ନିର୍ବାଚନ ଆୟୋଗର ଏହି ବ୍ୟକ୍ତିଙ୍କ ଉପରେ ବାୟେପିକ୍ କରିବେ ସିଦ୍ଧାର୍ଥ ? ଫିଲ୍ମ ମେକର୍ସ ଦେଲେ ସୂଚନା

Published By : Prameya-News7 Bureau | June 04, 2024 IST

ମୁମ୍ଵାଇ ୦୪।୦୬: ଚଳଚ୍ଚିତ୍ର ନିର୍ମାତା ସିଦ୍ଧାର୍ଥ ରୟ କପୁର ତାଙ୍କ ଚଳଚ୍ଚିତ୍ର ପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ପ୍ରସିଦ୍ଧ । ତାଙ୍କ ପ୍ରଡକ୍ସନ୍ ହାଉସ୍ 'ରୟ କପୁର ଫିଲ୍ମସ୍ (ଆରକେଏଫ୍) ରେ ନିର୍ମିତ ଚଳଚ୍ଚିତ୍ର ଗୁଡ଼ିକ ପ୍ରାୟତଃ ଦର୍ଶକଙ୍କ ଦ୍ଵାରା ଲୋକପ୍ରିୟ ଏବଂ ପସନ୍ଦ ହୋଇଥାଏ। ଏହି ସମୟରେ ସିଦ୍ଧାର୍ଥ ରୟ କପୁର ତାଙ୍କ ପ୍ରଡକ୍ସନ୍ ହାଉସରେ ଏକ ଐତିହାସିକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତ ହେଉଥିବା ଖବର ଆସିଛି। ଚଳଚ୍ଚିତ୍ର ନିର୍ମାତା ପ୍ରଡକ୍ସନ୍ ହାଉସ୍ 'ରୟ କପୁର ଫିଲ୍ମସ୍' ଦେଶର ପ୍ରଥମ ସାଧାରଣ ନିର୍ବାଚନର ମୁଖ୍ୟ ନିର୍ବାଚନ କମିଶନର ସୁକୁମାର ସେନ୍ଙ୍କ ଜୀବନରେ ବାୟୋପିକ୍ କରିବାର ଅଧିକାର ହାସଲ କରିଛି। ଫିଲ୍ମ ନିର୍ମାତା ଏହି ଚଳଚ୍ଚିତ୍ର ସହ ଜଡିତ ଅନେକ ଅପଡେଟ୍ ମଧ୍ୟ ସେୟାର କରିଛନ୍ତି। ଫିଲ୍ମ କରିବାର ସୁଯୋଗ ପାଇବା ନେଇ ସେ ନିଜର ମତ ମଧ୍ୟ ପ୍ରକାଶ କରିଛନ୍ତି।

ସିଦ୍ଧାର୍ଥ ରୟଙ୍କ ପ୍ରଡକ୍ସନ୍ ହାଉସ୍  ମିଡିଆ ସହଯୋଗରେ ଏହି ବାୟୋପିକ୍ ତିଆରି କରିବାର ଅଧିକାର ହାସଲ କରିଛି। ଚଳଚ୍ଚିତ୍ର ନିର୍ମାତା ଏହି ବାୟୋପିକ୍‌ ଷ୍ଟୋରୀ ଏବଂ ତାଙ୍କର ଭାବନା ବିଷୟରେ କହିଥିଲେ ଯେ 'ଆମର ଜଣେ ଜାତୀୟ ହିରୋ ସୁକୁମାର ସେନ୍ଙ୍କ ଜୀବନରେ ବାୟୋପିକ୍ ତିଆରି କରିବା ନେଇ ଆମେ ଗୌରାୱିନତ। ସେ ଭାରତର ଗଣତାନ୍ତ୍ରିକ ଇତିହାସ ଗଠନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।  ଗଣତାନ୍ତ୍ରିକ ପ୍ରକ୍ରିୟାର ବାହ୍ୟରେଖା ପ୍ରସ୍ତୁତ କରିବାରେ 'ସୁକୁମାର ସେନ୍ ଏକ ଗୁରୁତ୍ତ୍ଵପୂର୍ଣ୍ଣ ଅବଦାନ ଦେଇଛନ୍ତି, ତାଙ୍କୁ ପ୍ରଶଂସା କରାଯିବା ଉଚିତ୍'।

୭୨ ବର୍ଷ ପରେ କୁହାଯାଉଥିବା ଏହି କାହାଣୀ ବିଷୟରେ ସୁକୁମାର ସେନଙ୍କ ନାତି କହିଛନ୍ତି ଯେ ଏକ ରାଷ୍ଟ୍ର ଭାବରେ ଭାରତର ସବୁଠାରୁ ବଡ ସଫଳତା ହେଉଛି ଏହାର ସଫଳ ଗଣତନ୍ତ୍ର। ସମସ୍ତ ଗଣତାନ୍ତ୍ରିକ ରାଷ୍ଟ୍ରର ମୂଳଦୁଆ ହେଉଛି ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଏବଂ ଏହି ନିର୍ବାଚନ ପ୍ରକ୍ରିୟାର ମୂଳଦୁଆ ପକାଇବାର ଶ୍ରେୟ ସୁକୁମାର ସେନ୍, ଯିଏ ମୋର ଜେଜେବାପା ତଥା ସ୍ଵାଧିନ ଭାରତର ପ୍ରଥମ ମୁଖ୍ୟ ନିର୍ବାଚନ କମିଶନର ଥିଲେ। ଏଥି ସହିତ ଅନ୍ୟ ନାତି କହିଛନ୍ତି ଯେ ଆମ ଦେଶର ଲୋକଙ୍କୁ ଜଣେ ଉଲ୍ଲେଖନୀୟ ବ୍ୟକ୍ତି ତଥା ତାଙ୍କର ସଫଳତା ବିଷୟରେ ଅବଗତ କରାଇବା ଏହା ଏକ ପ୍ରଶଂସନୀୟ ପ୍ରୟାସ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.