Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ୱେବ୍‌ ଥିଏଟରରେ ବ୍ୟସ୍ତ ସୈୟାମି, ଏହି ଫିଲ୍ମରେ ଆସିବେ ନଜର

25/08/2022 at 11:17 AM

ମୁମ୍ଵାଇ ୨୫।୦୮: ଚଳିତ ବର୍ଷ ଫେବ୍ରୁଆରୀରେ  ଗଣମାଧ୍ୟମରେ ପ୍ରକାଶ ପାଇଥିଲା,  ଆର୍‌ ବାଲ୍‌କୀଙ୍କ ଅପ୍‌କମିଙ୍ଗ  ଫିଲ୍ମ ‘ଘୂମର୍‌’ରେ ନଜର  ଆସିବେ ସୈୟାମି ଖେର ।  ଫିଲ୍ମରେ ତାଙ୍କ କ୍ରିକେଟ୍‌ କୋଚ୍‌  ଭୂମିକାରେ ଅଭିନୟ କରିବେ  ଅଭିଷେକ ବଚ୍ଚନ । ଅଭିଷେକ  ଓ ସୈୟାମି ୨ୟ ଥର ଏକାଠି  ସ୍କ୍ରିନ୍‌ ସେୟାର କରିବାକୁ  ଯାଉଛନ୍ତି । ଏହା ପୂର୍ବରୁ ୱେବ୍‌  ସିରିଜ୍‌ ‘ବ୍ରିଦ୍‌’ର ସିଜନ୍‌୨ରେ ଉଭୟ ନଜର  ଆସିଥିଲେ ।  ତେବେ କେବଳ  ‘ଘୂମର୍‌’ ନୁହେଁ,  ସୈୟାମିଙ୍କ ହାତରେ  ଏବେ ଏକାଧିକ  ପ୍ରୋଜେକ୍ଟ ରହିଛି ।  ‘ସ୍କାମ୍‌’ ଅଭିନେତା  ପ୍ରତୀକ ଗାନ୍ଧିଙ୍କ  ସହ ଖୁବ୍‌ଶୀଘ୍ର ସେ  ନଜର ଆସିବେ ।

ଫିଲ୍ମର ପ୍ରଯୋଜନା  ଦାୟିତ୍ୱରେ  ଅଛି ଏକ୍ସେଲ  ଏଣ୍ଟରଟେନ୍‌ମେଣ୍ଟ ।  ଶାହରୁଖ୍‌ ଖାନ୍‌ଙ୍କ ଫିଲ୍ମ  ‘ରଇସ୍‌’ର ନିର୍ଦ୍ଦେଶକ  ରାହୁଲ ଢୋଲକିୟା  ଏହାର ନିର୍ଦ୍ଦେଶନା  ଦାୟିତ୍ୱ ନିର୍ବାହ କରିଛନ୍ତି ।  ଫିଲ୍ମର ଟାଇଟଲ୍‌ ‘ଅଗ୍ନି’ ।  ଅଗ୍ନୀବୀରଙ୍କ ଉପରେ ଏଇଟି  ଗତିଶୀଳ । ତେବେ ପ୍ରୋଜେକ୍ଟ  ବିଷୟରେ ଅଧିକ ତଥ୍ୟ ଗଣମାଧ୍ୟମକୁ  ମିଳିନାହିଁ । ଚଳିତ ମାସ ଏହାର  ସୁଟିଂ ଆରମ୍ଭ ହୋଇଛି ।

ମୁମ୍ବାଇ ଓ  ଦିଲ୍ଲୀରେ ଅଧିକାଂଶ ସିନ୍‌ର ସୁଟିଂ  ହେବ । ୱେବ୍‌ ସିରିଜ୍‌ ‘ବ୍ରିଦ୍‌’ର  ତୃତୀୟ ସଂସ୍କରଣ ‘ବ୍ରିଦ୍‌ ଇନ୍‌ଟୁ ଦ  ଶ୍ୟାଡୋଜ୍‌’ରେ ମଧ୍ୟ ସୈୟାମି ନଜର  ଆସିବେ । ଜଣାପଡୁଛି, ଏ ବର୍ଷ  ସେ ପୂରା ବ୍ୟସ୍ତ ରହିବେ । ବ୍ୟସ୍ତ  ରହିବାରେ ଅସଲ ମଜା ଅଛି ବୋଲି  ପୂର୍ବରୁ ସୈୟାମି କହିଥିଲେ ।

   Related Posts