Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କର୍ଣ୍ଣାଟକ​‌ରେ ସିଦ୍ଦରମୈୟା କ୍ୟାବିନେଟ୍‌ରେ ଅଦଳବଦଳ, ଫାଇଦାରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ…

31/05/2023 at 10:38 PM

ନୂଆଦିଲ୍ଲୀ, ୩୧/୦୫: କ୍ୟାବିନେଟ୍‌ରେ ପୁଣି ଅଦଳବଦଳ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା। ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା କିଛି ବିଭାଗରେ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତନ ପରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବେ ଅର୍ଥ, କ୍ୟାବିନେଟ୍‌ ମାମଲା, କାର୍ମିକ ବିଭାଗ, ଗୁଇନ୍ଦା, ସୂଚନା ଏବଂ ସବୁ ଅଣ ଆବଣ୍ଟିତ ବିଭାଗ ସମ୍ଭାଳିବେ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍‌ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡଗେଙ୍କ ପାଖରେ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ, ଆଇଟି ଏବଂ ବିଟି ଡିପାର୍ଟମେଣ୍ଟ ରହିଛି। ଏହା ପୂର୍ବରୁ ଆଇଟି ଏବଂ ବିଟି ବିଭାଗ ମୁଖ୍ୟମନ୍ତ୍ରୀ ପାଖରେ ଥିଲା। ପ୍ରିୟଙ୍କ ଖଡଗେଙ୍କୁ ଗ୍ରାମୀଣ ବିକାଶ ଏବଂ ପଞ୍ଚାୟତିରାଜ ମନ୍ତ୍ରାଳୟ ହିଁ ମିଳିଥିଲା। ସେହିପରି ଏମଭି ପାଟିଲ ବୃହତ ଏବଂ ମଧ୍ୟମ ଉଦ୍ୟୋଗ ବିକାଶ ସମ୍ଭାଳିବେ।

ସୂଚନାଥାଉକି, ଆରମ୍ଭରେ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ସହ ୧୦ ମନ୍ତ୍ରୀ ଶପଥ ନେଇଥିଲେ। ଏହା ପରେ ଶନିବାର ମେ ୨୭ରେ ୨୪ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍‌ କରିଥିଲେ। କର୍ଣ୍ଣାଟକ ସରକାରଙ୍କ ତରଫରୁ ଏହାକୁ ନେଇ ବିଜ୍ଞପ୍ତି ଜାରି ହୋଇଛି। ସୂଚନାଥାଉକି କର୍ଣ୍ଣାଟକର ୨୨୪ ଆସନ ବିଶିଷ୍ଟ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ କଂଗ୍ରେସକୁ ୧୩୫ ସିଟ୍‌ ମିଳିଥିଲା, ଯେତେବେଳେକି ଭାଜପା ୬୬ ଏବଂ ଜେଡିଏସକୁ ୧୯ ସିଟ୍‌ ହାସଲ କରିଥିଲା।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ର ଅହମଦନଗର ହେବ ଅହଲ୍ୟାନଗର: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କାହାକୁ ମିଳିଲା କେଉଁ ବିଭାଗ ?

ନୂଆ ବିଜ୍ଞପ୍ତି ଅନୁଯାୟୀ ଉପମୁଖ୍ୟମନ୍ତ୍ରୀ ସିଏମ ଡି.କେ ଶିବକୁମାରଙ୍କୁ ଜଳସେଚନ ଏବଂ ବେଙ୍ଗାଲୁରୁ ସହର ବିକାଶ ସମେତ ବୃହତ ବେଙ୍ଗାଲୁରୁ ମହାନଗର ପାଲିକ (ବିବିଏମପି), ବାଙ୍ଗାଲୋର ବିକାଶ ପ୍ରାଧିକରଣ, ବାଙ୍ଗାଲୋର ଜଳ ଯୋଗାଣ ଏବଂ ସ୍ୱେରେଜ୍ ବୋର୍ଡ, ବାଙ୍ଗାଲୋର ମହାନଗର ନିଗମ ବିକାଶ ପ୍ରାଧିକରଣ ଏବଂ ବାଙ୍ଗାଲୋର ମେଟ୍ରୋ ରେଳ ନିଗମ ଲିମିଟେଡର ପୋର୍ଟଫୋଲିଓ ପ୍ରଦାନ କରାଯାଇଛି। ଜି.ପରମେଶ୍ବରକୁ ଗୃହ ବିଭାଗ, ଏମ.ବି ପାଟିଲଙ୍କୁ ବୃହତ ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ଏବଂ କେ.ଜେ ଜର୍ଜଙ୍କୁ ଶକ୍ତି ବିଭାଗ ଦିଆଯାଇଛି।

ଏଚ.କେ ପାଟିଲଙ୍କୁ ଆଇନ ଏବଂ ସଂସଦୀୟ ବ୍ୟାପାର, ଆଇନ ଏବଂ ପର୍ଯ୍ୟଟନ ବିଭାଗ ଦିଆଯାଇଥିବାବେଳେ କେଏଚ ମୁନିୟାପ୍ପାଙ୍କୁ ଖାଦ୍ୟ ଏବଂ ନାଗରିକ ଯୋଗାଣ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ କରାଯାଇଛି। ଶୟନନ୍ଦ ପାଟିଲଙ୍କୁ ବୟନ ଏବଂ ଆଖୁ ବିକାଶ ଇତ୍ୟାଦି ଦାୟିତ୍ବ ଦିଆଯାଇଛି। ମଧୁ ବଙ୍ଗରପ୍ପା ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ବିଭାଗ, ଏମ. ସି ସୁଧାକର ଉଚ୍ଚଶିକ୍ଷା ବିଭାଗ ଏବଂ ଏନ ଏସ ବୋସେରାଜୁଙ୍କୁ କ୍ଷୁଦ୍ର ଜଳସେଚନ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ଦାୟିତ୍ବ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଜ୍ଞାନବ୍ୟାପୀ ମସ୍‌ଜିଦ୍‌ ମାମଲା: ମୁସ୍‌ଲିମ ପକ୍ଷର ମାମଲା ଖାରଜ କଲେ ଆଲ୍ଲାହାବାଦ ହାଇକୋର୍ଟ

   Related Posts