ସିଡ୍-କିଆରାଙ୍କ ପରେ ବିଟାଉନ୍ର ଏହି କପଲ୍ କରିବେ ବିବାହ, ଗୋଆ ନେବେ ସାତ ଫେରା
5/02/2023 at 12:40 PM

ମୁମ୍ଵାଇ ୦୫।୦୨: ‘ଖୁଦା ହାଫିଜ୍’ ଅଭିନେତ୍ରୀ ଶିବାଲିକା ଓବରୋଇ । ଦୃଶ୍ୟମ୍ର ନିର୍ଦ୍ଦେଶକ ଅଭିଷେକ ପଠକ । ଦୁହେଁ ମଧ୍ୟ ଖୁବ୍ ଶୀଘ୍ର ବିବାହ କରିବେ। ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହ ପରେ ଏହି ଦୁଇଜଣ ବି ଡେସ୍ଟିନେଶନ ମ୍ୟାରେଜ୍ କରିବେ। ବର୍ତ୍ତମାନ ଖବର ନିର୍ଦ୍ଦେଶକ ଅଭିଷେକ ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶିବାଲିକାଙ୍କ ହାତ ଧରିବେ। ଫେବୃଆରୀ ୮-୯ ରେ ଗୋଆରେ ଦୁହିଁଙ୍କର ପଡିବ ହାତଗଣ୍ଠି।
ଅଭିଷେକ ପାଠକ ଏବଂ ଶିବାଲିକା ବିବାହ ପୂର୍ବରୁ ଦୁହେଁ ଦୁହିଁଙ୍କ ଦୀର୍ଘଦିନ ଧରି ଡେଟ୍ କରୁଛନ୍ତି। ଉଭୟଙ୍କ ପ୍ରଥମ ସାକ୍ଷାତ ଫିଲ୍ମ ‘ଖୁଦା ହାଫିଜ’ର ସେଟରେ ହୋଇଥିଲା। ସେବେଠାରୁ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା। ଦୀର୍ଘ ସମୟ ଧରି ଡେଟିଂ କରିବା ପରେ ଅଭିଷେକ ତୁର୍କୀରେ ରୋମାଣ୍ଟିକ ଢଙ୍ଗରେ ବିବାହ ପାଇଁ ଶିବାଲିକାଙ୍କୁ ପ୍ରପୋଜାଲ ଦେଇଥିଲେ।
କହିବାକୁ ଗଲେ ଅଭିଷେକ ବାପା ହେଉଛନ୍ତି ବଲିଉଡର ଭେଟେରାନ ନିର୍ମାତା କୁମାର ମଙ୍ଗତ ପାଠକଙ୍କ ପୁଅ। ଅନ୍ୟପକ୍ଷରେ, ଶିବାଲିକା କ୍ୟାରିୟର ମଧ୍ୟ ସହକାରୀ ନିର୍ଦ୍ଦେଶକ ଭାବେ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ଶିବାଲିକା ଅଭିନୟ ଆଡକୁ ମୁହାଁଇଥିଲେ। ଅଭିନେତ୍ରୀ ପ୍ରଥମେ ୨୦୧୯ରେ ‘ୟେ ସାଲି ଆଶିକ୍କି’ରେ ଅଭିନୟ କରିଥିଲେ । ପରେ ସେ’ ଖୁଦା ହାଫିଜ୍’ର ନଜର ଆସିଥିଲେ।