ପୋଷ୍ଟିଂ ବଦଳରେ ଶାରିରୀକ ସଂପର୍କ ! ମହିଳା କନେଷ୍ଟବଳଙ୍କ ଉପରେ ଚାପ ପକାଉଛନ୍ତି ସବ୍ ଇନ୍ସପେକ୍ଟର

Published By : Prameya-News7 Bureau | December 13, 2019 IST

ପାଟଣା ୧୩।୧୨: ବିହାର ପାଟଣାରେ ସବ୍ ଇନ୍ସପେକ୍ଟରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ମହିଳା କନେଷ୍ଟବଳ ।  ଡୁମରାଓ ସ୍ଥିତ ବିଏମପି-୪ର ଏସଆଇ ସତ୍ୟନ୍ଦ୍ର ପ୍ରସାଦଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ହୋଇଛି । ଭଲ ପୋଷ୍ଟିଂ ଏବଂ ଅନ୍ୟନ୍ୟା ସୁବିଧା ସୁଯୋଗ ଯୋଗାଇଦେବା ବଦଳରେ ମହିଳା କନେଷ୍ଟବଳଙ୍କୁ ଶାରିରୀକ ସଂପର୍କ ରଖିବା ପାଇଁ ଚାପ ପକାଉଥିବା ଅଭିଯୋଗ କରିଛନ୍ତି ମହିଳା କର୍ମଚାରୀ । ଏସଆଇଙ୍କ ମହିଳା କନେଷ୍ଟବଳଙ୍କ ସହ ଅଶ୍ଳୀଳ କଥାବାର୍ତ୍ତାର ଅଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଅଡିଓରେ ଏସଆଇ ତାଙ୍କ ପଦର ଅପବ୍ୟବହାର କରି ମହିଳା କନେଷ୍ଟବଳଙ୍କ ଉପରେ ଶାରିରୀକ ସଂପର୍କ ରଖିବାକୁ ଚାପ ପକାଉଥିବା ଶୁଣିବାକୁ ମିଳିଛି ।

ପୋଲିସ କର୍ମଚାରୀ ସଂଘ ଏ ନେଇ ଡିଜିପିଙ୍କ ନିକଟରେ ଅଭିଯୋଗ କରିଛି । ସଂଘ ଅଧ୍ୟକ୍ଷ ଦାବି କରିଛନ୍ତି ଯେ, ଏସଆଇଙ୍କୁ ଗିରଫ କରିବା ସହ ବହିସ୍କୃତ କରାଯାଉ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ମହିଳା କନେଷ୍ଟବଳ ଜଣଙ୍କ ତାଙ୍କ କଥାରେ ରାଜି ହୋଇନଥିଲେ ସେ ତାଙ୍କର ଅନୁପସ୍ଥିତି ଦେଖାଇ ତାଙ୍କୁ ନିଲମ୍ବିତ ମଧ୍ୟ କରିଦେଇଥିଲେ ।

ସଂଘ ଅଧ୍ୟକ୍ଷ ମହିଳା କନେଷ୍ଟବଳ ଏବଂ ଏସଆଇଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପର ଅଡିଓ ଡିଜିପିଙ୍କୁ ପ୍ରଦାନ କରିଛନ୍ତି । ସଂପୃକ୍ତ ଏସଆଇ ଜଣଙ୍କ ମହିଳା କନେଷ୍ଟବଳଙ୍କୁ ଶାରିରୀକ ସଂପର୍କ ରଖିବା ପାଇଁ ଚାପ ପକାଇବା ସହ ତାଙ୍କ ପାଇଁ କିଛି ବି କରିବେ ବୋଲି ମଧ୍ୟ କହିଥିଲେ । ମହିଳା କନେଷ୍ଟବଳ ଜଣଙ୍କ କହିଥିଲେ ସେ ବିବାହିତ । ଆପଣଙ୍କର ମଧ୍ୟ ପରିବାର ଅଛି ଏହା ଭୁଲ୍ ହେବ ।

ଅନ୍ୟପଟେ ବିଏମପି-୪ର କମାଣ୍ଡାଣ୍ଟ କହିଛନ୍ତି ଯେ, ଦୁଇ ତିନି ଦିନ ପୂର୍ବରୁ ଏ ଘଟଣା ସାମ୍ନାକୁ ଆସିଥିଲା । ଯାଞ୍ଚ୍ ପାଇଁ ଟିମ୍ ଗଠନ କରାଯାଇଛି । ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.