ସଂପର୍କ ହେଲା କଳଙ୍କିତ : ଭାଇ-ଭଉଣୀଙ୍କୁ ଗାଁରୁ ତଡିଦେଲେ ଗାଁଲୋକେ

Published By : Prameya-News7 Bureau | February 09, 2020 IST

ଆନନ୍ଦପୁର ୯।୨: ଅବୈଧ ପ୍ରେମ ସମ୍ପର୍କ ପାଇଁ ଗାଁରୁ ବାସନ୍ଦ ହେଲେ ସଂପର୍କୀୟ ଭାଇ-ଭଉଣୀ । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଅନ୍ତର୍ଗତ ବରଗୋଠା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଗାଁ ବୈଠକରେ ନିଷ୍ପତ୍ତି ପରେ ଉଭୟ ପ୍ରେମୀଯୁଗଳଙ୍କୁ ଗାଁରୁ ତଡିଦେଇଛନ୍ତି ଲୋକେ ।

ଦୀର୍ଘ ଦିନ ହେଲା ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଓ ପରେ ଏହା ଶାରୀରିକ ସଂପର୍କର ରୂପ ନେଇଥିଲା । ଘଟଣା ସଂପର୍କରେ ଜଣେ ମହିଳା ଏନେଇ ଗାଁରେ ପ୍ରଘଟ କରି ଦେଇଥିଲେ । ଅବୈଧ ପ୍ରେମ ସମ୍ପର୍କ ଧରା ପଡିବା ପରେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ପରିବା ଲୋକେ ଓ ଗ୍ରାମବାସୀ । ଏଭଳି ଅବୈଧ ପ୍ରେମ ସମ୍ପର୍କ ଯୋଗୁଁ କଳୁଷିତ ହୋଇଛି ଭାଇ-ଭଉଣୀର ପବିତ୍ର ସମ୍ପର୍କ।

ଘଟଣା ପ୍ରଘଟ ହେବାପରେ ଗାଁରେ ବୈଠକ ବସିଥିଲେ । ଶେଷରେ ଉଭୟଙ୍କୁ ଗାଁରୁ ତଡିବାକୁ ନିଷ୍ପତ୍ତି ନିଆଯାଇଥିଲା । ଆଦିବାସୀ ପରମ୍ପରା ଅନୁଯାୟୀ ଉଭୟଙ୍କୁ ଗାଁ ଲୋକେ ଗାଁ ମୁଣ୍ଡରେ ଛାଡି ଦେଇ ଆସିଥିଲେ । ଏହା ସେମାନଙ୍କ ଗାଁର ପରମ୍ପରା ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ସେପଟେ କିନ୍ତୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଭାଇ ଭଉଣୀଙ୍କ ଏଭଳି କଳୁଷିତ ସମ୍ପର୍କକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି । ହେଲେ ଗାଁରୁ ତଡା ଖାଇଥିବା ଭାଇ-ଭଉଣୀ ପ୍ରେମୀ ଯୁଗଳଙ୍କୁ ପ୍ରଶାସନ ଠାବ କରି ସେମାନଙ୍କ ମାନବିକ ମୂଲ୍ୟବୋଧର ରକ୍ଷାକରୁ ବୋଲି ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.