ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • WPLକୁ ମିଳିଲା ପ୍ରଥମ ଚାମ୍ପିଅନ, ଦିଲ୍ଲୀକୁ ୭ ଓ୍ଵିକେଟ୍‌ରେ ହରାଇ ମୁମ୍ବାଇ ଇଣ୍ଡିଆନ୍ସ ଓମେନ ଚାମ୍ପିଅନ
  • ||
  • କାଲିମେଳାରେ ମର୍ମନ୍ତୁଦ ଦୁର୍ଘଟଣା, କାର-ବାଇକ ଧକ୍କା, ୨ ମୃତ
  • ||
  • ସଲମାନ ଖାନ୍ଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ: ମୁମ୍ବାଇ ଓ ରାଜସ୍ଥାନ ପୁଲିସ ମିଳିତ ଚଢ଼ାଉ କରି ଅଭିଯୁକ୍ତ ଧାକଡ଼ ରାମ ବିଷ୍ଣୋଇ(୨୧)କୁ ଗିରଫ କଲା
  • ||
  • ଆଇବିଏ ୱାର୍ଲ୍ଡ ବକ୍ସିଂ ଚାମ୍ପିୟନସିପ୍ ୨୦୨୩: ଭାରତକୁ ୪ ସ୍ୱର୍ଣ୍ଣ, ଲଭଲୀନା ବି ଜିତିଲେ ଗୋଲ୍ଡ, ପୂର୍ବରୁ ସ୍ୱର୍ଣ୍ଣ ଜିତିଥିଲେ ନିଖତ, ନିତୁ, ସ୍ୱିଟି
  • ||
  • ରବିବାର ବିଶ୍ୱ ବକ୍ସିଂ ଚାମ୍ପିୟନ୍‌ସିପ୍‌ରେ ୫୦ କେଜି ମହିଳା ବର୍ଗରେ ପୁଣି ଥରେ ସ୍ୱର୍ଣ୍ଣ ପଦକ ଜିତିଲେ ଭାରତର ଷ୍ଟାର୍ ବକ୍ସର ନିଖତ ଜରିନ
  • ||
  • ରବିବାର ସ୍ୱିଜରଲାଣ୍ଡର ବାସିଲ୍‌ରେ ଖେଳାଯାଉଥିବା ସ୍ୱିସ୍ ଓପନ ୨୦୨୩ର ପୁରୁଷ ଯୁଗଳରେ ଫାଇନାଲ୍‌ରେ ଚୀନକୁ ହରାଇ ଟାଇଟଲ ଜିତିଲେ ଭାରତର ସାତ୍ତ୍ୱିକ ଓ ଚିରାଗଙ୍କ ଯୋଡ଼ୀ
  • ||
  • ଗଞ୍ଜାମ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କପି ବିଜେପି ନେତା ଗିରଫ
  • ||
  • ପୁରୁଷୋତ୍ତମପୁର: ରାଜନୈତିକ ଶତୃତାରୁ ଗୁଳିକାଣ୍ଡ; ଗୁରୁତର ଯୁବକ ମେଡିକାଲ୍‌ରେ ଭର୍ତ୍ତି
  • ||
  • ବୁଲେଟପ୍ରୁଫ୍‌ କଣ୍ଟେନରରେ ରାଲିରେ ପହଞ୍ଚି ସମ୍ବୋଧନ କଲେ ଇମରାନ୍‌, ଆତଙ୍କୀ ଆକ୍ରମଣ ନେଇ ରହିଥିଲା ଚେତାବନୀ
  • ||
  • ଇସ୍ରୋକୁ ବଡ଼ ସଫଳତା, ସଫଳତାପୂର୍ବକ ଲଞ୍ଚ କଲା ଓ୍ବାନଓ୍ବେବର ୩୬ ଉପଗ୍ରହ
  • ||

ସିଡ୍‌-କିଆରା ବିବାହରେ ରାଜକୀୟ ଅନ୍ଦାଜ୍‌ରେ ପରଷା ଗଲା ଖାଦ୍ୟ, ମେନ୍ୟୁରେ ଥିଲା ୧୦ ଦେଶର ୧୦୦ବ୍ୟଞ୍ଜନ

8/02/2023 at 8:16 AM

ମୁମ୍ଵାଇ ୦୮।୦୨: କିଆରା ଆଡ୍‌ଭାନୀ ଓ ସିଦ୍ଧାର୍ଥ ମଲହୋତ୍ରା । ଏବେ ସାତ ଜନ୍ମର ସାଥି ହୋଇସାରିଛନ୍ତି। ନିଜ ବିବାହକୁ ରାଜକୀୟ ଠାଣିରେ କରିଛନ୍ତି। ବିବାହର ସମସ୍ତ ଉତ୍ସବ ପାଇଁ ସୂର୍ଯ୍ୟଗଡ଼ ପ୍ୟାଲେସ୍‌ରେ ହୋଇଥିଲା। ତାହାକୁ ୪ରୁ ୮ ତାରିଖ ପର୍ଯ୍ୟନ୍ତ ବୁକ୍‌ କରାଯାଇଥିଲା। ବିବାହର ସମସ୍ତ ଫଟୋ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଛି । କେବଳ ବିବାହ ନୁହେଁ ଖାଦ୍ୟର ମେନୁକୁ ମଧ୍ୟ ବହୁତ ଖାସ୍‌ ରଖାଯାଇଛି। ବିବାହରେ ଅତିଥିମାନଙ୍କୁ ୧୦ ଦେଶର ୧୦୦ରୁ ଅଧିକ ବ୍ୟଞ୍ଜନ ସାମିଲ କରାଯାଇଥିଲା।

ଯେଉଁଥିରେ ମେନୁରେ ରଖା ଯାଇଥିଲା ଇଟାଲିୟନ୍‌, ଚାଇନିଜ୍‌, ଆମେରିକାନ୍‌, ସାଉଥ୍‌ ଇଣ୍ଡିଆନ, ମ୍ୟାକ୍ସିକାନ, ରାଜସ୍ଥାନୀ, ପଞ୍ଜାବୀ ଏବଂ ଗୁଜରାଟି ବ୍ୟଞ୍ଜନ। ମିଠାରେ ଜୈସଲମେରର ଘୋଟଓ୍ଵନ ଲଡ଼ୁକୁ ମଧ୍ୟ ସାମିଲ କରାଯାଇଛି। ସିଦ୍ଧାର୍ଥ ପଞ୍ଜାବ ଏବଂ ଦିଲ୍ଲୀରୁ ଆସିଥିବା ନିଜ ଅତିଥିମାନଙ୍କର ଖାସ୍‌ ଧ୍ୟାନ ରଖିଥିଲେ। ସେମାନଙ୍କ ପାଇଁ ମସଲାଦାର ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ବିବାହରେ ୫୦ରୁ ଅଧିକ ଷ୍ଟଲ୍‌ ରଖାଯିବା ସହ ୫୦୦ ୱେଟର୍ସରଙ୍କ ନିଜର ଡ୍ରେସ୍‌ ଥିଲା। ପ୍ରତ୍ୟେକ ଷ୍ଟଲ୍‌ରେ ୨ରୁ ୩ଟି ବ୍ୟଞ୍ଜନ ରଖାଯିବ। ସେହିପରି ଜଳଖିଆ ଏବଂ ଦ୍ୱିପ୍ରହର ଖାଦ୍ୟର ମେନୁରେ ମଧ୍ୟ ଅନେକ ପ୍ରକାରର ବ୍ୟଞ୍ଜନ ରଖାଯାଇଥିଲା।

କହିବାକୁ ଗଲେ ଅଭିନେତ୍ରୀ ଜୁହି ମଧ୍ୟ ତାଙ୍କ ସକାଳ ବ୍ରେକ୍‌ଫାଷ୍ଟର ଫଟୋ ଉଠାଇ ସେୟାର କରିଥିଲେ । ଲେଖିଥିଲେ ଦେଶୀ ଖାଇବା। ଏହି ବିବାହରେ ବଲିଉଡ୍‌ ସେଲିବ୍ରିଟି କରଣ ଜୋହର, ଜୁହି ଚାଓ୍ଵଲା, ସାହିଦ କପୁର ଓ ତାଙ୍କ ପତ୍ନୀ ମୀରା ରାଜପୁତ ପ୍ରମୁଖ ନଜର ଆସିଥିଲେ। ବର୍ତ୍ତମାନ ଏହିଗ୍ରାଣ୍ଡ  ବିବାହ  ଚର୍ଚ୍ଚାର ବିଷୟ ପାଲଟିଛି।

   Related Posts