ଅଲଗା ହେଲେ ‘ଶେରଶାହ’ ଯୋଡି ! ଫିଲ୍ମ କ୍ରିଟିକ୍ କଲେ ଖୁଲାସା
26/12/2022 at 9:18 AM

ମୁମ୍ଵାଇ ୨୬।୧୨: ବଲିଉଡ୍ର ଲଭବାର୍ଡ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା । ଦୁହେଁ ସେମାନଙ୍କ ସମ୍ପର୍କ ଯୋଗୁଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଦୁହେଁ ଦୀର୍ଘ ଦିନ ଧରି ଦୁହେଁ ପରସ୍ପରକୁ ଡେଟ କରୁଛନ୍ତି । ହେଲେ ଉଭୟ ଆଜି ପର୍ଯ୍ୟନ୍ତ ସେମାନଙ୍କର ସମ୍ପର୍କକୁ କେବେ କନଫର୍ମ କରିନାହାଁନ୍ତି କିନ୍ତୁ । ଉଭୟ ପ୍ରାୟତ ପରସ୍ପର ସହିତ କ୍ଵାଲିଟି ଟାଇମ୍ ବିତାଉଥିବାର ନଜର ଆସନ୍ତି। ଏଥିସହିତ ସିଦ୍ଧାର୍ଥ ଏବଂ କିଆରାଙ୍କ ବିବାହ ଖବର ମଧ୍ୟ ଆସିବା ଆରମ୍ଭ କରିଛି। ଏସବୁ ମଧ୍ୟରେ ଉଭୟଙ୍କ ବିବାହକୁ ନେଇ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି । ଯେଉଁଥିରେ ଶୁଣିବାକୁ ମିଳିଛି କି ଯୋଡି ଭାଙ୍ଗିଯାଇଛି ବୋଲି ଦାବି କରାଯାଉଛି।
ଫିଲ୍ମ କ୍ରିଟିକ୍ ଉମେର ସନ୍ଧୁ ତାଙ୍କ ଟ୍ଵିଟର ଆକାଉଣ୍ଟରେ ଦାବି କରିଛନ୍ତି କି ସିଦ୍ଧାର୍ଥ ଓ କିଆରାଙ୍କର ବ୍ରେକ୍ଅପ ହୋଇଛି। ଏହାକୁ ନେଇ ସେ ଲେଖିଛନ୍ତି କି -ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ପାଇଁ ଏକ ଖବର … ଗତ ସପ୍ତାହରେ ଏହି କପଲଙ୍କର ବ୍ରେକ୍ଅପ୍ ହୋଇଛି। । ଉଭୟଙ୍କ ପାଇଁ ଦୁଃଖ… ‘ ଏହି ଖବର ସାମ୍ନାକୁ ଆସିବା ମାତ୍ରେ କିଆରା ଏବଂ ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଲାଗିଛି । ସମସ୍ତେ ଉକ୍ତ ପୋଷ୍ଟରେ କମେଣ୍ଟ କରୁଛନ୍ତି।
କିଛି ସମୟ ପରେ ସିଦ୍ଧାର୍ଥ ଏବଂ କିଆରାଙ୍କ ବ୍ରେକଅପ୍ ଖବର ମଧ୍ୟ ସାମ୍ନାକୁ ଆସିଥିଲା। କିନ୍ତୁ ବଲିଉଡ ସେଲିବ୍ରେଟଙ୍କ ଘରେ ଆୟୋଜିତ ଦିୱାଲୀ ପାର୍ଟୀରେ ଉଭୟଙ୍କୁ ପୁଣି ଥରେ ଏକାଠି ଦେଖିବାକୁ ମିଳିଥିବା । ଏବେ ପୁଣି ଥରେ କିଆରା ଏବଂ ସିଦ୍ଧାର୍ଥଙ୍କ ବ୍ରେକଅପ୍ ଖବର ସମସ୍ତଙ୍କୁ ଚକିତ କରିଛି। ଏହି ସବୁ ଖବର ପୂର୍ବରୁ ଶୁଣିବାକୁ ମିଳିଥିଲା କି ସିଦ୍ଧାର୍ଥ ଏବଂ କିଆରା ଚଳିତ ବର୍ଷ ଡିସେମ୍ବର ମାସରେ ବିବାହ କରିବେ। ପରେ କୁହାଗଲାକି ୨୦୨୩ ଏପ୍ରିଲ୍ରେ ଦୁହିଙ୍କର ହାତଗଣ୍ଠି ପଡିବ । ପରେ ଉଭୟ ମୁମ୍ବାଇରେ ଏକ ଗ୍ରାଣ୍ଡ ରିସେପସନ୍ ଦେବେ । କହିବାକୁ ଗଲେ ସିଦ୍ଧାର୍ଥ ଏବଂ କିଆରାଙ୍କ ସମ୍ପର୍କ ‘ଶେରଶାହା’ ଫିଲ୍ମର ସେଟରେ ଆରମ୍ଭ ହୋଇଥିଲା। ଏହି ଚଳଚ୍ଚିତ୍ରରେ ଉଭୟଙ୍କ ଚମତ୍କାର କେମେଷ୍ଟ୍ରି ଦେଖିବାକୁ ମିଳିଥିଲା ।