କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା: ସନ୍ଧ୍ୟାରେ ବୈଠକ, ୨୦ରେ ବେଙ୍ଗାଲୁରୁରେ ଶପଥ ଗ୍ରହଣ ସମାରୋହ
18/05/2023 at 8:38 AM

ବେଙ୍ଗାଲୁରୁ ୧୮/୦୫: ସିଦ୍ଧରମୈୟା ହେବେ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ଡିକେ ଶିବକୁମାର ହେବେ ଉପମୁଖ୍ୟମନ୍ତ୍ରୀ। ୨୦ତାରିଖରେ ଶପଥ ଗ୍ରହଣ। ୪ଦିନ ଧରି ମାରାଥନ ବିଚାର ବିମର୍ଶ ପରେ ଏହି ଚିତ୍ର ପ୍ରାୟ ସ୍ପଷ୍ଟ ହୋଇଛି। ଏହା ଆଗରୁ ଗୁରୁବାର ସଂଧ୍ୟାରେ ବେଙ୍ଗଲୁରୁରେ କଂଗ୍ରେସ ବିଧାୟକ ଦଳ ବୈଠକ ଡକାଯାଇଛି।
ବୁଧବାର କଂଗ୍ରେସ ହାଇକମାଣ୍ଡଙ୍କ ସହ ଦିଲ୍ଲୀରେ ଲମ୍ବା ସମୟ ଧରି ଆଲୋଚନା ଚାଲିଥିଲା। ରାହୁଲ ଗାନ୍ଧୀ ଏବଂ ଖଗଡେ ମାରାଥନ ବୈଠକ କରିଥିଲେ। ଏହାପରେ ଚିତ୍ର ସ୍ପଷ୍ଟ ହୋଇଥିବା ଅନୁମାନ କରାଯାଉଛି। ଆସନ୍ତା ଶନିବାର କର୍ଣ୍ଣାଟକରେ ଶପଥ ସମାରୋହ ହେବ। ଅପରାହ୍ଣ ପ୍ରାୟ ସାଢେ ୩ଟା ବେଳେ ଶପଥ ଗ୍ରହଣ ଉତ୍ସବ ହେବ।
କର୍ଣ୍ଣାଟକ ରାଜ୍ୟପାଳ ସିଦ୍ଦରମେୟାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହିତ ଗାନ୍ଧି ପରିବାର ଓ ବହୁ ବରିଷ୍ଠା ନେତା ସାମିଲ ହେବେ । ସେହିପରି କଂଗ୍ରେସ ବିଚାରଧାରା ରଖୁଥିବା ଲୋକଙ୍କୁ ଏହି ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଛି ।