କିଆରା-ସିଦ୍ଧାର୍ଥଙ୍କ ବିବାହରେ ସାମିଲ୍ ହେବେ ଏହି ସବୁ ଷ୍ଟାର, ଲିଷ୍ଟରେ ନାହିଁ ଆଲିଆଙ୍କ ନାଁ

Published By : Prameya-News7 Bureau | December 12, 2022 IST

ମୁମ୍ଵାଇ ୧୨।୧୨: ବଲିଉଡର ଅନେକ ଲଭବାର୍ଡ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଉ କେତେ ଜଣ ଏହି ତାଲିକାରେ ଅଛନ୍ତି । ସେଥି ମଧ୍ୟରୁ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ନାମ ସାମିଲ୍‌ ହୋଇଛି । ଯାହାର ବିବାହର ପ୍ରସ୍ତୁତି  ପ୍ରାୟତଃ ଆଲୋଚନା ହେଉଛି। କେବଳ ଏତିକି ହିଁ ନୁହେଁ ଦୁହିଁଙ୍କ ବିବାହକୁ ନେଇ ନୂଆ ନୂଆ ଅପଡେଟ୍‌ ମଧ୍ୟ ସାମ୍ନାକୁ ଆସୁଛି । ବର୍ତ୍ତମାନ ସେମାନଙ୍କ ବିବାହର ଅତିଥି ତାଲିକା ସାମ୍ନାକୁ ଆସିଛି। ଯେଉଁଥିରେ ଆଲିଆ ଭଟ୍ଟଙ୍କ ନାମ ଦେଖିବାକୁ ମିଳିନାହିଁ । ରାହାକୁ ନେଇ ବହୁତ ଚର୍ଚ୍ଚା ହେଉଛି ।

ଖବର ଅନୁଯାୟୀ କିଆର ଏବଂ ସିଦ୍ଧାର୍ଥଙ୍କ ବିବାହ ତାଲିକାରେ କରଣ ଜୋହରଙ୍କ ନାମ ପ୍ରଥମେ ଚୂଡାନ୍ତ ହୋଇଛି। ଏମାନଙ୍କ ବ୍ୟତୀତ ଭିକି କୌଶଲ, କ୍ୟାଟ୍ରିନା କୈଫ, ବରୁଣ ଧାୱନ, ଜ୍ୟାକି ଭାଗ୍ନାନୀ ଏବଂ ରକୁଲ ପ୍ରୀତ ସିଂ ମଧ୍ୟ ଯୋଗଦେବେ ବୋଲି ଆଶା କରାଯାଉଛି। ଉଲ୍ଲେଖଥାଉ କି, ଏପର୍ଯ୍ୟନ୍ତ ଆସିଥିବା ନାମ ତାଲିକାରେ ଆଲିଆ ଭଟ୍ଟଙ୍କ ବିଷୟରେ କୌଣସିରେ ଉଲ୍ଲେଖ ନାହିଁ। ସୋସିଆଲ ମିଡିଆରେ ଲୋକମାନେ ଅନୁମାନ କରୁଛନ୍ତି କି ଯେ ଏହି କପଲଙ୍କୁ ସେମାନଙ୍କର ନିମନ୍ତ୍ରଣ ନାହିଁ ।

କିନ୍ତୁ କହିବାକୁ ଗଲେ କରଣଙ୍କ ଚଟ୍‌ ଚାଟ ଶୋ’ରେ  କିଆରା କହିଥିଲେ କି ମୋ ବ୍ରାଇଡ୍‌ ମେଡରେ ମୁଁ ଆଲିଆକୁ ବାଛିବାକୁ ଚାହୁଁଛି । ଏହା ଶୁଣି ସାହିଦ କପୁର ଏବଂ ହୋଷ୍ଟ କରଣ ଉଭୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।  କାହିଁକି ନା ସିଦ୍ଧାର୍ଥ ଏବଂ ଆଲିଆ ସେମାନଙ୍କର ଡେବ୍ୟୁ ଚଳଚ୍ଚିତ୍ର ଷ୍ଟୁଡେଣ୍ଟ ଅଫ୍ ଦି ଇୟର ସମୟରେ ପରସ୍ପରକୁ ଡେଟ କରିଥିଲେ। ଅନ୍ୟପଟେ କହିବାକୁ ଗଲେ ଖବର ଆସିଥିଲା ​​ଯେ ୨୦୨୨ ବର୍ଷ ଶେଷରେ ଦୁହେଁ ପରସ୍ପରକୁ ବିବାହ କରିବେ । ହେଲ ପରେ ଶୁଣିବାକୁ ମିଳିଲା କି ଏପ୍ରିଲ୍ ୨୦୨୩ରେ ଉଭୟଙ୍କର ହାତଗଣ୍ଠି ପଡିବ । ବିବାହ ସ୍ଥାନ ପାଇଁ ଚଣ୍ଡିଗଡ଼ର ଓବରୋଇ ସୁଖଭିଲାସ୍ ସ୍ଥିର କରାଯାଇଛି। ବିବାହ ପରେ ମୁମ୍ବାଇରେ ଘନିଷ୍ଠ ବ୍ୟକ୍ତିଙ୍କ ପାଇଁ ଏକ ଗ୍ରାଣ୍ଡ ରିସେପ୍ସନ୍ ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.