'ବିଗ୍‌ ବସ୍‌' ଛାଡ଼ିବେ ସିଦ୍ଧାର୍ଥ ଶୁକ୍ଳା !

Published By : Prameya-News7 Bureau | January 21, 2020 IST

ମୁମ୍ବାଇ୨୧|୧: 'ବିଗ୍‌ ବସ୍‌ ୧୩'ରେ ସବୁଦିନ କିଛି ନା କିଛି ନୂଆ ଦେଖିବାକୁ ମିଳୁଛି। ଫ୍ୟାମିଲି ୱିକ୍‌ରେ ପ୍ରତିଯୋଗୀଙ୍କ ମଧ୍ୟରେ ଫାଇଟ୍‌ ଦେଖିବାକୁ ମିଳିନଥିଲା। ସବୁକିଛି ଖୁବ ଭଲ ଭାବରେ ଚାଲୁଥିଲା। ହେଲେ ବିଗ୍‌ବସ୍‌ ଘରେ ଝଗଡା ହେବ ନାହିଁ ତାହା ଅସମ୍ଭବ।

{"id":214179,"sizeSlug":"large"}

ଫିନାଲେ ଏପିସୋଡ୍‌କୁ ଆଉ କିଛିଦିନ ବାକି ଥିବାବେଳେ ଘରେ ଝଗଡାର ମାହୋଲ ଦେଖିବାକୁ ମିଳିଛି। ପୁଣିଥରେ ଶୋ'ରେ ଅସୀମ ରିୟାଜ ଓ ସିଦ୍ଧାର୍ଥଙ୍କ ଝଗଡା ଦେଖିବାକୁ ମିଳିଛି। କିଛି ଦିନ ଧରି ଶାନ୍ତ ରହିଥିବା ସିଦ୍ଧାର୍ଥ ପୁଣିଥରେ ନିଜ ପୂରୁଣା ରୂପକୁ ଫେରିଛନ୍ତି।

{"id":214182,"sizeSlug":"large"}

ଉଭୟ ଏତେ ଜୋର ଝଗଡା କରିବେ ଯେ, ବିଗ୍‌ବସ୍‌ ସେମାନଙ୍କୁ କନ୍‌ଫେସନ ରୁମ୍‌କୁ ଡାକିବାରେ ଦେଖାଯାଇଛି। ଝଗଡା ଏତେ ବଢ଼ିଯିବ ଯେ ସିଦ୍ଧାର୍ଥ ଶୋ' ଛାଡ଼ିବାକୁ ଜିଦ୍‌ ଧରିଛନ୍ତି। ଶୋ'ର ଅପ୍‌କମିଂ ଏପିସୋଡ୍‌ରେ ଏହି ଫାଇଟ୍‌ ଦେଖିବାକୁ ମିଳିବ । 'ବିଗ୍‌ ବସ୍‌'ର ଏକ ପ୍ରୋମୋରେ ଏହା ଦେଖିବାକୁ ମିଳିଛି । ନିକଟରେ ହିନା ଖାନ୍‌ ପୁଣିଥରେ ଶୋ'ରେ ଏଣ୍ଟ୍ରି କରିଛନ୍ତି।

{"id":214184,"sizeSlug":"large"}

'ବିବି' ହାଉସ୍‌କୁ ଏଲିଟ୍‌ କ୍ଲକ୍ ଟାସ୍କ କରାଇବାକୁ ଆସିବେ ହିନା ହେଲେ ଟାସ୍କ ସମୟରେ ହିନାଙ୍କ ଆଗରେ ସିଦ୍ଧାର୍ଥ ଓ ଅସୀମଙ୍କର ଝଗଡା ହୋଇଛି। କନ୍‌ଫେଶନ୍‌ ରୁମ୍‌ରେ ସିଦ୍ଧାର୍ଥ ଶୋ' ଛାଡ଼ିବା ପାଇଁ ଜିଦ୍‌ ଧରିଛନ୍ତି। ତେବେ ଆଗକୁ କ'ଣ ହୋଇଛି, ତାହା ଆଗାମୀ ଏପିସୋଡ୍‌ରେ ଦେଖିବାକୁ ମିଳିବ।

{"id":214183,"sizeSlug":"large"}

ହିନା ଏଥର କେବଳ ଟାସ୍କ କରାଇବାକୁ ନୁହେଁ ବରଂ ନିଜ ଡେବ୍ୟୁ ଫିଲ୍ମର ପ୍ରୋମୋସନ୍‌ କରିବା ପାଇଁ ମଧ୍ୟ ଆସିଛନ୍ତି। ନିକଟରେ ତାଙ୍କ ଫିଲ୍ମ 'ହ୍ୟାକ୍ଡ'ର ଟ୍ରେଲର୍‌ ରିଲିଜ୍‌ ହୋଇଛି, ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ଫିଲ୍ମଟି ବିକ୍ରମ ଭଟ୍ଟଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଛି। ଆସନ୍ତା ଫେବୃଆରୀ ୭ ତାରିଖରେ ଫିଲ୍ମଟି ରିଲିଜ୍ ହେବ।

wp:core-embed/instagram {"url":"https://www.instagram.com/p/B7jaOgpncjv/?utm_source=ig_embed","type":"rich","providerNameSlug":"instagram","className":""}
https://www.instagram.com/p/B7jaOgpncjv/?utm_source=ig_embed
/wp:core-embed/instagram

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.