ସାରା ଅଲ୍ଲି ଖାନ୍‌ଙ୍କୁ ଡେଟ୍‌ କରୁଛନ୍ତି ଶୁଭମନ୍‌ ଗିଲ୍‌, ଚାଟ୍‌ ଶୋରେ ମାନିଲେ ସତ

Published By : Prameya-News7 Bureau | November 15, 2022 IST

ମୁମ୍ଵାଇ ୧୫।୧୧: ବଲିଉଡ-କ୍ରିକେଟର ପ୍ରେମ ଇତିହାସ ବହୁତ ପୁରୁଣା। ଏହି ତାଲିକାରେ ସାମିଲ ହୋଇଛି ଆଉ ଗୋଟେ ଯୋଡି। ଯାହାକୁ ନେଇ ବିଟାଉନ୍‌ କରିଡରରେ ନା ନା କଳ୍ପନା ଜଳ୍ପନା। ସୋସିଆଲ ମିଡିଆ ହେଉଛି ଭାଇରାଲ୍‌। ଏହି ନୂଆ ଯୋଡି ହେଉଛନ୍ତି ସାରା ଅଲି ଖାନ୍ ଏବଂ ଶୁଭମନ ଗିଲ୍। ପ୍ରାୟତଃ ଦୁଇଜଣଙ୍କୁ ରେଷ୍ଟୁରାଣ୍ଟରେ ଏକାଠି ବସିଥିବାର ଦେଖିବାକୁ ମିଳିଥିଲେ। କେବଳ ଏତିକି ହିଁ ନୁହେଁ ଉଭୟଙ୍କୁ ଏୟାରପୋର୍ଟରେ ବି ସ୍ପଟ୍‌ କରାଯାଇଥିଲା। ହେଲେ ଏବେ ଏମାନଙ୍କୁ ନେଇ ଆଉ ଏକ ଅପଡେଟ୍‌ ସାମ୍ନାକୁ ଆସିଛି।

ଯାହାର ଡେଟିଂ ଆଲୋଚନା ଭିତରେ ଶୁବମନ ଗିଲ ସାରାଙ୍କୁ ନେଇ ଏମିତି କିଛି କହିଛନ୍ତି । ଯାହା ବାୟୁ ପରି ବ୍ୟାପି ଯାଇଛି। ନିକଟରେ ଏକ ଚାଟ୍ ଶୋ’ରେ ସେ କେବଳ ସାରା ଅଲି ଖାନଙ୍କୁ ପ୍ରଶଂସା କରିନାହାଁନ୍ତି ବରଂ ଡେଟିଂ ବିଷୟରେ ଖୁଲାସା କରି କହିଛନ୍ତି। ଚାଟ୍ ସୋ ଦିଲ୍ ଦିୟାନ୍ ଗଲାରେ ସାରାଙ୍କୁ ଡେଟ କରୁଛନ୍ତି କି ବୋଲି ପଚରାଯାଇଥିଲା। ଯାହାର ଉତ୍ତରରେ ପ୍ରଥମେ ହସି ଥିଲେ।

ପରେ କହିଥିଲେ, ବୋଧହୁଏ ହଁ। ତାଙ୍କୁ ଏ ବିଷୟରେ ଅଧିକ ପଚରାଯାଇ କୁହାଯାଇଥିଲା ସବୁ ସତ ସତ କୁହ ଏହା ଉପରେ ସେ କହିଛନ୍ତି, ସାରା କା ସାରା ସଚ୍‌ (ପୁରା ସତ ହିଁ ସତ) କହୁଛି। ବୋଧହୁଏ ହଁ, ବୋଧହୁଏ ନା। ଏହା ବ୍ୟତୀତ ଶୁଭମନଙ୍କୁ ମଧ୍ୟ ପଚରାଯାଇଥିଲା ଯେ ତାଙ୍କ ବଲିଉଡର ସବୁଠାରୁ ଫିଟ୍ ଅଭିନେତ୍ରୀ କିଏ? ଏହାର ଉତ୍ତର କହିଥିଲେ କି ସାରା। ଶୁଭମନଙ୍କ ଏହି ଉତ୍ତର ପରେ, ଉଭୟଙ୍କ ମଧ୍ୟରେ କିଛି ଅଛି ବୋଲି ଆଲୋଚନା ତୀବ୍ର ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.