scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କିଆରାଙ୍କୁ ବିବାହ କରିବା ପରେ ବଦଳି ଯାଇଛି ସିଦ୍ଧାର୍ଥଙ୍କ ଲାଇଫ୍‌, କହିଲେ- ପୂର୍ବପେକ୍ଷା ଦାୟିତ୍ୱବାନ….

22/11/2023 at 8:32 AM

ମୁମ୍ଵାଇ ୨୨।୧୧: ବଲିଉଡ୍‌ର ପାୱାର କପଲ ସିଦ୍ଧାର୍ଥ ମଲହୋତ୍ରା- କିଆରା ଆଡଭାନି। ଦୁହିଁଙ୍କୁ ଯୋଡିଙ୍କୁ ଫ୍ୟାନ୍ସ ଖୁବ୍‌ ପସନ୍ଦ କରନ୍ତି ।  ପ୍ରତ୍ୟେକ ଇଭେଣ୍ଟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳେ। ବର୍ତ୍ତମାନ ଦୁହିଁଙ୍କୁ ନେଇ ଏକ ଚର୍ଚ୍ଚା ଲାଗି ରହିଛି। କୁହାଯାଉଛି କି ବିବାହ ପରେ ବଦଳିଗଲେଣି ସିଦ୍ଧାର୍ଥ । ତାଙ୍କ ପର୍ସନାଲ –ପ୍ରୋଫେଶନାଲ ଲାଇଫ୍‌ରେ ବହୁତ ବଦଳି ଯାଇଛି। ଏହା ଅଭିନେତା ନିଜେ କହିଛନ୍ତି। ଲୋକପ୍ରିୟ ଚାଟ୍‌ ଶୋ’ ‘କଫି ୱିଥ୍‌ କରଣ ସିଜିନ୍‌ ୮’ରେ ଅତିଥି ଭାବେ ଯୋଗଦେଇ ସିଦ୍ଧାର୍ଥ ଏଭଳି ମନ୍ତବ୍ୟ ଦେଇଛନ୍ତି।

ଶୋ’ର ଆଗାମୀ ଏପିସୋଡରେ ଅଭିନେତା ବରୁଣ ଧାଓ୍ବନଙ୍କ ସହ ସିଦ୍ଧାର୍ଥ ନଜର ଆସିବେ। ଉଭୟ କରଣଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରେ ଯୋଗେ ବଲିଉଡ ଡେବ୍ୟୁ କରିଥିଲେ। ସେବେ ଠାରୁ ସିଦ୍ଧାର୍ଥ ଏବଂ ବରୁଣ ପରସ୍ପରର ଭଲ ବନ୍ଧୁ ରହି ଆସିଛନ୍ତି। ଉଭୟ ନିଜ ଜୀବନର ଲେଡି ଲଭ୍‌ଙ୍କୁ ବିବାହ ମଧ୍ୟ କରିସାରିଛନ୍ତି ।

ଚଳିତ ବର୍ଷ ସିଦ୍ଧାର୍ଥ ହାତକୁ ଦୁଇ ହାତ ହୋଇଥିଲେ। ଏନେଇ ପତ୍ନୀ କିଆରାଙ୍କୁ ନେଇ ଶୋ’ରେ ଅନେକ କିଛି କହିଛନ୍ତି। ଦୁହେଁ ପରିବାରକୁ ବେଶ ଗୁରୁତ୍ୱ ଦେବା ସହ ସେମାନଙ୍କ ସହ ସମୟ ବିତାଉଛନ୍ତି। କିଆରାଙ୍କ ଲାଗି ସିଦ୍ଧାର୍ଥ ପୂର୍ବପେକ୍ଷା ଦାୟିତ୍ୱବାନ, ପରିଶ୍ରମୀ ହୋଇଯାଇଛନ୍ତି। ପୂର୍ବରୁ ବମ୍ବେରେ ସାଙ୍ଗମାନଙ୍କ ସହ ରହିବାକୁ ପଡ଼ୁଥିବା ବେଳେ ଏବେ ଜଣେ ପାର୍ଟନର ମିଳିଯାଇଛନ୍ତି। ଭଲପାଇବା ଅଧିକ ଥିବାରୁ କିଆରାଙ୍କ ଯତ୍ନ ନେବାକୁ ସର୍ବଦା ପ୍ରାଧାନ୍ୟ ଦେଇଥାନ୍ତି ବୋଲି ମଧ୍ୟ ସିଦ୍ଧାର୍ଥ କହିଛନ୍ତି। ତାଙ୍କ ପ୍ରତି ମୋ ଭଲ ଫାଇବା ଏବେ ବହୁତ ବଢିଯାଇଛି ।

   Related Posts