ଡ୍ରଗ୍ସ ମାମଲାରେ ଜାମିନ୍‌ ମିଳିବା ପରେ ସେଲଫି ପୋଷ୍ଟ କଲେ ସିଦ୍ଧାନ୍ତ, ଟ୍ରୋଲ୍‌ କଲେ ୟୁଜର୍ସ

Published By : Prameya-News7 Bureau | June 15, 2022 IST

ମୁମ୍ବାଇ ୧୫।୦୬: ଡ୍ରଗ୍ସ ମାମଲାରେ ଗତ ରବିବାର ଅର୍ଥାତ୍ ୧୨ ଜୁନ୍‌ରେ ବାଙ୍ଗାଲୋରରେ ଅଭିନେତା ସିଦ୍ଧାନ୍ତ କପୁରଙ୍କୁ ପୋଲିସ ଗିରଫ କରିଥିଲା। ଟେଷ୍ଟ କରିବା ପରେ ଶକ୍ତି କପୁରଙ୍କ ପୁଅ ଡ୍ରଗ୍ସ ନେଉଥିବାର ଜଣାପଡିଛି। ଏହି ମାମଲାରେ ସିଦ୍ଧାନ୍ତଙ୍କ ସହ ୬ଜଣଙ୍କୁ ପୋଲିସ ଗିରଫ କରିଥିଲା। ବର୍ତ୍ତମାନ ୫ ଜଣଙ୍କୁ ଜାମିନ ମିଳିଛି। ଜାମିନ ପାଇବା ପରେ ସିଦ୍ଧାନ୍ତ କପୁର ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ସେଲଫି ପୋଷ୍ଟ କରିଛନ୍ତି। ଯେଉଁଥି ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଉଛି।

{"width":847,"height":476}
Siddhanth Kapoor shares selfie from flight after getting bail in drugs case  users trolled him - Entertainment News India - Siddhanth Kapoor: ड्रग्स केस  में बेल मिलने के बाद सिद्धांत कपूर ने

ଡ୍ରଗ୍ସ ମାମଲାରେ ସିଦ୍ଧାନ୍ତ କପୁରଙ୍କ ନାମ ଆସିବା ଦିନଠାରୁ ବଲିଉଡ କଳାକାରମାନେ ଅନେକ ଲୋକଙ୍କ ଟାର୍ଗେଟରେ ଆସିଛନ୍ତି। ନିକଟରେ ଇନଷ୍ଟା ଷ୍ଟୋରୀରେ ଅଭିନେତା ସିଦ୍ଧାନ୍ତ କପୁରଙ୍କ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଜଣେ ମହିଳା ବନ୍ଧୁଙ୍କ ସହ ବିମାନରେ ନଜର ଆସିଛନ୍ତି । ଦୁହେଁ ମାସ୍କ ପିନ୍ଧି ଥିବାର ଦେଖିବାକୁ ମିଳିଛି । ସିଦ୍ଧାନ୍ତଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର୍ସ ତାଙ୍କୁ ଟ୍ରୋଲ୍ କରିବାରେ ଲାଗିଛନ୍ତି । ଜଣେ କହିଛନ୍ତି, 'ସମଗ୍ର ଇଣ୍ଡଷ୍ଟ୍ରି ଡ୍ରଗ୍ସ ନେଉଛି।

ବର୍ତ୍ତମାନ ପର୍ଯ୍ୟନ୍ତ, ସିଦ୍ଧାନ୍ତଙ୍କ ଗିରଫ୍କୁ ନେଇ ଅଭିନେତା ଶକ୍ତି କପୁର ଏକ ବିବୃତ୍ତି ଦେଇ କହିଛନ୍ତି କି ମୁଁ ଏହା ବିଶ୍ବାସ କରିପାରୁ ନାହିଁ । ଏ ବିଷୟରେ ମୁଁ ମିଡିଆରୁ ଜାଣିବାକୁ ପାଇଲି । ଏହା ସମ୍ଭବ ନୁହେଁ ଅନ୍ୟପଟେ ତାଙ୍କ ଭଉଣୀ ତଥା ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.