ଜନସଂଖ୍ୟା ନିୟନ୍ତ୍ରଣ ଲାଗି ପ୍ରାଇଭେଟ୍ ବିଲରେ ଶିବସେନା ସାଂସଦ ଆଣିଲେ ନୂଆ ପ୍ରସ୍ତାବ
13/02/2020 at 8:35 PM

ନୂଆଦିଲ୍ଲୀ : ଦେଶର ଦ୍ରୁତ ଜନସଂଖ୍ୟା ବୃଦ୍ଧି ଏବେ ପ୍ରତିବନ୍ଧକ ସାଜିଛି । ଏହାକୁ ନେଇ ଶିବସେନାର ରାଜ୍ୟସଭା ସାଂସଦ ଅନୀଲ୍ ଦେଶାଇ ଏକ ପ୍ରାଇଭେଟ ବିଲ୍ ଆଣିଛନ୍ତି । ଯେଉଁଥିରେ ପରିବାରରେ ୨ଟି ସନ୍ତାନ ଥିବା ନୀତିକୁ ଆପଣାଇବାର ଲାଗି ଦିଶା ନିର୍ଦ୍ଦେଶ କରାଯାଇଛି। ଏଥିନିମନ୍ତେ ସମ୍ବିଧାନ ସଂଶୋଧନ ପାଇଁ କୁହାଯାଇଛି । ଅନିଲ୍ ଦେଶାଇଙ୍କର ଏହି ବିଲ୍ ଉପରେ ଚଳିତ ବଜେଟ୍ ଅଧିବେଶନରେ ଆଲୋଚନା କରାଯିବ।
ଜନସଂଖ୍ୟା ନିୟନ୍ତ୍ରଣକୁ ଲାଗି ବଡ଼ ନିଷ୍ପତ୍ତି ନେବାକୁ ଦୀର୍ଘ ଦିନରୁ କୁହାଯାଇଥିଲା। ହେଲେ ସରକାରଙ୍କ ପକ୍ଷରୁ ଏ ଦିଗରେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ତେବେ ସଂସଦରେ ସାଂସଦଙ୍କୁ ନିଜ ପକ୍ଷରୁ ପ୍ରାଇଭେଟ୍ ବିଲ୍ ଆଣିବା ଲାଗି ଥିବା ଅଧିକାରରେ ଦେଶାଇ ଏହି ବିଧେୟକ ଉପସ୍ଥାପନ କରିଛନ୍ତି।
ବଜେଟ୍ ସେସନର ପ୍ରଥମ ଭାଗର ଶେଷ ଦିନରେ ଅନୀଲ୍ ବିଲ୍କୁ ଉପସ୍ଥାପନ କରିଛନ୍ତି। ଆଗରୁ ମଧ୍ୟ ଏପରି ଅନେକ ପ୍ରସ୍ତାବ ଆସିଛି। ତେବେ କିଛି ରାଜନୈତିକ ଦଳ ଓ ସଙ୍ଗଠନ ଏହାକୁଆଣ୍ଟି ମୁସ୍ଲିମ କହି ଅତୀତରେ ଗୃହରେ ବିରୋଧ କରିଛନ୍ତି।