ଇଦ ପାର୍ଟିରେ ଏକାଠି ନଜର ଆସିଲେ କିଆରା ଆଡଭାନୀ-ସିଦ୍ଧାର୍ଥ ମଲହୋତ୍ରା, ପୋଜ୍‌ ଦେବାକୁ ଫଟୋଗ୍ରାଫରକୁ କଲେ ମନା

Published By : Prameya-News7 Bureau | May 04, 2022 IST

ମୁମ୍ବାଇ ୦୪।୦୫ : ଫିଲ୍ମ 'ଶେରଶାହା' ରିଲିଜ୍ ହେବା ପରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଯୋଡି ଖୁବ୍ ପପୁଲାର ହୋଇଥିଲା । ସୋସିଆଲ ମିଡିଆରେ ଦୁହିଁଙ୍କ ସମ୍ପର୍କ ବିଷୟରେ ଖବର ମଧ୍ୟ ଆସିବାକୁ ମଧ୍ୟ ଲାଗିଲା। କିନ୍ତୁ ଯେତେବେଳେ ପ୍ରଶଂସକମାନେ ଉଭୟଙ୍କ ବିବାହ ବିଷୟରେ ଚିନ୍ତା କରୁଥିଲେ ଠିକ୍‌ ସେତେବେଳେ ସେମାନଙ୍କ ବ୍ରେକ୍ଅପ୍ ହେବାର ଖବର ସାମ୍ନାକୁ ଆସିଲା । ଯାହାକୁ ଶୁଣିଲା ପରେ ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏପଯ୍ୟନ୍ତ ବି-ଟାଉନ୍‌ରେ ମଧ୍ୟ ଚର୍ଚ୍ଚା ଲାଗି ରହିଛି । କିନ୍ତୁ ବ୍ରେକଅପ୍ ଖବର ମଧ୍ୟରେ ଏହି ଲଭବାର୍ଡ ପ୍ରଥମ ଥର ଏକାଠି ନଜର ଆସିଛନ୍ତି ।

wp:html
/wp:html

ନିକଟରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କୁ ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଇଦ ପାର୍ଟିରେ ପହଞ୍ଚିଥିଲେ । କିଆରା ଧଳା ରଙ୍ଗର ଟପ ଏବଂ ପ୍ଲାଜୋ ପିନ୍ଧିଥିବାବେଳେ ସିଦ୍ଧାର୍ଥ କଳା କୁର୍ତ୍ତାରେ ନଜର ଆସିଥିଲେ । ଏହି ଭିଡିଓକୁ ଦେଖିଲା ପରେ ଲାଗୁଛି ଯେମିତି ଦୁହିଁଙ୍କର ବ୍ରେକ୍ଅପ୍ ହୋଇ ନାହିଁ । ଏହାରି ଭିତରେ ସେ ଫଟୋଗ୍ରାଫରଙ୍କ ସାମ୍ନାରେ କିଆରା ପୋଜ୍ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା । ଯେତେବେଳେ ସେଠାରେ ଉପସ୍ଥିତ ଥିବା ଫଟୋଗ୍ରାଫରମାନେ ଉଭୟଙ୍କୁ ଏକାଠି ପୋଜ୍ କରିବାକୁ କହିଥିଲେ, ସେ ସମ୍ପୂର୍ଣ୍ଣ ଭାବରେ ମନା କରି ଦେଇଥିଲେ।

wp:html
/wp:html

ସେହି ସମୟରେ କିଆରା ଏବଂ ସିଦ୍ଧାର୍ଥ ଏକାଠି ମିଶି କି ପାର୍ଟି ଭିତରକୁ ଚାଲି ଯାଇଥିଲେ। ବର୍ତ୍ତମାନ ଦୁହିଁଙ୍କର ଏହି ଫଟୋ ଏବଂ ଭିଡିଓ ସୋସିଆଲ୍ ମିଡିଆର ଭାଇରାଲ୍ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.