିଉଡର ଲୋକପ୍ରିୟ କପଲ୍‌। ପ୍ରଶଂସକମାନେ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରୁଛନ୍ତି। କିଛି ଦିନ ହେବ ଉଭୟଙ୍କ ବିବାହ ଖବର ଚର୍ଚ୍ଚାରେ ଅଛି । କୁହାଯାଉଛି ଯେ ଖୁବ୍ ଶୀଘ୍ର ଉଭୟ ବିବାହ କରିବେ। ଏହି ସମୟରେ, ବିବାହ ବିଷୟରେ ଆଉ ଏକ ନୂଆ ଅପଡେଟ୍‌ ସାମ୍ନାକୁ ଆସିଛି। କୁହାଯାଉଛି ଯେ ଉଭୟ ବର୍ତ୍ତମାନ ବିବାହର ସ୍ଥାନ ଉପରେ ଦୃଷ୍ଟି ରଖିଛନ୍ତି।

{"id":703985,"sizeSlug":"full","linkDestination":"none"}

ପିଙ୍କଭିଲ୍ଲା ରିପୋର୍ଟ ଅନୁଯାୟୀ ସିଦ୍ଧାର୍ଥ ମଲହୋତ୍ରାଙ୍କର ଏକ ଘନିଷ୍ଠ ସୂତ୍ରରୁ ପ୍ରକାଶ ଯେ ଉଭୟ ମାସ ମାସ ଧରି ବିବାହ ସ୍ଥାନ ଖୋଜୁଥିଲେ । ଜାଣିବାକୁ ମିଳିଛି ଯେ କିଆରା ଏବଂ ସିଦ୍ଧାର୍ଥ ଚଣ୍ଡିଗଡ଼ର ବିଳାସପୂର୍ଣ୍ଣ ପ୍ରପୋଟି ଖୋଜୁଛନ୍ତି। ଚଣ୍ଡିଗଡ଼ର ଓବରୋଇ ସୁଖଭିଲ୍ଲା ସ୍ପା ଏବଂ ରିସର୍ଟକୁ ବିବାହ ପାଇଁ ଦୃଷ୍ଟି ରଖାଯାଇଛି। ଖବର ଅନୁଯାୟୀ ରାଜକୁମାର ରାଓ ଏବଂ ପତ୍ରଲେଖା ମଧ୍ୟ ଏହି ସ୍ଥାନରେ ବିବାହ କରିଥିଲେ।

B-Town's heartthrobs Sidharth Malhotra, Kiara Advani get papped TOGETHER at  Ashvini Yardi's birthday bash | PINKVILLA

ସେ ଆହୁରି କହିଛନ୍ତି, ପୂର୍ବରୁ ଉଭୟ ଗୋଆରେ ବିବାହ କରିବାକୁ ଯୋଜନା କରୁଥିଲେ, କିନ୍ତୁ ସିଦ୍ଧାର୍ଥଙ୍କର ଏକ ବଡ ପଞ୍ଜାବୀ ପରିବାର ଅଛି । ଏହି କାରଣରୁ ଗୋଆର ପ୍ଲାନ ହଟାଇଥିଲେ। କହିବାକୁ ଗଲେ କିଆରା ଏବଂ ସିଦ୍ଧାର୍ଥଙ୍କୁ କରଣଙ୍କ  ଶୋ’ରେ ବିବାହ ବିଷୟରେ ପ୍ରଶ୍ନ ପଚରାଯାଇଥିଲା। ଉଭୟ ଏହି ସମୟ ସ୍ପଷ୍ଟ କରି କହି ନାହାଁନ୍ତି, କିନ୍ତୁ ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି ବୋଲି ସୂଚିତ କରିଛନ୍ତି। ଏହି ସମୟରେ, ଏହା ମଧ୍ୟ ସୂଚନା ମିଳିଥିଲା କି ଉଭୟ ଖୁବ୍‌ ଶୀଘ୍ର ବିବାହ କରିପାରନ୍ତି । ଅର୍ଥାତ୍‌ ବର୍ଷ ଶେଷରେ ମାନେ ଡିସେମ୍ଵରରେ ହୋଇପାରେ। କିନ୍ତୁ ପ୍ରଶଂସକମାନେ ଦୁହିଁଙ୍କ ବିବାହର ତାରିଖ ଏବଂ ସ୍ଥାନ ଜାଣିବାକୁ ଉତ୍ସାହିତ ଅଛନ୍ତି।

Sidharth Malhotra-Kiara Advani declared marriage! Know when and where the  wedding will take place! | palpalnewshub

କିଛି ଦିନ ପୂର୍ବରୁ ଖବର ଆସିଥିଲା ​​ଯେ କିଆରା ଏବଂ ସିଦ୍ଧାର୍ଥ ବିବାହ ପୂର୍ବରୁ ଲାଇଭ-ଇନ୍‌ରେ ରହିବାକୁ ଚାହୁଁଛନ୍ତି। ଉଭୟ ବିବାହ ପୂର୍ବରୁ ପରସ୍ପରକୁ ଆହୁରି ଭଲ ଭାବରେ ଜାଣିବାକୁ ଚାହାଁନ୍ତି । କେବଳ ଏତିକି ନୁହେଁ, ଉଭୟ ଲିଭ୍ ପାଇଁ ଏକ ଭଲ ଘର ଖୋଜୁଛନ୍ତି।ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଯଦି ଦୁହେଁ ଭଲ ଘର ନ ପାଆନ୍ତି, ତେବେ କିଆରା ସିଦ୍ଧାର୍ଥଙ୍କ ଘରେ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.