scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ବରଗଡ ଜିଲ୍ଲାରେ ଏବେ ଜମୁଛି ବିଦେଶୀ ପକ୍ଷୀଙ୍କ ଆସର, ସୁରକ୍ଷା ଦେଉଛନ୍ତି ଗ୍ରାମବାସୀ

17/07/2023 at 6:34 PM

ବରଗଡ ୭: ବରଗଡ ଜିଲ୍ଳାର ବିଭିନ୍ନ ଗାଁ ଗୁଡିକରେ ଏବେ ଦେଖିବାକୁ ମିଳୁଛି ବିଦେଶୀ ପକ୍ଷୀଙ୍କ ଆସର । ଅକ୍ଷୟ ତୃତୀୟାଠାରୁ ଏହି ବିଦେଶୀ ପକ୍ଷୀଙ୍କ ଆଗମନ ହେଉଥିବା ବେଳେ ଏମାନଙ୍କ କିଚିରି ମିଚିରି ଶଦ୍ଦରେ ଗାଁ ପରିବେଶ ହୋଇ ଉଠିଥାଏ ଉତ୍ସବ ମୁଖର । ବିଶେଷ ଭାବେ ଜିଲ୍ଲାର ଅନ୍ତପାଲି, କର୍ଲାଜୁରୀ, ବାଲିଜୋରୀ, କେନ୍ଦମୁଣ୍ଡି ଗାଁରେ ବିପୁଳ ସଂଖ୍ୟାରେ ଏହି ଅତିଥି ପକ୍ଷୀଙ୍କ ଆଗମନ ହୋଇଥାଏ ।

ଭ୍ରମଣକାରୀ ପକ୍ଷୀ ବା ବିଦେଶୀ ପକ୍ଷୀ କହିଲେ ଆମେ ସାଇବେରିଆନ୍ ପକ୍ଷୀଙ୍କୁ ବୁଝିଥାଉ । ଏମିତି ଭ୍ରମଣକାରୀ ପକ୍ଷୀ ବରଗଡ଼ ଜିଲ୍ଲା ପାଇଁ ନୂଆ ନୁହେଁ । କେଉଁ ଆବାହମାନ କାଳରୁ ବରଗଡ଼ର କୁର୍ଲାଜୁରୀ, ଅନ୍ତପାଲି, ବାଲିଜୋରୀ, କେନ୍ଦମୁଣ୍ଡି ପରି ଗାଁକୁ ଏହି ପକ୍ଷୀମାନେ ନିୟମିତ ଭାବେ ଆସିଥାନ୍ତି । ଏହି ଗାଁର ଅନୁକୂଳ ପରିବେଶ ପକ୍ଷୀଙ୍କୁ ଖାଦ୍ୟ ଓ ସୁରକ୍ଷା ଯୋଗାଉ ଥିବାରୁ ସାଇବେରିଆନ୍ ଅଞ୍ଚଳରୁ ବହୁ ସଂଖ୍ୟାରେ ପକ୍ଷୀଙ୍କ ସୁଅ ଛୁଟିଥାଏ ଏହି ଗାଁକୁ । ଏମାନଙ୍କ ଆଗମନରେ ଗାଁ ଲୋକଙ୍କ ମନରେ ଭରିଯାଏ ଆନନ୍ଦର ଲହରି । ପକ୍ଷୀମାନଙ୍କ କଳରାବ ଶବ୍ଦ ସାଙ୍ଗକୁ ଶାବକ ପକ୍ଷୀଙ୍କ କିଚିରି ମିଚିର ଶବ୍ଦ ଗାଁ ଦାଣ୍ଡକୁ କରିଥାଏ ସଂଗୀତମୟ ।

ଅକ୍ଷୟତୃତୀୟାଠାରୁ ଆରମ୍ଭ କରି ଦୀପାବଳୀ ପର୍ଯ୍ୟନ୍ତ ଏହି ବିଦେଶୀ ପକ୍ଷୀମାନେ ବରଗଡ଼ର ଏହି ଗାଁ ଗୁଡ଼ିକରେ ରହିଥାନ୍ତି । ଏହି ସମୟ ମଧ୍ୟରେ ପକ୍ଷୀମାନେ ଅଣ୍ଡାଦେଇ ସେଥିରୁ ଛୁଆ ଜନ୍ମ କରିବା ପରେ ତାଙ୍କୁ ଉଡ଼ିବା ଶିଖାଇଥାନ୍ତି ଓ ପରେ ସାତ ସମୁଦ୍ର ପାରି ହୋଇ ପୁଣି ଫେରିଯାଆନ୍ତି ସେଇ ସୁଦୂର ସାଇବେରିଆ ଅଂଚଳକୁ ।

ଗ୍ରାମବାସୀଙ୍କ ପାଇଁ ଶୁଭଙ୍କର ଅଟନ୍ତି ଏହି ଭ୍ରମଣକାରୀ ପକ୍ଷୀ । ଏମାନଙ୍କ ଆଗମନକୁ ଗାଁ ଲୋକେ ଚାହିଁ ବସିଥାନ୍ତି, କାରଣ ଏମାନେ ଆସିଲେ ଗାଁରେ ଭଲ ବର୍ଷା ହୁଏ ଆଉ ଯେଉଁ ବର୍ଷ ଏମାନେ ନଆସନ୍ତି ସେବର୍ଷ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହେଉଥିବାର ନଜିର ଥିବା ଗାଁ ଲୋକେ କୁହନ୍ତି । ସେଥିପାଇଁ ଗ୍ରାମବାସୀ ଏହି ପକ୍ଷୀଙ୍କ ସୁରକ୍ଷା କରିବା ସହ ତାଙ୍କର ଖାଦ୍ୟ ସୁରକ୍ଷା ଉପରେ ମଧ୍ୟ ଧ୍ୟାନ ଦେଇଥାନ୍ତି । ତେବେ ଗତ କିଛି ବର୍ଷ ହେଲା ଏହି  ଅତିଥି ପକ୍ଷୀଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ପାଣିପାଗର ପରିବର୍ତ୍ତନ ସହ ବଡ ବଡ ଗଛ କାଟିଦିଆ ଯାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଥିବା କୁହାଯାଉଛି । ଯାହାକୁ ନେଇ ପରିବେଶବିତ୍ ଓ ପ୍ରକୃତିପ୍ରେମୀ ଉଦବେଗ ପ୍ରକାଶ କରିଥିବା ବେଳେ ପକ୍ଷୀଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନତା କରିବା ସହ ଗଛ ନକାଟିବାକୁ ଅନୁରୋଧ କରିଛନ୍ତି ।

You Can Read :

   Related Posts