ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
ମନସ୍କ l Manaska
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଲଗଜରୀ ଆପାର୍ଟମେଣ୍ଟ କିଣିଲେ ସିଡ୍‌-କିଆରା: ୭୦ କୋଟି ଘରକୁ ହେବେ ଶିଫ୍ଟ, ସାମ୍ନାକୁ ଆସିଲା ଭିଡିଓ

12/02/2023 at 2:35 PM

ମୁମ୍ଵାଇ ୧୨।୦୨: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ । କିଛି ବର୍ଷ ଧରି ପରସ୍ପରକୁ ଡେଟ କରୁଥିଲେ । ସେମାନଙ୍କ ସମ୍ପର୍କ ବହୁତ ସିକ୍ରେଟ୍‌ ଥିଲା । ଦୁହେଁ ୭ ଫେବୃୟାରୀରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହରେ ବେବଳ ସେମାନଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ଥିଲେ। ହେଲେ ବିବାହ ପରେ ଦୁହେଁ ଦିଲ୍ଳୀ ଯାଇଥିଲେ ଏବେ ମୁମ୍ଵାଇକୁ ଫେରିଛନ୍ତି। କହିବାକୁ ଗଲେ ବର୍ତ୍ତମାନ ପର୍ଯ୍ୟନ୍ତ ସିଦ୍ଧାର୍ଥ ଏବଂ କିଆରା ଅଲଗା ଘରେ ରହୁଥିଲେ କିନ୍ତୁ ଏହା ସ୍ପଷ୍ଟ ଯେ ବିବାହ ପରେ ଏହି ପୁରୁଣା ଘରେ ରହିବେ ନାହିଁ ।

ବର୍ତ୍ତମାନ ଦୁହେଁ ନୂଆ ଘର କିଣିଛନ୍ତି।  ଯାହା ବହୁତ ବିଳାଶପୂର୍ଣ୍ଣ ଅଟେ । ଖବର ଆସିଛି କି ନୂଆ ଘରର ମୂଲ୍ୟ ପ୍ରାୟ ୭୦ କୋଟି ଟଙ୍କା ବୋଲି କୁହାଯାଉଛି। ଯାହାର  ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି …ଏହି ଭିଡିଓରେ ଆପଣ ଆପାର୍ଟମେଣ୍ଟ ଦେଖିପାରୁଥିବେ। ଯେଉଁଥିରେ ସିଦ୍ଧାର୍ଥ ମ ଏବଂ କିଆରା ଏକାଠି ରହିବେ। ବିବାହର କିଛି ସପ୍ତାହ ତଳେ ଏହି ଘର କିଣିଛନ୍ତି । ବହୁ ଖୋଜିବା ପରେ ତାଙ୍କୁ ଏହି ଘର ମିଳିଥିଲା । ଏହି ଲଗଜରୀ ଆପାର୍ଟମେଣ୍ଟ ପାଲି ହିଲ୍ ଅଞ୍ଚଳରେ ଅବସ୍ଥିତ ।

ଏହି ଭିଡିଓରେ ଘରର ଭିତର ଦୃଶ୍ୟମାନ ହେଉନାହିଁ, କିନ୍ତୁ ଗେଟ୍ ଏବଂ କୋଠା ନିଶ୍ଚିତ ଭାବରେ ଦେଖାଉଛି। କୁହାଯାଉଛି ଯେ ଏହି ଘରୁ ସମୁଦ୍ର ଓ ସୂର୍ଯ୍ୟାସ୍ତର ସୁନ୍ଦର ଦୃଶ୍ୟ ଦୃଶ୍ୟମାନ ହେଉଛି । ଏହାର ମୂଲ୍ୟ ୭୦କୋଟି ଟଙ୍କା ଅଟେ। ବର୍ତ୍ତମାନ ଏହି ଘର ପ୍ରସ୍ତୁତ ହେଉଛି ଏବଂ ସିଡ୍‌-କିଆରାଙ୍କ ଘର ପ୍ରସ୍ତୁତ ନହେବା ପର୍ଯ୍ୟନ୍ତ ସେମାନେ ସେହି ଘରେ ରହିବେ । ଯେଉଁଠାରେ ସିଦ୍ଧାର୍ଥ ବର୍ତ୍ତମାନ ଅଛନ୍ତି । ୧୨ ଫେବୃଆରୀ,  ଆଜି ସିଦ୍ଧାର୍ଥ ଏବଂ କିଆରା ମୁମ୍ବାଇରେ ସେମାନଙ୍କ ଗ୍ରାଣ୍ଡ ରିସେପସନ୍‌ ଦେବେ । ଯେଉଁଥିରେ ଇଣ୍ଡଷ୍ଟ୍ରିର ସମସ୍ତ ଷ୍ଟାର ଏବଂ ମିଡିଆ ବି ସାମିଲ ହେବେ।

   Related Posts