ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: କୋର୍ଟରେ ଜଜ୍‌ଙ୍କୁ ଛୁରାମାଡ ଉଦ୍ୟମ, କାବୁ କଲା ପୋଲିସ
  • ||
  • ଭୁବନେଶ୍ୱର: ICMRର ପରାମର୍ଶ, ସାମାନ୍ୟ ଜ୍ୱର ହେଲେ ଖାଅନି ଆଣ୍ଟିବାୟୋଟିକ୍
  • ||
  • ଶିକ୍ଷକ ନିଯୁକ୍ତି ପ୍ରସଙ୍ଗରେ ଗୃହରେ ହଙ୍ଗାମା, ଗୃହ ମୁଲତବୀ କଲେ ବାଚସ୍ପତି
  • ||
  • ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ
  • ||

ମାଆଙ୍କ ସହ ବୋଲ୍ଡ ଡ୍ରେସ୍ ପିନ୍ଧି ଡ୍ୟାନ୍ସ କଲେ ପଲକ ତିୱାରୀ, ଟ୍ରୋଲର୍ସ କହିଲେ- ‘ଲାଜ ଲାଗୁନି ଟିକେ’…

13/12/2021 at 2:55 PM

ନୂଆଦିଲ୍ଲୀ ୧୩।୧୨ : ଟିଭି ଦୁନିଆର ଚର୍ଚ୍ଚିତ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ତାଙ୍କ ଝିଅ ପଲକ ତିୱାରୀଙ୍କୁ ତାଙ୍କ ଫ୍ୟାନ୍ସମାନେ ଖୁବ୍‌ ପସନ୍ଦ କରିଥାନ୍ତି । କେବଳ ସେତିକି ହିଁ ନୁହେଁ ଦୁହିଁଙ୍କୁ ଦେଖିଲେ ଲାଗେ ନାହିଁ କି ଦୁହେଁ ମାଆ ଓ ଝିଅ ବୋଲି । ହେଲେ ବର୍ତ୍ତମାନ ଆଉ ଏକ ଖବର ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ପଲକ ତିୱାରୀଙ୍କ ମ୍ୟୁଜିକ୍ ଭିଡିଓ ‘ବିଜଲି’ ରିଲିଜ୍ ହୋଇଥିଲା । ଯାହାକି ବହୁ ହିଟ୍‌ ହୋଇଛି । ଏହାର ସଫଳତା ଦେଖି ପଲକଙ୍କର କୌଣସି ଖୁସିର ସୀମା ନାହିଁ । ନିକଟରେ ଏହି ଗୀତର ସଫଳତାର ଏକ ପାର୍ଟିର ଆୟୋଜନ କରାଯାଇଥିଲା । ଯେଉଁଥିରେ ପଲକ ତିୱାରୀ ତାଙ୍କ ମାତା ଶ୍ୱେତାଙ୍କ ସହ ନାଚୁଥିବାର ନଜର ଆସିଥିଲେ।

ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ୟୁଜର୍ସ ପଲକ ଏବଂ ଶ୍ୱେତାଙ୍କ ଡ୍ୟାନ୍ସକୁ ପ୍ରଶଂସା କରୁଥିବାବେଳେ ଅନେକ ଲୋକ ପଲକଙ୍କୁ ଟ୍ରୋଲ ମଧ୍ୟ କରିଛନ୍ତି। ଅନ୍ୟପଟେ ପାପରାଜି ଭାଇରାଲ ଭୟାନି ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଯେଉଁଥିରେ ଶ୍ୱେତା ଏବଂ ପଲକ ‘ବିଜଲି ବିଜଲି’ ଗୀତରେ ନାଚୁଥିବା ଦେଖିବାକୁ ମିଳିଛି। ଉଭୟଙ୍କ ଡ୍ୟାନ୍ସରେ ୟୁଜର୍ସ ଖୁବ୍‌ ଆଶ୍ଚର୍ଯ୍ୟଜନକ ହୋଇଥିଲେ । କିନ୍ତୁ ପଲକ ତିୱାରୀଙ୍କୁ ସେହି ପୋଷାକ ପାଇଁ ଖୁବ୍‌ ଟ୍ରୋଲ କରାଯାଇଥିଲା।

ପଲକ ଏକ ଷ୍ଟ୍ରେପୀ କଟଆଉଟର ଡ୍ରେସ୍‌ ପିନ୍ଧିଥିବାର ନଜର ଆସିଥିଲେ । ଏହାକୁ ଦେଖି ୟୁଜର୍ସମାନେ ଖୁବ୍‌ ଟ୍ରୋଲ୍‌ କରିଥିଲେ। କହିଥିଲେ କି ‘ କିଛି ଲଜ୍ଜା ଲାଗୁଛି କି ନାହିଁ । ଏହି ସମୟରେ, ଅନ୍ୟ ଜଣେ ଲେଖିଥିଲେ, ସବୁ କିଛି ଠିକ୍‌ ଅଛି କେବଳ ଏ ଚିରା ଡ୍ରେସ୍‌କୁ ଛାଡିକି ।

   Related Posts