ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଫିଲ୍ମରେ ଆକ୍ସନ ସିନ୍ ଶୁଟିଂ କଲା ବେଳେ ଆହତ ହେଲେ ଅକ୍ଷୟ କୁମାର
  • ||
  • ଅମ୍ରିତପାଲକୁ ଘରେ ଲୁଚାଇ ରଖିଥିବା ମହିଳା ବଲଜିତ କୌର ହରିଆଣାରୁ ଗିରଫ, ବଲଜିତ କହିଲା, ପଗଡ଼ି ପିନ୍ଧୁନି ଅମ୍ରିତପାଲ, ବଦଳାଇଛି ରୂପ
  • ||
  • ସିବିଆଇ ତଦନ୍ତ ପାଇଁ ୯ ରାଜ୍ୟ ପ୍ରତ୍ୟାହାର କରିଛନ୍ତି ଜେନେରାଲ୍ କନସେଣ୍ଟ: ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ସୂଚନା
  • ||
  • ଦିଲ୍ଲୀ ହିଂସା ୨୦୨୦: ଆପ୍‌ ନେତା ତାହିର ହୁସେନ୍‌ଙ୍କ ସମେତ ୧୦ ଜଣଙ୍କ ନାଁରେ ଅଭିଯୋଗ ସ୍ଥିର କଲେ କୋର୍ଟ
  • ||
  • ନୂଆଦିଲ୍ଲୀ: ମହାରାଷ୍ଟ୍ର, ଗୁଜରାଟ, କେରଳ, କର୍ଣ୍ଣାଟକ, ତାମିଲନାଡୁ, ଦିଲ୍ଲୀ, ହିମାଚଳ ପ୍ରଦେଶ ଏବଂ ରାଜସ୍ଥାନରେ ସବୁଠୁ ଅଧିକ କରୋନା ମାମଲା ଚିହ୍ନଟ ହେଉଛି
  • ||
  • ନୂଆଦିଲ୍ଲୀ:‘କରୋନା ଏବେ ବି ଶେଷ ହୋଇ ନାହିଁ’, ଦେଶର ୮ ରାଜ୍ୟରେ ଚିହ୍ନଟ ହେଉଛି ଅଧିକ ମାମଲା ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ
  • ||
  • ରାଉରକେଲା : ଡିଭାଇଡର୍‌ରେ ପିଟିହେଲା ବାଇକ୍, ୨ ଯୁବକଙ୍କ ମୃତ୍ୟୁ
  • ||
  • ଭୁବନେଶ୍ବର : ତୃଣମୂଳସ୍ତରରୁ ସଙ୍ଗଠନକୁ ସୁଦୃଢ଼ କରିବା ସହ ବିଜେଡ଼ିର ବିକଳ୍ପ ହେବ ଦଳ : ସମୀର ମହାନ୍ତି
  • ||
  • ନୂଆପଡା : ନୂଆପଡାରେ ଥମୁନି ବାଘ ଆତଙ୍କ, ବାଛୁରୀକୁ ମାରି ଖାଇଲା କଲରାପତରିଆ
  • ||
  • ଭୁବନେଶ୍ବର : ସ୍ପେଶାଲ ସ୍କ୍ବାଡ୍ ପଞ୍ଝାରେ ୩ ଡକାୟତ, ଘରେ କେହି ନଥିବା ବେଳେ କରୁଥିଲେ ଲୁଟ୍
  • ||

ବିବାହ ପରେ ସୁଟିଂକୁ ଫେରିଲେ ସିଦ୍ଧାର୍ଥ ମଲହୋତ୍ରା, ‘ଯୋଦ୍ଧା’ ଟିମ୍‌ ସହ ହେଲେ ସ୍ପଟ୍‌

16/02/2023 at 9:07 AM

ମୁମ୍ଵାଇ ୧୬।୦୨: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଆସିଛନ୍ତି। ବଲିଉଡର ସବୁଠାରୁ ଲୋକପ୍ରିୟ ଦମ୍ପତି ୭ ଫେବୃଆରୀରେ ଜୟସଲମର ସୂର୍ଯ୍ୟଗଡ ପ୍ୟାଲେସରେ ଘନିଷ୍ଠ ବନ୍ଧୁ ଏବଂ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ କରିଥିଲେ। ଏହା ପରେ ଦିଲ୍ଲୀରେ ଏବଂ ପରେ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପ୍ସନ୍ ଦେଇଥିଲେ । ଯେଉଁଥିରେ ବଡ ବଡ ତାରକାଙ୍କୁ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସିଡ୍-କିଆରାଙ୍କ ବିବାହ ସବୁ ସେଲିବ୍ରେସନ ଶେଷ ହୋଇଛି। ବର୍ତ୍ତମାନ ଦୁହେଁ ଏବେ କାମକୁ ଫେରିଛନ୍ତି । ଅଭିନେତା ସିଦ୍ଧାର୍ଥ ବିବାହ ପରେ ପ୍ରଥମ ଥର ପାଇଁ  ସୁଟିଂ ସେଟ୍‌ରେ ସ୍ପଟ୍‌ ହୋଇଥିଲେ । ନଜର ପାପାରାଜି ମଧ୍ୟ ସିଡ୍‌ଙ୍କ କ୍ଲିକ୍‌ କରିଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସିଦ୍ଧାର୍ଥ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଯୋଦ୍ଧା’ର ସେଟ୍‌ରେ ନଜର ଆସିଛନ୍ତି। ଅଭିନେତା ସବୁଥର ପରି ହ୍ୟାଣ୍ଡସମ୍‌ ଦେଖାଯାଉଥିବା ବେଳେ ହାଲୁକା ନୀଳ ରଙ୍ଗର ଡେନିମ୍ ସାର୍ଟ ପିନ୍ଧିଥିଲେ। ସିଦ୍ଧାର୍ଥ ତାଙ୍କର ଏହି ଲୁକ୍‌ରେ କୁଲ୍‌ ଦେଖାଯାଉଥିଲେ। ପୋଜ୍ ଦେବାବେଳେ ପାପାରାଜି ତାଙ୍କୁ କହିଥିଲେ, ‘ତୁମେ ଆଜି ବିବାହ ପରେ ସାକ୍ଷାତ କରୁଛ’ । ଏହାର ଜବାବରେ ଅଭିନେତା କେବଳ ‘ଯୋଦ୍ଧା’ କହି ହସିଲେ।

ଏହି ସମୟରେ ସିଦ୍ଧାର୍ଥ ଏବଂ କିଆରା କରଣଙ୍କ ଧର୍ମ ପ୍ରଡକ୍ସନ୍ସ ସହିତ ତିନିଟି ଫିଲ୍ମ ସାଇନ କରିଥିବା କୁହାଯାଉଛି। ହେଲେ ଗଣମାଧ୍ୟମରେ ଯେତେବେଳେ କରଣଙ୍କୁ ଏ ବିଷୟରେ ପଚାରିଥିଲେ, ସେତେବେଳେ ଫିଲ୍ମ ନିର୍ମାତା ସ୍ପଷ୍ଟ ଭାବରେ କହିଥିଲେ ଯେ ଆଦୌ ନୁହେଁ। ଅର୍ଥାତ୍, ସିଡ୍-କିଆରା କରଣ ଜୋହରଙ୍କ ତିନୋଟି ଚଳଚ୍ଚିତ୍ରରେ ଦସ୍ତଖତ କରିବାର ଖବର କେବଳ ଗୁଜବ ଥିଲା।

   Related Posts