scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଗ୍ରୀଷ୍ମ ଋତୁରେ ଅଧିକ ମାତ୍ରାରେ ଲେମ୍ବୁ ପାଣି ପିଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ୍‌, ନଚେତ୍‌ ଦେଖାଦେବ ଏହି ସବୁ ସମସ୍ୟା

11/05/2022 at 2:46 PM

ମୁମ୍ବାଇ ୧୧।୦୫: ସାଧାରଣତଃ ବର୍ତ୍ତମାନ ଯୁଗର ଲୋକମାନେ ବହୁତ ଖାଦ୍ୟପ୍ରେମୀ। କାହିଁକି ନା ସେମାନେ ତାଙ୍କ ଖାଇବାକୁ ନେଇ ଖୁବ୍‌ ପ୍ରିୟ । ଯେତେ ଖାଇଲେ ବି ଅଧିକ ଖାଇ ଦିଅନ୍ତି । ପରେ ଘରକୁ ଆସି ଡାଏଟ୍‌ କରନ୍ତି । ଯେମିତିକି ଲେମ୍ବୁ ପାଣି ପିଇବା । ହଁ ଲେମ୍ବୁ ପାଣି ପିଇବାର ଏକ ନିର୍ଦ୍ଦିଷ୍ଟ ପରିମାଣ ଅଛି । ହେଲେ ଏହି ପାଣି ପିଇବା ସ୍ବାସ୍ଥ୍ୟ ପାଇଁ ଠିକ୍‌ କିନ୍ତୁ ଦରକାର ଠାରୁ ଅଧିକବହୁତ ଖରାପ୍‌ ହୋଇଥାଏ । ଆଜି ଆମେ ଲେମ୍ବୁ ବିଷୟରେ କହୁଛୁ, ଏହାର ଅତ୍ୟଧିକ ବ୍ୟବହାର କରିବା ଦ୍ବାରା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇ ଥାଏ । ଲେମ୍ବୁ ପାଣି ଗ୍ରୀଷ୍ମ ଋତୁରେ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। କାରଣ ଲେମ୍ବୁରୁ ଭିଟାମିନ୍ ସି, ପୋଟାସିୟମ୍ ଏବଂ ଫାଇବର ମଧ୍ୟ ମିଳିଥାଏ । କିନ୍ତୁ ଏହାକୁ ଅତ୍ୟଧିକ ପିଇବା ଦ୍ୱାରା ଆମକୁ ଏପରି କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ଯାହାକୁ ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ । ତେବେ ଚାଲନ୍ତୁ ଜାଣିବା ଏହାରି ବିଷୟରେ…

୧-ଅଧିକ ଲେମ୍ବୁ ପାଣି ଖାଇବା ଦ୍ୱାରା ଦାନ୍ତ ନଷ୍ଟ ହୋଇପାରେ । ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ଥାଏ, ଯେଉଁଥିପାଇଁ ଏହା ଆପଣଙ୍କ ଦାନ୍ତର ଏନାଲ୍‌କୁ ନଷ୍ଟ କରିପାରେ ।

୨-ଲେମ୍ବୁ ପାଣି ଅତ୍ୟଧିକ ପିଇଲେ ପେଟ ଯନ୍ତ୍ରଣା ମଧ୍ୟ ହୋଇଥାଏ।

୩- ଲେମ୍ବୁ ପାଣି ଦରକାର ଠାରୁ ଅଧିକ ପିଇବା ଦ୍ବାରା ଗ୍ୟାସ୍‌ ମଧ୍ୟ ହୋଇପାରେ।

ଏକ ରିପୋର୍ଟ ଅନୁଯାୟୀ, ସାଇଟ୍ରସ୍ ଫଳଗୁଡିକ ମାଇଗ୍ରେନ୍‌ର ସମସ୍ୟାକୁ ବଢାଇଥାଏ। କାରଣ ଯାହା ମାଇଗ୍ରେନ୍‌ ସମସ୍ୟା ଉପରେ ପ୍ରଭାବ ପଡେ ।

   Related Posts