ଗରିବ ବ୍ୟକ୍ତିଙ୍କୁ ବିନା କାରଣରେ ପିଟିଲେ ସିଦ୍ଧାର୍ଥ ଶୁକ୍ଳା : ଭାଇରାଲ୍ ହେଉଛି ଅଭିନେତାଙ୍କ ଭିଡିଓ

Published By : Prameya-News7 Bureau | December 13, 2020 IST

ମୁମ୍ବାଇ ୧୩/୧୨: ବିଗ୍ ବସ୍ ଫେମ୍ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଭିଡିଓ ରେକର୍ଡ଼ କରୁଥିବା ବ୍ୟକ୍ତି ସିଦ୍ଧାର୍ଥଙ୍କ ଉପରେ ଅଭିଯୋଗ କରିଥିଲେ ଯେ ସେ କୌଣସି ଜଣେ ଗରିବ ବ୍ୟକ୍ତିଙ୍କୁ ବିନା କାରଣରେ ପିଟୁଛନ୍ତି ଏବଂ ମଦ ପିଇ ଗାଡ଼ି ଚଲାଉଛନ୍ତି। ସିଦ୍ଧାର୍ଥ ଏହାର ଉତ୍ତରରେ କହୁଛନ୍ତି ଯେ ପ୍ରଥମେ ଏହି ବ୍ୟକ୍ତି ତାଙ୍କୁ ଛୁରୀ ଦେଖାଇଥିଲେ। ଭିଡିଓରେ ସିଦ୍ଧାର୍ଥ ଶୁକ୍ଳା ଭିଡିଓ ରେକର୍ଡ଼ କରୁଥିବା ବ୍ୟକ୍ତିଙ୍କଠୁ ଭିଡିଓ କ୍ୟାମେରା ଛଡ଼ାଇବାକୁ ଉଦ୍ୟମ କରୁଥିବା ଦେଖାଯାଉଛନ୍ତି।

wp:embed {"url":"https://twitter.com/TheRealKhabri/status/1337661510269587456","type":"rich","providerNameSlug":"twitter","responsive":true,"className":""}
https://twitter.com/TheRealKhabri/status/1337661510269587456
/wp:embed

ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି ଏବଂ ଏହାର ଆଧାରରେ ସିଦ୍ଧାର୍ଥଙ୍କ ବିରୋଧରେ ଏହି ଅଭିଯୋଗ ଲଗାଯାଉଛି ଯେ ସେ କେବଳ ମଦ ପିଇ ଗାଡ଼ି ଚଲାଉ ନାହାନ୍ତି ବରଂ ଜଣେ ଗରିବ ବ୍ୟକ୍ତିଙ୍କୁ ବିନା କାରଣରେ ମାଡ଼ ମାରୁଛନ୍ତି। ସୂଚନା ଅନୁଯାୟୀ ଏହି ଭିଡିଓ ସିଦ୍ଧାର୍ଥ ଶୁକ୍ଳାଙ୍କ ମିଡନାଇଟ୍ ବାର୍ଥଡେ ପାର୍ଟି ପରର। ଏହି ଭିଡିଓ ଅସଲି କି ନକଲି ତାହା ଏପର୍ଯ୍ୟନ୍ତ ଜଣାଯାଇନାହିଁ। ଏହା ସହିତ ଏହି ମାମଲାରେ ଏବେ ସୁଦ୍ଧା ସିଦ୍ଧାର୍ଥ ଶୁକ୍ଳାଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

{"id":376690,"sizeSlug":"large","linkDestination":"none"}

ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଳା ନିକଟରେ ନିଜର ୪୦ତମ ଜନ୍ମଦିନ ପାଳନ କରିଛନ୍ତି। ବିଗ୍ ବସ୍ ଜିତିବା ପରଠୁ ସିଦ୍ଧାର୍ଥଙ୍କ ଲୋକପ୍ରିୟତା ବହୁତ ବଢ଼ିଯାଇଛି। ସେହି ଶୋ ପାଇଁ ତାଙ୍କୁ ଶେହନାଜ ଗିଲ୍ ଭଳି ନୂଆ ଏବଂ କ୍ୟୁଟ୍ ସାଙ୍ଗ ମିଳିଯାଇଥିଲେ। ଏବର୍ଷ ସିଦ୍ଧାର୍ଥ ଶୁକ୍ଳା ନିଜ ଜନ୍ମଦିନ ଶେହନାଜ ଗିଲ ଏବଂ ନିଜର କିଛି ଘନିଷ୍ଠ ବନ୍ଧୁଙ୍କ ସହ ସେଲିବ୍ରେଟ୍ କରିଛନ୍ତି। ଶେହନାଜ ତାଙ୍କ ଜନ୍ମଦିନକୁ ଅତ୍ୟନ୍ତ ମଜାଳିଆ ଏବଂ ଚମତ୍କାର କରି ଦେଇଥିଲେ।

wp:html
/wp:html

ସୋସିଆଲ୍ ମିଡିଆରେ ସିଦ୍ଧାର୍ଥଙ୍କ ଜନ୍ମଦିନର କେତେକ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି। ଗୋଟିଏ ଭିଡିଓ​‌ରେ ସିଦ୍ଧାର୍ଥ ଶୁକ୍ଳା ନିଜ ବାର୍ଥଡେ କେକ୍ କାଟୁଛନ୍ତି। ସେଠାରେ ଥିବା ତାଙ୍କ ସାଙ୍ଗମାନେ ତାଙ୍କ ପାଇଁ ବାର୍ଥଡେ ଗୀତ ଗାଉଛନ୍ତି। କିନ୍ତୁ ଶେହନାଜ ଗିଲ ସବୁଠୁ ଜୋରରେ ଗୀତ ଗାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.