ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ରାଜ୍ୟରେ ସର୍ବାଧିକ ନମ୍ବର ରଖିଛନ୍ତି ଶିବ ପ୍ରସାଦ

Published By : Prameya-News7 Bureau | May 21, 2019 IST

ବ୍ରହ୍ମପୁର ୨୧|୫: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତ ବର୍ଷର ମାଟ୍ରିକ୍, ମଧ୍ୟମା (ସଂସ୍କୃତ ଟୋଲ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଏ ବର୍ଷ ପାସ୍ ହାର ୭୦.୭୮ % ଥିବା ଜଣାଯାଇଛି।

ତେବେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ରାଜ୍ୟରେ ସର୍ବାଧିକ ମାର୍କ ରଖିଛନ୍ତି ତାଳଚେର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଶିବ ପ୍ରସାଦ ପାଣି । ଶିବ ପ୍ରସାଦ ୫୭୮ ନମ୍ବର ରଖିଥିବା ଜଣାପଡିଛି । ସେ ବର୍ତ୍ତମାନ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ବିଦ୍ୟା ମନ୍ଦିରରେ ସମର୍ ଫାଉଣ୍ଡେସନ୍ କୋର୍ସରେ କୋଚିଂ ନେଉଛନ୍ତି । ସେ ଦୈନିକ ୮ ରୁ ୧୦ ଘଣ୍ଟା ପରିଶ୍ରମ କରୁଥିଲେ । ସଫଳତାର ଶ୍ରେୟ ସେ ବାପା, ମାଆ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି । ଭବିଷ୍ୟତରେ ଆଇଆଇଟି ହେବା ଲକ୍ଷ୍ୟ ରଖିଥିବା ଶିବ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.