ବିଳମ୍ବିତ ରାତିରେ ପାର୍ବତୀଙ୍କ ପାଣିଗ୍ରହଣ କଲେ ଭୋଳାନାଥ, ଦୁଲୁକୁଛି ରାଜ୍ୟର ପ୍ରମୁଖ ଶୈବ ପୀଠ
25/05/2023 at 8:07 AM

ସମ୍ୱଲପୁର ୨୫/୦୫: ମର୍ତ୍ତ୍ୟ ଲୋକରେ ଦେବ ବିବାହ । ଉତ୍ସବ ମୁଖର ସମ୍ବଲପୁର । ବିଳମ୍ବିତ ରାତିରେ ବ୍ରହ୍ମ ମୂହୁର୍ତ୍ତରେ ଦେବ ଦେବ ମହାଦେବ ଓ ଦେବୀ ପାର୍ବତୀଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବାବେଳେ ହାତଗଣ୍ଠି ପଡିଛି ।
ବିରାଟ ପଟୁଆରରେ ଭବ୍ୟ ଶୋଭାଯାତ୍ରାରେ ବରଯାତ୍ରୀ ଆସିଥିଲେ ଦେବ ଦେବ ମହାଦେବ । କନ୍ୟା ଘରେ ସ୍ବାଗତ କରାଯିବା ପରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ତେବେ ବିବାହ ପରେ ବିବାହ ବେଦୀରେ ଦର୍ଶନ ଦେଉଛନ୍ତି ନବ ଦମ୍ପତ୍ତି ।
ମାତା ପାର୍ବତୀଙ୍କ ପାଣିଗ୍ରହଣ କରିବାକୁ ବର ବେଶ ସାଜି ବରଯାତ୍ରୀଙ୍କ ସହ ପହଁଞ୍ଚିଥିଲେ ବାବା ଭୋଳାନାଥ । କନ୍ୟା ବେଶରେ ସଜେଇ ହୋଇଥିଲେ ମାତା ପାର୍ବତୀ । ଶୁଭ ଲଗ୍ନରେ ପଡ଼ିଥିଲା ହାତ ଗଣ୍ଠି । ଏହି ଉତ୍ସବ ପାଇଁ ସମ୍ବଲପୁରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି ।