ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ସିଦ୍ଧାର୍ଥଙ୍କ ପୋଷ୍ଟ ବଢାଇଲା ଫ୍ୟାନ୍ସଙ୍କ ଉତ୍ସାହ, ବିବାହ ନେଇ କରିପାରନ୍ତି ଘୋଷଣା

29/01/2023 at 2:42 PM

ମୁମ୍ବାଇ ୨୯।୦୧ : ବଲିଉଡର ସବୁଠାରୁ ଲୋକପ୍ରିୟ ଲଭବାର୍ଡ ମଧ୍ୟରୁ ଅନ୍ୟତମ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ । ଦୀର୍ଘ ଦିନରୁ ଉଭୟ ଡେଟ୍ କରୁଥିବା ବେଳେ ଏବେ ବିବାହକୁ ନେଇ ଚାଲିଛି ଜୋରଦାର୍‌ ଚର୍ଚ୍ଚା । ବିବାହ ନେଇ ସେମାନଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳିନାହିଁ । 

ମିଡିଆ ରିପୋର୍ଟ ଅନୁଯାୟୀ, ଦୁହେଁ ୬ ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଏକ ନୂଆ ଖବର ସାମ୍ନାକୁ ଆସିଛି । ସିଦ୍ଧାର୍ଥ ମଲହୋତ୍ରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରିଛନ୍ତି । ଯାହା ପ୍ରଶଂସକଙ୍କ ଉତ୍ସାହକୁ ଆଗ୍ରହକୁ ଆହୁରି ବଢାଇ ଦେଇଛି । ସିଦ୍ଧାର୍ଥ ସୋମବାର କିଛି ଘୋଷଣା କରିବାକୁ ଥିବା ନେଇ ପୋଷ୍ଟରେ ହିଣ୍ଟ୍ସ ଦେଇଛନ୍ତି ।

ସିଦ୍ଧାର୍ଥ ମାଲହୋତ୍ରା ଇନଷ୍ଟାଗ୍ରାମରେ ପ୍ରାୟତଃ ଆକ୍ଟିଭ ରହିଥାନ୍ତି । ସେ ସବୁବେଳେ କିଛି ନୂଆ ନୂଆ ପୋଷ୍ଟ କରିଥାନ୍ତି । ସିଦ୍ଧାର୍ଥ ଏକ ନୂତନ ଇନଷ୍ଟାଗ୍ରାମ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଅଭିନେତା କେବଳ ଲେଖିଛନ୍ତି ଯେ ସେ ଆସନ୍ତାକାଲି ଏକ ‘ବୋଲ୍ଡ’ ଘୋଷଣା କରିବାକୁ ଯାଉଛନ୍ତି । ସିଦ୍ଧାର୍ଥଙ୍କ ଏହି ଘୋଷଣା କ’ଣ ହେବ ତାହା ଅନୁମାନ କରିବାକୁ ସମସ୍ତେ ଚେଷ୍ଟା କରୁଛନ୍ତି। ଏହା ପରଠୁ ଚର୍ଚ୍ଚା ହେଉଛି ଯେ ସିଦ୍ଧାର୍ଥ କିଆରାଙ୍କ ସହ ତାଙ୍କ ବିବାହ ଘୋଷଣା କରିବାକୁ ଯାଉଛନ୍ତି ।

ସିଦ୍ଧାର୍ଥ ଏବଂ କିଆରାଙ୍କ ବିବାହ ଖବରକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି ।  ତେବେ ଅନେକ କହିଛନ୍ତି କି ଅଭିନେତା ଏକ ନୂଆ ବ୍ରାଣ୍ଡରେ ଯୋଗ ଦେଉଛନ୍ତି । ତେଣୁ ଏହି ଘୋଷଣା ତା ସହିତ ଜଡିତ ହୋଇ ଥାଇପାରେ ବୋଲି ଚର୍ଚ୍ଚା ହେଉଛି  ।

   Related Posts