ଅଧିକ ଲୁଣ ଖାଇବା ହୋଇପାରେ ମୃତ୍ୟୁର କାରଣ ! ଏବେଠୁ ହୋଇଯାଆନ୍ତୁ ସାବଧାନ…
17/03/2023 at 1:42 PM

ନୂଆଦିଲ୍ଲୀ ୧୭।୦୩; ଲୁଣ ବିନା ଆସିନଥାଏ ଖାଦ୍ୟର ସ୍ବାଦ । ଏହାକୁ ସାଧାରଣ ଲୁଣ କିମ୍ବା ସୋଡିୟମ୍ କ୍ଲୋରାଇଡ୍ କୁହାଯାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଗୋଟିଏ ଦିନରେ ମାତ୍ର ୫ ଗ୍ରାମ ଲୁଣ ଖାଇବା ଉଚିତ୍ । ଅଧିକ ଲୁଣ ଖାଇବା ଦ୍ବାରା ଉଚ୍ଚ ରକ୍ତଚାପ ସୃଷ୍ଟି ହୋଇପାରେ । ଏହାସହିତ ହୃଦରୋଗର ଆଶଙ୍କା ମଧ୍ୟ ବଢିଥାଏ ।
ଗୋଟିଏ ଦିନରେ କେତେ ଲୁଣ ଖାଇ ପାରିବେ?
WHO ଅନୁଯାୟୀ, ଆବଶ୍ୟକତା ଠାରୁ ଅଧିକ ଲୁଣ ଖାଇବା ବିଶ୍ବବ୍ୟାପୀ ମୃତ୍ୟୁର ଏକ ପ୍ରମୁଖ କାରଣ ପାଲଟିଛି । ପରିସଂଖ୍ୟାନ ଅନୁଯାୟୀ ପ୍ରାୟ ଅଧିକାଂଶ ଲୋକ ନିର୍ଦ୍ଧାରିତ ମାନଦଣ୍ଡରୁ ଅଧିକ ଲୁଣ ଖାଉଛନ୍ତି । ଏମିତିକି ଖାଦ୍ୟ ମାଧ୍ୟମରେ ପ୍ରାୟ ୭୫ ପ୍ରତିଶତ ଲୁଣ ଆମ ଶରୀରକୁ ଯାଉଛି ।
ଅନେକ ସ୍ୱଳ୍ପ ଆୟ ଏବଂ ମଧ୍ୟମ ଆୟ ଦେଶରେ ଲୋକମାନେ ମାଛ ସସ୍ କିମ୍ବା ସୋୟା ସସ୍ ମାଧ୍ୟମରେ ଲୁଣ ଖାଇଥାନ୍ତି । ଯଦି ଆପଣ ଲୁଣର ଖାଇବାକୁ ସୀମିତ କରନ୍ତି, ତେବେ ଆପଣ ନିଜକୁ ହୃଦ୍ରୋଗରୁ ରକ୍ଷା କରିବାରେ ସକ୍ଷମ ହେବେ । ପ୍ରତିବର୍ଷ ହୃଦଘାତ ଏବଂ ଷ୍ଟ୍ରୋକ୍ ଯୋଗୁଁ ପ୍ରାୟ ୨.୫ ମିଲିୟନ୍ ଲୋକଙ୍କର ମୃତ୍ୟୁ ଘଟୁଛି । ଏହି କାରଣରୁ କିଡନୀ ରୋଗ ହେବାର ମଧ୍ୟ ଦେଖା ଦେଇଥାଏ ଆଶଙ୍କା ।
ଲୁଣ ଖାଇବା କାହିଁକି ଆବଶ୍ୟକ?
ଲୁଣ କେବଳ ଆମ ଶରୀର ପାଇଁ କ୍ଷତିକାରକ ନୁହେଁ । ଏଥିରେ ଉଭୟ ସୋଡିୟମ୍ ଏବଂ ପୋଟାସିୟମ୍ ମିଳିଥାଏ, ଯେଉଁ କାରଣରୁ ଶରୀରରେ ଜଳର ପରିମାଣ ସଠିକ୍ ପରିମାଣରେ ରହିଥାଏ। ଏହାର ସାହାଯ୍ୟରେ ଅମ୍ଳଜାନ ଶରୀରର ସମସ୍ତ ଅଞ୍ଚଳରେ ପହଞ୍ଚିଥାଏ । ଏହା ସ୍ନାୟୁ ଏବଂ ଭାସ୍କୁଲାର ସିଷ୍ଟମ ଫଙ୍କସନରେ ସାହାଯ୍ୟ କରିଥାଏ ।