ଖତରନାକ୍ ଶୁଭମନ୍ : ଅହମ୍ମଦାବାଦ୍ ଷ୍ଟାଡିୟମ୍ରେ ଗର୍ଜୁଛି ଗିଲ୍ଙ୍କ ବ୍ୟାଟ୍, ନିଜ ନାଁରେ କରିଛନ୍ତି ରେକର୍ଡର ବର୍ଷା
27/05/2023 at 9:05 AM

ଅହମ୍ମଦାବାଦ ୨୭।୦୫ : ଏବେ ଚାରିଆଡେ ଗିଲ୍ ଚର୍ଚ୍ଚା । ଭାରତୀୟ କ୍ରିକେଟ୍ ଟିମ୍ର ଏହି ଷ୍ଟାର ଓପନରଙ୍କ ଭାରି ପସନ୍ଦ ଅହମ୍ମଦାବାଦରେ ଥିବା ନରେନ୍ଦ୍ର ମୋଦି ଷ୍ଟାଡିୟମ୍ । ଯେତେବେଳେ ବି ଏହି ଷ୍ଟାଡିୟମ୍ରେ ମ୍ୟାଚ୍ ଖେଳନ୍ତି । ସେତେବେଳେ କିଛି ନା କିଛି ରେକର୍ଡକୁ ନିଜ ନାମରେ କରିଥାନ୍ତି ଏହି ଯୁବ ବ୍ୟାଟର । ତେବେ ଆସନ୍ତୁ ଜାଣିବା ଅହମ୍ମଦାବାଦରେ ଗିଲ୍ଙ୍କ ରେକର୍ଡ….

୨୬ ମେ (ଶୁକ୍ରବାର) ବି ଏମିତି କିଛି ରେକର୍ଡ କରିଥିଲେ ଗିଲ୍ । ଇଣ୍ଡିଆନ୍ ପ୍ରିମିୟର ଲିଗ୍ରେ କ୍ୱାଲିଫାୟର-୨ର ମ୍ୟାଚ୍ ଖେଳାଯାଇଥିଲା । ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏହି ମୁକାବିଲ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ମୁମ୍ବାଇ ବୋଲରଙ୍କ ନିଦ ହଜାଇ ଦେଇଥିଲା ଗିଲ୍ଙ୍କ ବିସ୍ଫୋରକ ବ୍ୟାଟିଂ ।

ଗିଲ୍ ମୁମ୍ବାଇ ବୋଲରଙ୍କ ବିରୋଧରେ ୪୯ ଟି ବଲ୍ର ସାମ୍ନା କରି ନିଜର ଶତକ ପୂରା କରିଥିଲେ । ଯେଉଁଥିରେ ତାଙ୍କର ଷ୍ଟ୍ରାଇକ୍ ୨୧୨ ରହିଥିଲା । କିନ୍ତୁ ଗିଲ୍ ଆଉଟ ହେବା ବେଳକୁ ୬୦ଟି ବଲ୍ ଖେଳି ୧୨୯ ରନ୍ ସଂଗ୍ରହ କରିସାରିଥିଲେ । ଏଥିରେ ୧୦ଟି ଛକା ଏବଂ ୭ଟି ଚୌକା ସାମିଲ ରହିଥିବା ବେଳେ ଷ୍ଟ୍ରାଇକ୍ ୨୧୫ ରହିଛି । ଶୁଭମନ୍ଙ୍କ ଜବରଦସ୍ତ ବ୍ୟାଟିଂ ଆଗରେ ହାର୍ ମାନିଯାଇଥିଲେ ମୁମ୍ବାଇ ବୋଲର ।

ସେହିପରି ଚଳିତ ଆଇପିଏଲ୍ରେ ଗିଲ୍ ଅନେକ ରେକର୍ଡକୁ ନିଜ ନାମରେ କରିଛନ୍ତି । ସେମଧ୍ୟରୁ ଟୁର୍ଣ୍ଣାମେଣ୍ଟରେ ସବୁଠୁ ଅଧିକ ରନ୍ କରିଥିବା ବ୍ୟାଟର ଭାବେ ଗିଲ୍ ଅରେଞ୍ଜ କ୍ୟାପ୍କୁ ହାତେଇଛନ୍ତି । ବାଙ୍ଗଲୋର ବ୍ୟାଟର ଫାପ୍ ଡୁପ୍ଲେସିଙ୍କ ପଛରେ ପକାଇଛନ୍ତି ଗିଲ୍ । ଟୁର୍ଣ୍ଣାମେଣ୍ଟରେ ଗିଲ୍ ମୋଟ ୧୬ଟି ମ୍ୟାଚ୍ ଖେଳି ୮୫୧ ରନ୍ ସଂଗ୍ରହ କରିଛନ୍ତି । ଯେଉଁଥିରେ ୪ଟି ଅର୍ଦ୍ଧଶତକ ଏବଂ ୩ଟି ଶତକ ରହିଛି ।

ଅହମ୍ମଦାବାଦ ଷ୍ଟାଡିୟମରେ ଗିଲ୍-
୧୨୮ ( ଭାରତ ବନାମ ଅଷ୍ଟ୍ରେଲିଆ)- ଟେଷ୍ଟ ମ୍ୟାଚ୍-୯ ମାର୍ଚ୍ଚ ୨୦୨୩
୧୨୬ ( ଭାରତ ବନାମ ନ୍ୟୁଜିଲାଣ୍ଡ )- ଟି-୨୦ ମ୍ୟାଚ୍- ଫେବୃଆରୀ ୧, ୨୦୨୩
୧୦୧ ( ଗୁଜରାଟ ଟାଇଟନ୍ସ ବନାମ ସନରାଇଜର୍ସ ହାଇଦ୍ରାବାଦ୍ )- ଆଇପିଏଲ୍ ମ୍ୟାଚ୍- ୧୫ ମେ ୨୦୨୩
୧୨୯ ( ଗୁଜରାଟ ଟାଇଟନ୍ସ ବନାମ ମୁମ୍ବାଇ ଇଣ୍ଡିଆନ୍ସ ) – ଆଇପିଏଲ୍ ମ୍ୟାଚ୍- ୨୬ ମେ ୨୦୨୩
ଆଇପିଏଲ୍ ପ୍ଲେ-ଅଫ୍ରେ ସବୁଠୁ ବଡ଼ ପାରି ଖେଳିଥିବା ବ୍ୟାଟର-
୧୨୯ – ଶୁଭମନ (ଗୁଜରାଟ ବନାମ ମୁମ୍ବାଇ), ଅହମ୍ମଦାବାଦ, ୨୦୨୩
୧୨୨- ବିରେନ୍ଦ୍ର ସେହଓ୍ୱାଗ୍ (ପଞ୍ଜାବ ବନାମ ହାଇଦ୍ରାବାଦ), ମୁମ୍ବାଇ, ୨୦୧୮
୧୧୫ ରିଦ୍ଧିମାନ ଶାହା ( ପଞ୍ଜାବ ବନାମ କୋଲକାତା) , ବେଙ୍ଗାଲୁରୁ, ୨୦୧୪
ଆଇପିଏଲ୍ର ଗୋଟିଏ ସିଜିନ୍ରେ ସବୁଠୁ ଅଧିକ ରନ୍ କରିଥିବା ବ୍ୟାଟର-
ବିରାଟ କୋହଲି ( ବାଙ୍ଗାଲୋର-୨୦୧୬)- ୯୭୩ ରନ୍
ଜସ୍ ବଟଲର ( ରାଜସ୍ଥାନ-୨୦୨୨)- ୮୬୩ ରନ୍
ଶୁଭମନ ଗିଲ୍ ( ଗୁଜରାଟ-୨୦୨୩)- ୮୫୧ ରନ୍