ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ସରପଞ୍ଚ, ବ୍ୟାଙ୍କକୁ ଆସନ୍ତା ୧୬ ଯାଏଁ ସଟ୍‌ଡାଉନ୍‌ ଘୋଷଣା

Published By : Prameya-News7 Bureau | July 13, 2020 IST

ଖଲ୍ଲିକୋଟ ୧୩।୦୭: ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବିପୁଳିଙ୍ଗିସ୍ଥିତ ବ୍ୟାଙ୍କକୁ ସଟଡାଉନ ଘୋଷଣା କରାଯାଇଛି । ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ବ୍ୟାଙ୍କ ଅଫ ଇଣ୍ଡିଆକୁ ୧୬ ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ବିପୁଳିଙ୍ଗି ସରପଞ୍ଚ ।  ବ୍ୟାଙ୍କ ରେ ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ପରେ ଜନସାଧାରଣଙ୍କ ସୁରକ୍ଷା ନେଇ ବ୍ୟାଙ୍କକୁ ବନ୍ଦ କରାଯାଇଛି ।

{"id":299804,"sizeSlug":"large"}

ସୂଚନାଯୋଗ୍ୟ ଯେ, ଜଣେ କର୍ମଚାରୀ କରୋନା ସଂକ୍ରମିତ ଜଣାପଡିବା ପରେ ଏହି ସଟ୍‌ଡାଉନ୍‌ ଘୋଷଣା କରାଯାଇଛି । ତେଣୁ ଜନସାଧାରଣ ମାନେ ବ୍ୟାଙ୍କକୁ ଆସିବା ପାଇଁ ବାରଣ କରାଯିବା ସହ ବ୍ୟାଙ୍କ ନଖୋଲିବାକୁ ମଧ୍ୟ୍ୟ କୁହାଯାଇଛି । ଏହାକୁ ଅବମାନନା କଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସରପଞ୍ଚ କହିଛନ୍ତି । ସେପଟେ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁରରେ ସମସ୍ତ ସୁନା ଦୋକାନ ବନ୍ଦ । ସହରରରେ କରୋନା ଆକ୍ରାନ୍ତକୁ ଦୃଷ୍ଠିରେ ରଖି ବ୍ରହ୍ମପୁର ଅଳଙ୍କାର ବ୍ୟବସାୟୀ ସଂଘ ଏଭଳି ନିଷ୍ପତି ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.