ଫେବୃଆରୀରେ ସାତ ଫେରା ନେବେ କିଆରା-ସିଦ୍ଧାର୍ଥଙ୍କ, ରାଜସ୍ଥାନରେ ରାଜକୀୟ ଢଙ୍ଗରେ କରିବେ ବିବାହ
1/01/2023 at 9:26 AM

ମୁମ୍ଵାଇ ୦୧।୦୧:ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ। ବିଟାଉନ୍ର ଲଭଏବଲ୍ କପଲ। ଏହି ଯୋଡିକୁ ଶେରଶାହ କପଲ ନାମରେ ବେଶ ଜଣାଶୁଣା। ବାସ୍ତବରେ ଦୁହେଁ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛି। ହଁ! ଉଭୟ ନୂଆ ବର୍ଷରେ ନୂଆ ଆରମ୍ଭ କରିବାକୁ ଯାଉଛନ୍ତି। ବିବାହ ତାରିଖ ସ୍ଥାନ ମଧ୍ୟ ସ୍ଥିର ହୋଇ ସାରିଛି। ପ୍ରଶଂସକମାନେ ଉତ୍ସାହ ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରିଛନ୍ତି। ଯାହା ବର୍ତ୍ତମାନ ଶେଷ ହେବାକୁ ଯାଉଛି। କୁହାଯାଉଛି ଯେ ସିଦ୍ଧାର୍ଥ ଏବଂ କିଆରା ଫେବୃଆରୀରେ ବିବାହ କରିବାକୁ ଯାଉଛନ୍ତି।
ଯଦି ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମାଲହୋତ୍ରା ୬ ଫେବୃଆରୀ ୨୦୨୩ରେ ରାଜସ୍ଥାନ ଜୈସଲମେର ପ୍ୟାଲେସରେ ରାଜକୀୟ ଢଙ୍ଗରେ ବିବାହ କରିବେ । ପରିବାର ସଦସ୍ୟ ସହିତ ଅନେକ ବଲିଉଡ ତାରକା ଏହି ବିବାହ ଉତ୍ସବରେ ଯୋଗଦେବାର ସମ୍ଭାବନା ରହିଛି। ଏହା ଏକ ବଡ ବିବାହ ହେବାକୁ ଯାଉଛି। ଯାହା କଡା ସୁରକ୍ଷା ଅଧୀନରେ କରାଯିବ। କୁହାଯାଉଛି କି ସେମାନଙ୍କର ବିବାହ କାର୍ଯ୍ୟ ୪ ଫେବୃଆରୀରୁ ଆରମ୍ଭ ହେବ। ହଳଦୀ ମେହେନ୍ଦୀ ଠାରୁ ସଂଗୀତ ୫ ଫେବୃଆରୀରେ ଶେଷ ହେବ ଏଥି ପାଇଁ ତାଙ୍କର ଏକ ସ୍ଵତନ୍ତ୍ର ଥିମ୍ ବି ରହିଛି। ୬ଫେବୃଆରୀରେ ଉଭୟ ସାତ ଫେରା ନେବେ। କିଛି ଦିନ ତଳେ ଫ୍ୟାସନ ଡିଜାଇନର ମନିଷ ମଲହୋତ୍ରାଙ୍କ ଘରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ବିବାହକୁ ନେଇ ଦୁହିଁଙ୍କ ତରଫରୁ କୌଣସି ସୂଚନା ମିଳି ନାହିଁ।
କହିବାକୁ ଗଲେ ବିବାହର ଆଲୋଚନା ମଧ୍ୟରେ କିଛି ଦିନ ପୂର୍ବରୁ ସେମାନଙ୍କ ବ୍ରେକଅପ୍ ଖବର ସାମ୍ନାକୁ ଆସିଥିଲା। କିନ୍ତୁ ନୂଆ ବର୍ଷ ଅବସରରେ ଉଭୟଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ଦୁହେଁ ଏକାଠି ନଥାଇ ପାରନ୍ତି, କିନ୍ତୁ କଳ୍ପନା ଜଳ୍ପନାର କାରଣ ହୋଇଥିଲା ଯେ ଏହି ଦମ୍ପତି ଏପର୍ଯ୍ୟନ୍ତ ଏକାଠି ଅଛନ୍ତି ଏବଂ ଏକ ନୂଆ ବର୍ଷର ଛୁଟି କାଟୁଛନ୍ତି। ଏହା ପରେ, ବର୍ତ୍ତମାନ ସେମାନଙ୍କର ପ୍ରଶଂସକମାନେ ସେମାନଙ୍କ ବିବାହ ଖବର ଶୁଣି ବହୁତ ଖୁସି ଅଛନ୍ତି । ଫିଲ୍ମରେ ଉଭୟଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏବେ ରିୟଲ ଲାଇଫ୍ରେ ଏହି ଯୋଡିଙ୍କୁ ଦେଖିବାକୁ ମିଳିବ ।