ଦେଢ ବର୍ଷର ଆଫେୟାର୍ସରେ କିଆରାଙ୍କୁ ପ୍ୟାରେଣ୍ଟସ୍ଙ୍କ ସହ ଦେଖା କରାଇଥିଲେ ସିଦ୍ଧାର୍ଥ
6/02/2023 at 7:54 AM

ମୁମ୍ଵାଇ ୦୬।୦୨: ବଲିଉଡ ଷ୍ଟାରକପଲ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନ। ୬ ଫେବୃଆରୀ ଅର୍ଥାତ୍ ୬ ତାରିଖରେ ବିବାହ ବନ୍ଧାନରେ ବାନ୍ଧି ହେବେ। ସେମାନଙ୍କ ସମ୍ପର୍କ ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଆସିଥିଲେ। ଶେରଶାହ ଚଳଚ୍ଚିତ୍ରରେ ଦୁହେଁ ଏକାଠି ନଜର ଆସିଥିଲେ। ଶେରଶାହ ସୁଟିଂ ସମୟରେ ସେମାନଙ୍କର ଘନିଷ୍ଠତା ଧିରେ ଧିରେ ଘନିଷ୍ଠତା ବଢିବାକୁ ଲାଗିଲା। କିନ୍ତୁ ତାହା ନୁହେଁ। ଚାଲନ୍ତୁ ଜାଣିବା ବିବାହ ପୂର୍ବରୁ ସେମାନଙ୍କ ପ୍ରେମ କାହାଣୀ…
ସିଦ୍ଧାର୍ଥ କିଆରା ପ୍ରଥମେ ଫିଲ୍ମ ଲଷ୍ଟ ଷ୍ଟୋରିର ରାପ୍ ଅପ୍ ପାର୍ଟୀରେ ସାକ୍ଷାତ ହୋଇଥିଲେ । ଉଭୟ ପାର୍ଟୀରେ କଥାବାର୍ତ୍ତା ହୋଇଥିଲେ। ଏବଂ ଦୁହେଁ ପାର୍ଟିକୁ କ୍ରଶ କରିଦେଇଥିଲେ । ପରେ ଏକାଠି ମିଶିକି ପାର୍ଟିରୁ ବାହାରିଥିଲେ । ଏହାରି ମଧ୍ୟରେ କରଣ ଦୁହିଁଙ୍କୁ ଶେରଶାହ ଫିଲ୍ମ ପାଇଁ କାଷ୍ଟ କରିଥିଲେ। ଶୁଟିଂକୁ ନେଇ, ଉଭୟଙ୍କ ମଝିରେ ଦେଖା ସାକ୍ଷାତ ବଢିବାରେ ଲାଗିଲା । ଦୁହେଁ ଏକାଠି ଡିନର ଡେଟ୍ରେ ଗଲେ ଏବଂ ଆଉ କେତେବେଳେ ଭ୍ୟାକେସନ୍ରେ ଏକାଠି ନଜର ଆସିଥିଲେ । ୨୦୧୯ରେ ନୂଆ ବର୍ଷ ପାଳନ କରିବାକୁ ଉଭୟ ଦକ୍ଷିଣ ଆଫ୍ରିକା ଯାଇଥିଲେ। ସମ୍ପର୍କକୁ ଗୁପ୍ତ ରଖି ଦୁହେଁ ଏକାଠି ଫଟୋ ପୋଷ୍ଟ କରିନଥିଲେ। କିନ୍ତୁ ଏକା ବ୍ୟାକ୍ଗ୍ରାଉଣ୍ଡ ହେବାରୁ ଖବର ଚାରିଆଡେ ପ୍ରଚାରିତ ହୋଇଗଲା। ।ଏହି ସମ୍ପର୍କରେ ଦେଢ ବର୍ଷ ବିତିଯାଇଥିଲା ।
୨୦୨୧ରେ ସିଦ୍ଧାର୍ଥ କିଆରାଙ୍କୁ ତାଙ୍କ ପିତାମାତାଙ୍କ ସହିତ ପରିଚିତ କରାଇଥିଲେ। ପରସ୍ପରର ପିତାମାତା ମଧ୍ୟ ଭେଟିଥିଲେ। ଏହି ସମୟରେ କରଣ ଜୋହର ଦୁହିଁଙ୍କ ସମ୍ପର୍କକୁ ପ୍ରକାଶ କରିଥିଲେ। ଏହା ପରେ ଅକ୍ଷୟ କୁମାର ମଧ୍ୟ ଲକ୍ଷ୍ମୀବମ୍ ଚଳଚ୍ଚିତ୍ରର ପ୍ରମୋସନ ସମୟରେ ସିଦ୍ଧାର୍ଥଙ୍କ ନାମରେ କିଆରାଙ୍କୁ ଥଟ୍ଟା କରୁଥିବା ଦେଖିବାକୁ ମିଳିଥିଲା। ସେହିଭଳି ଉଭୟ ଚାଟ୍ ସୋ’ରେ ପରସ୍ପରକୁ ଉଲ୍ଲେଖ କରି ଲାଇମଲାଇଟକୁ ଆସିଥିଲେ । କିଆରାଙ୍କ ପୂର୍ବରୁ ସେ ଆଲିଆ ଭଟ୍ଟଙ୍କୁ ଡେଟ କରିଥିଲେ।