suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ପଶ୍ଚିମବଙ୍ଗରେ ବ୍ୟବସାୟୀଙ୍କ ଘରେ ଏଏସଆଇ ଚଢଉ, ୧୦୦ କୋଟିରୁ ଅଧିକ ମୂଲ୍ୟର ପ୍ରାଚୀନ ସାମଗ୍ରୀ ଜବତ

14/01/2023 at 6:59 PM

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ୨୪ ପରଗଣା ଜିଲ୍ଲାର ଦେଗାଙ୍ଗରେ ଏଏସଆଇ ଟିମ୍ ଜଣେ ବ୍ୟବସାୟୀଙ୍କ ଘର ଚଢଉ କରି ୧୦୦ କୋଟିରୁ ଅଧିକ ମୂଲ୍ୟର ପ୍ରାଚୀନ ସାମଗ୍ରୀ ଜବତ କରିଥିବା ଦାବି କରିଛି । ବ୍ୟବସାୟୀଙ୍କ ନାଁ ଅସଦୁଜ୍ଜମା ବୋଲି ଜଣାପଡିଛି । ଅନ୍ୟପଟେ ଦେଗଙ୍ଗା ପୋଲିସ ମଧ୍ୟ ସାମଗ୍ରୀ ଜବତ ଖବରକୁ ସ୍ପଷ୍ଟ କରିଛି, ତେବେ ବର୍ତ୍ତମାନ ସୁଦ୍ଧା କୌଣସି ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି ।

ଶନିବାର ଏଏସଆଇ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ବିଭାଗର ଅଧିକାରୀ ବିପ୍ଲବ ଏବଂ ମହିଳା ସହଯୋଗୀ ସ୍ୱାମୀ-ସ୍ତ୍ରୀ ହୋଇ ଚଢଉ କରିବାକୁ ଯୋଜନା କରିଥିଲେ । ଅସଦୁଜ୍ଜମାଙ୍କ ଘରେ ବଡ଼ ମାତ୍ରାରେ ମୂଲ୍ୟବାନ ପ୍ରାଚୀନ ସାମଗ୍ରୀ ଥିବା ନେଇ ଦୁହିଁଙ୍କ ପାଖରେ ଖବର ରହିଥିଲା । ଏହାପରେ ଦୁହେଁ ଦିଲ୍ଲୀର ବାସିନ୍ଦା ପରିଚୟ ଦେଇଥିଲେ ଏବଂ ଗଙ୍ଗାସାଗର ମେଳାରେ ଭାଗ ନେବା ପାଇଁ ପହଞ୍ଚିଥିବା କହିଥିଲେ । ପ୍ରାଚନୀ ସାମଗ୍ରୀ ସଂଗ୍ରହର ସଉକ ରହିଛି ଏବଂ ତାଙ୍କ ପାଖରେ ଥିବା ମୂଲ୍ୟବାନ ସାମଗ୍ରୀ ଦେଖିବାକୁ ଇଚ୍ଛୁକ ଥିବା କହିଥିଲେ । କିନ୍ତୁ ପ୍ରଥମେ ବ୍ୟବସାୟୀ ରାଜି ହୋଇ ନଥିଲେ, ପରେ ଦୁଇ ଅଧିକାରୀ ବିଶ୍ୱାସ ଜିତିବା ପରେ ନିଜ ଗୋଦାମକୁ ନେଇଥିଲା ।

ସୂଚନା ଅନୁସାରେ, ସେଠାରେ ଥିବା ପ୍ରାଚୀନ ସାମଗ୍ରୀ ଦେଖି ଅଧିକାରୀମାନେ ଆଚମ୍ୱିତ ହୋଇଥିଲେ । ଯୋଜନା ଅନୁସାରେ ଅଧିକାରୀମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୋଗାମରୁ ୧୫ ହଜାରରୁ ଅଧିକ ମୌର୍ଯ୍ୟ ଏବଂ କୃଷାଣ କାଳର ବହୁ ମୂଲ୍ୟବାନ ସାମଗ୍ରୀ ଜବତ କରିଥିଲା । ପଚରାଉଚରାରୁ ଜଣାପଡିଛି ଯେ ଏହି ସାମଗ୍ରୀ ଗୁଡିକକୁ ବିଦେଶରେ ବେଆଇନ ଭାବେ ବିକ୍ରି କରୁଥିଲା । କିଛି ସାମଗ୍ରୀର ବୈଧ କାଗଜପତ୍ର ଥିବା ବେଳେ ଅନେକ ସାମଗ୍ରୀ ବେଆଇନ ଭାବେ ରଖାଯାଇଥିଲା । ଉଲ୍ଲେକଯୋଗ୍ୟ ଯେ, ଅସଦୁଜ୍ଜମା ଜଣେ ଫୁଲ ବ୍ୟବସାୟ ।

   Related Posts