ହଠାତ୍‌ ଶତ୍ରୁରୁ ମିତ୍ର ହେଲେ ବିଗବସ୍ ୧୩ର ଏହି ୨ଜଣ ପ୍ରତିଯୋଗୀ, ରୋମାନ୍ସ କଲେ ସିଦ୍ଧାର୍ଥ ଓ ରଶ୍ମୀ

Published By : Prameya-News7 Bureau | November 25, 2019 IST

ମୁମ୍ବାଇ୨୫|୧୧: କଲର୍ସ ଚ୍ୟନାଲରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ଶୋ’ ‘ବିଗବସ୍-୧୩’ ଅଧିକାଂଶ ସମୟବିବାଦରେ ଥାଏ। ହେଲେ ଲୋକେ ଏହି ଶୋକୁ ଦେଖିବା ବହୁତ ପସନ୍ଦ କରନ୍ତି। ସେଥିପାଇଁ ତ ଏହି ଶୋ’ର ଟିଆରପି ସବୁବେଳେ ଅଧିକ ରହେ।

{"id":189680,"sizeSlug":"large"}

ବହୁ ପ୍ରତିକ୍ଷିତ ଶୋ’ ବିଗ୍‌ବସ୍‌ ସିଜିନ୍‌ ୧୩ରେ ମଧ୍ୟ ପ୍ରତ୍ୟେକ ଥର ଭଳି ଅନେକ ଝଗଡା ଦେଖିବାକୁ ମିଳୁଛି। ବିଗବସ୍‌ରେ ଝଗଡା ହେବା ଏକ ସାଧାରଣ କଥା। ହୁଏତ ସେଥିପାଇଁ ଲୋକେ ଏହି ଶୋ ଦେଖିବା ପସନ୍ଦ କରନ୍ତି। କାରଣ ଏଥିରେ ସେଲିବ୍ରିଟିମାନେ ଶତ୍ରୁଙ୍କ ଭଳି ଝଗଡା କରନ୍ତି।

{"id":189677,"sizeSlug":"large"}

ତେବେ ଚଳିତ ସିଜିନରେ “ଦିଲ ସେ ଦିଲ ତକ” ଧାରାବାହିକର କଳାକାର ସିଦ୍ଧାର୍ଥ ଶୁକ୍ଲା ଓ ରଶ୍ମୀ ଦେଶାଇ ମଧ୍ୟ ଘରେ ଅଛନ୍ତି।ଉଭୟଙ୍କ ରୋମାନ୍ସ ଲୋକେ ସ୍କ୍ରିନରେ ଦେଖିବାକୁ ଭଲ ପାଆନ୍ତି। କିନ୍ତୁ ଘରେ ରଶ୍ମୀ ଓ ସିଦ୍ଧାର୍ଥ ପରସ୍ପରଙ୍କ ଚେହେରା ଦେଖିବା ମଧ୍ୟ ପସନ୍ଦ କରନ୍ତି ନାହିଁ। ହୁହିଁଙ୍କ ମଧ୍ୟରେ ଶତ୍ରୁତା ଦେଖି ଦର୍ଶକ ଆଶ୍ଚର୍ଯ୍ୟ ହୋଇଥିଲେ।

{"id":189678,"sizeSlug":"large"}

କାରଣ ଧାରାବାହିକରେ ଉଭୟଙ୍କର ଏକ ଅଲଗା ରୂପ ଦେଖିବାକୁ ମିଳୁଥିଲା ଓ ଘରେ ଏମାନେ କଥା ହେବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। ନିକଟରେ ବିଗବସ୍‌ର ଏକ ପ୍ରମୋ ଭାଇରାଲ ହୋଇଛି ଓ ଦର୍ଶକ ଏହି ପ୍ରମୋକୁ ବହୁତ ପସନ୍ଦ କରିଛନ୍ତି। କାରଣ ଏହି ପ୍ରମୋ ରଶ୍ମୀ ଓ ସିଦ୍ଧାର୍ଥ ନେଇ ଶୁଟ୍‌ ହୋଇଛି। ପ୍ରଥମେ ବିଗ୍‌ବସ୍‌ ଏହି ପ୍ରମୋ ନିଜେ ଦେଖିଥିଲେ ଓ ପରେ ଉଭୟଙ୍କୁ ଏହା ରିକ୍ରିଏଟ୍‌ କରିବାକୁ ଆଦେଶ ଦେଇଥିଲେ।

{"id":189679,"sizeSlug":"large"}

ଏଥିପାଇଁ ରଶ୍ମୀ ଓ ସିଦ୍ଧାର୍ଥ ପୁଣିଥରେ ରୋମାନ୍ସ କରିବାରେ ନଜର ଆସିବେ। ଉଭୟଙ୍କ କେମିଷ୍ଟ୍ରି ଦର୍ଶକଙ୍କୁ ଖୁବ ଖୁସି କରିଛି। ସୋସିଆଲ ମିଡିଆରେ ଏବେ #Sidra ଟ୍ରେଣ୍ଡ ଚାଲିଛି।ଏହି ଟାସ୍କ ସମୟରେ ଘରର ଅନ୍ୟ ସଦସ୍ୟମାନେ ମଧ୍ୟ ବହୁତ ଉତ୍ସାହିତ । ସୂଚନାଯୋଗ୍ୟ ଯେ, ସିଦ୍ଧାର୍ଥ ଓ ରଶ୍ମୀ ପ୍ରଥମେ ପରସ୍ପର ଡେଟ୍‌ କରୁଥିଲେ ଓ ପରେ କୌଣସି କାରଣ ଯୋଗୁଁ ଦୁହିଁଙ୍କର ଝଗଡା ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.