ସିଦ୍ଧାର୍ଥ-କିଆରାଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର, ଭିଡିଓରେ ହେଲା ଖୁଲାସା

Published By : Prameya-News7 Bureau | January 09, 2023 IST

ମୁମ୍ବାଇ ୦୯।୦୧: ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ। ଦୁହିଁଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର। ଦୀର୍ଘ ଦିନ ଧରି ସୋସିଆଲ ମିଡିଆରେ ନା ନା ଅପଡେଟ୍‌ ସାମ୍ନାକୁ ଆସିଛି । ହେଲେ ରିପୋର୍ଟ ଅନୁଯାୟୀ କୁହାଯାଉଛି କିଆରା ଏବଂ ସିଦ୍ଧାର୍ଥ ୬ ଫେବୃଆରୀ ୨୦୨୩ରେ ସାତାଫେରା ନେବାକୁ ଯାଉଛନ୍ତି।  କିନ୍ତୁ ଏହାକୁ ନେଇ ସିଦ୍ଧାର୍ଥ ଏବଚ କିଆରା ଦୁହେଁ କୌଣସି ପ୍ରକାରର ନିଶ୍ଚିତତା ଦେଇନାହାଁନ୍ତି। ଏଥି ସହିତ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ବ୍ୟକ୍ତି ସିଦ୍ଧାର୍ଥ-କିଆରାଙ୍କ ବିବାହ ବିଷୟରେ କହୁଛନ୍ତି, ତେବେ ଅଭିନେତା ଏହା ଉପରେ ଲାଜେଇ ଯାଉଛନ୍ତି ହସିକି ପଳାଉଛନ୍ତି।

wp:html
/wp:html

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ସେମାନଙ୍କ ମଡେଲ-ଅଭିନେତ୍ରୀ ବନ୍ଧୁ ଆରତୀ ଖେତ୍ରପାଲଙ୍କ ଭାଇ ବିବାହ ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ। ଆରତୀ ଖେତ୍ରପାଲ ଇନଷ୍ଟାଗ୍ରାମରେ ତାଙ୍କ ଭାଇଙ୍କ ବିବାହର କିଛି ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସିଦ୍ଧାର୍ଥଙ୍କ ବିବାହ ବିଷୟରେ ଏକ ଭିଡିଓ ଦେଖିବାକୁ ମିଳିଛି। ଭାଇରାଲ ଭିଡିଓରେ ସିଦ୍ଧାର୍ଥ ମଞ୍ଚରୁ କହୁଥିବାର ଦେଖାଯାଉଛି।  ଦିଲ୍ଲୀରେ ବିବାହ କିଛି ଅଲଗା ହୁଏ । ସିଦ୍ଧାର୍ଥଙ୍କ ସହ ମଞ୍ଚ ଉପରେ ଠିଆ ହୋଇଥିବା ବ୍ୟକ୍ତି କହିଛନ୍ତି ଯେ ଦିଲ୍ଲୀର ଏହି ଯୁବକ ବହୁତ ହଟ ସେ ମଧ୍ୟ ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।  

ସେହି ବ୍ୟକ୍ତିଙ୍କ କଥା ଶୁଣିବା ପରେ ସିଦ୍ଧାର୍ଥ ମଲହୋତ୍ରା କିଛି ନ କହି ହସିକି ମୁହଁ ଲୁଚାଇ ମଞ୍ଚ ଉପର ପଛକୁ ପଳାଇଛନ୍ତି। ଗତ ଏକ ବର୍ଷ ଧରି ସିଦ୍ଧାର୍ଥ -କିଆରାଙ୍କ ବିବାହ ଖବର ସୋସିଆଲ ମିଡିଆରେ ତୀବ୍ର ଭାବେରେ ବ୍ୟାପି ଚାଲିଛି । କୁହାଯାଉଛି ବିବାହର ସ୍ଥାନ ଏବଂ ତାରିଖ ସ୍ଥିର କରାଯାଇଛି । ଏହା ସହ ସବୁ ପ୍ରକାରର ପ୍ରସ୍ତୁତି ମଧ୍ୟ ସରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.