ପ୍ରେମିକ ପ୍ରେମିକା , ପତି ପତ୍ନି ପରସ୍ପରକୁ ଚୁମ୍ବନ କରିବା ଏକ ସାଧାରଣ କଥା। ଏହା ପ୍ରତ୍ୟେକ ଲୋକଙ୍କର ଚୁମ୍ବନ ବା କିସ୍ କରିବାର ଅନ୍ଦାଜ ଅଲଗା ଅଲଗା ଥାଏ। ତେବେ କିସ୍ କରିବା ବିଷୟରେ ସମସ୍ତେ ଭଲ ଭାବେ ଜାଣିଛନ୍ତି କିନ୍ତୁ କିସ୍ କରିବା ଦ୍ବାପରା ହେଉଥିବା ସମସ୍ୟା ବିଷୟରେ କେହି ଜଣିନଥାନ୍ତି। ବାରମ୍ବାର କିସ୍ କରିବା ଦ୍ବାରା ଅନେକ ରୋଗ ହୋଇଥାଏ। କିସ୍ କରିବା ଦ୍ବାରା କେଉଁ ସମସ୍ୟାର ସାମ୍ନା କରିବାକୁ ପଡେ ଜାଣନ୍ତୁ।
ଇନଫେକ୍ସନ: କିସ୍ କରିବା ସମୟରେ ମୁହଁର ଲାଳ ପରସ୍ପରଙ୍କ ମୁହଁକୁ ଯାଇଥାଏ। ଫଳରେ ଇନଫେକ୍ସନ ହେବାର ସମ୍ଭାବନା ଥାଏ। ପ୍ରତ୍ୟେକ ଲୋକଙ୍କ ଶରୀରରେ ଛୋଟ ମୋଟ ରୋଗ ଥାଏ ଯାହା ଲାଳ ଦ୍ବାରା ପାର୍ଟନର ଶରୀରକୁ ଯାଇଥାଏ। ଏହା ଦ୍ବାରା ଅନେକ ରୋଗ ହୋଇଥାଏ।
ଥଣ୍ଡା ଜ୍ବର: ଅଧିକାଂଶ ସମୟରେ ଲୋକଙ୍କ ଶରୀରରେ ଥଣ୍ଡା ଜ୍ବର କାସ ଭଳି ରୋଗ ଥାଏ। ଥଣ୍ଡା ଜ୍ବର ଭଳି ରୋଗ ଶୀଘ୍ର ଲୋକଙ୍କ ମଧ୍ୟରେ ବ୍ୟାପିଥାଏ। କିସ୍ କରିବା ଦ୍ବାରା ବ୍ୟାକ୍ଟେରିଆ ବ୍ୟାପିଥାଏ। ଫଳରେ ଥଣ୍ଡା ଜ୍ବରର ସମସ୍ୟା ହୋଇଥାଏ।
ଘା’ ହେବା: କିସ୍ କରିବା ଦ୍ବାରା ମୁହଁର ବ୍ୟାକ୍ଟେରିଆ ପରସ୍ପରଙ୍କ ମଧ୍ୟରେ ବ୍ୟାପିଥାଏ। ଏହା ଦ୍ବାରା ଓଠ ଓ ଜିଭରେ ଘା’ ହେବାର ସମ୍ଭାବନା ଥାଏ। ଫଳରେ ରୋଗ ବ୍ୟାପିବାର ଆଶଙ୍କା ଥାଏ।
ମାଢି ଓ ଦାନ୍ତ: ବାରମ୍ବାର କିସ୍ କରିବା ଦ୍ବାରା ମାଢି ଓ ଦାନ୍ତ ଉପରେ ଖରାପ ପ୍ରଭାବ ପଡିଥାଏ। ସାଧାରଣତଃ ବ୍ରସ ନକରି କିସ୍ କରିଲେ ରୋଗ ମଧ୍ୟ ହୋଇଥାଏ। ଫଳରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।