ଶୁକ୍ର ଏବେ ରାଶି ପରିବର୍ତ୍ତନ କରି ମେଷ ରାଶିରେ ପ୍ରବେଶ କରିଛନ୍ତି। ମେଷ ରାଶିକୁ ଶୁକ୍ରଙ୍କର ଆଗମନ ଦ୍ୱାରା ୫ ରାଶିର ଭାଗ୍ୟ ସୁନା ଭଳି ଚମକିବ। ସୂଚନାଥାଉକି, ଶୁକ୍ର ଧନ ଦୌଲତ, ପ୍ରେମ ଜୀବନ, ଐଶ୍ୱର୍ଯ୍ୟ ଓ ବୈଭବର କାରକ ଗ୍ରହ ଅଟନ୍ତି। ଶୁକ୍ର ଆପଣଙ୍କ କୁଣ୍ଡଳୀରେ ଠିକ୍ ଜାଗାରେ ରହିଲେ ଧନ ଲାଭ, ଗୃହ, ଅଳଙ୍କାର ଓ ବୈଭବ ପ୍ରାପ୍ତ ହେବା ସହିତ ଆରାମ ଦାୟକ ଜୀବନ ମିଳିଥାଏ। ସେହିପରି ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ଶୁକ୍ର ନିଚ୍ଚ ସ୍ଥାନରେ ରହନ୍ତି ସେମାନଙ୍କ ଜୀବନରେ ସୁଖର ଅଭାବ ହୋଇଥାଏ। ମେଷ ରାଶି ସହିତ ପାଞ୍ଚଟି ଅନ୍ୟ ରାଶିର ବ୍ୟକ୍ତିମାନଙ୍କୁ ବିଳାଶପୂର୍ଣ୍ଣ ଜୀବନ ଭଳି ଜିନିଷର ଆନନ୍ଦ ମିଳିବ। ତାହେଲେ ଆସନ୍ତୁ ଜାଣିବା ଶୁକ୍ରଦେବ କେଉଁ ରାଶିରେ ସୁଖ ସମୃଦ୍ଧି ବଢ଼ାଇବେ।
ଶୁକ୍ରଙ୍କର ଏହି ରାଶି ପରିବର୍ତ୍ତନ ମେଷ, ମିଥୁନ, ସିଂହ, ଧନୁ ଓ ମକର ଭଳି ପାଞ୍ଚଟି ରାଶି ପାଇଁ ବହୁତ ଲାଭ ଦାୟକ ହେବ। ଶୁକ୍ରଙ୍କର ରାଶି ପରିବର୍ତ୍ତନରେ ଏହି ପାଞ୍ଚଟି ରାଶିର ବ୍ୟକ୍ତିଙ୍କ ପାଇଁ ସୁଖର ସମସ୍ତ ସାଧନ ମିଳିବ। ଏହି ରାଶି ପରିବର୍ତ୍ତନ କାରଣରୁ ଏହି ରାଶିର ବ୍ୟକ୍ତିମାନଙ୍କୁ ଧନ ଦୌଲତ, ସୁଖ ସମ୍ପତ୍ତି, ଅଲଙ୍କାର ଓ ଘର ସବୁକିଛି ମିଳିବ। ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ବହୁତ ଭଲ ରହିବ। ଶୁକ୍ର ମେ ୨୩ ରେ ରାଶି ପରିବର୍ତ୍ତନ କରି ମେଷ ରାଶିକୁ ଆସିଛନ୍ତି। କେବଳ ସେତିକି ନୁହେଁ ଏହି ୫ଟି ରାଶିକୁ ଶୁକ୍ର ଶୁଭ ସଙ୍କେତ ଦେବା ସହିତ କିଛି ରାଶି ମାନଙ୍କ ପାଇଁ ଅଶୁଭ ସଙ୍କେତ ମଧ୍ୟ ଦେଉଛନ୍ତି । ଅଶୁଭ ସଙ୍କେତରେ ରହୁଥିବା ରାଶିର ବ୍ୟକ୍ତିମାନଙ୍କୁ ଏହି ସମୟରେ ବହୁତ ଟଙ୍କା ଖର୍ଚ୍ଚ କରିବା ପାଇଁ ପଡ଼ିବ। ବୃଷ, ମୀନ ଓ କୁମ୍ଭ ରାଶି ପାଇଁ ଏହି ସମୟରେ କିଛି ଭଲ ଲାଭ ହେବ ନାହିଁ। ମକର, କନ୍ୟା, ତୁଳା, ବିଛା ରାଶି ପାଇଁ ଶୁକ୍ରଙ୍କର ଏହି ରାଶି ପରବର୍ତ୍ତନ ଭଲ ଲାଭ ହେବ ନାହିଁ। ଶୁକ୍ରଙ୍କର ପ୍ରଭାବ ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କର ସୁଖରେ ଅଭାବ ଦେଖା ଦେଇପାରେ।