ସଚିନଙ୍କ ରେକର୍ଡ ବ୍ରେକ୍‌ କରିବେ କି ଗିଲ୍ ? ଆଉ ଦରକାର ୬୬୫ ରନ୍‌

Published By : Prameya-News7 Bureau | September 25, 2023 IST

ମୁମ୍ବାଇ ୨୫।୦୯ : ଗର୍ଜୁଛି ଗିଲ୍‌ଙ୍କ ବ୍ୟାଟ୍‌ । ଲଗାତର ଭାବେ ଦିନିକିଆ କ୍ରିକେଟ୍‌ରେ ବିଶାଳ ବିଶାଳ ସ୍କୋର କରିଚାଲିଛନ୍ତି ଶୁବମନ୍‌ ଗିଲ୍‌ । ଆଉ ରେକର୍ଡ ପରେ କରିଚାଲିଛନ୍ତି ରେକର୍ଡ । ଏହିକ୍ରମରେ ଆଉ ୬୬୫ ରନ୍‌ର ଆବଶ୍ୟକ ଅଛି । ଯଦି ଶୁବମନ୍‌ ଗିଲ୍‌ ଏତିକି ରନ୍‌ ସଂଗ୍ରହ କରନ୍ତି । ତେବେ ସେ ମାଷ୍ଟର ବ୍ଲାଷ୍ଟରଙ୍କ ରେକର୍ଡ ବ୍ରେକ୍‌ କରିବାରେ ସକ୍ଷମ ହେବେ ।

ଖବର ଅନୁଯାୟୀ, ଶୁବମନ ଗିଲ୍‌ ୨୦୨୩ ବର୍ଷରେ ୨୦ଟି ଇନିଂସ ଖେଳି ୧୨୩୦ ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ଶୁଭମନ୍‌ଙ୍କ ଷ୍ଟ୍ରାଇକ୍‌ ରେଟ୍‌ ୧୦୫.୦୩ ରହିଥିବା ବେଳେ ଆଭରେଜ୍‌ ୭୨.୩୫ ରହିଛି । ଜଣେ ଯୁବ ବ୍ୟାଟସମ୍ୟାନ୍‌ ଭାବେ ଗୋଟେ କ୍ୟାଲେଣ୍ଡର ବର୍ଷରେ ଏତେ ପରିମାଣରେ ରନ୍‌ ହାସଲ କରିବାରେ ଅନେକ ବରିଷ୍ଠ ଖେଳାଳିଙ୍କୁ ପଛରେ ଛାଡିଛନ୍ତି ଗିଲ୍‌ ।୨୦୨୩ରେ ଶୁବମନ୍‌ ୬ଟି ଶତକ ମାରିଥିବା ବେଳେ ୫ଟି ଅର୍ଦ୍ଧଶତକ ମାରିଛନ୍ତି । ଶୁବମନ୍‌ ଏହି ରନ୍‌ କରିବା ଦ୍ୱାରା ଧୋନି, ଅଜାରୁଦ୍ଦିନ, ସୌରଭ ଗାଙ୍ଗୁଲି,ଇଞ୍ଜାମାନ ଉଲ୍‌ ହକ୍‌, ଗୌତମ ଗମ୍ଭୀରଙ୍କ ରେକର୍ଡକୁ ଅତିକ୍ରମ କରିଛନ୍ତି ।

wp:embed {"url":"https://www.prameyanews7.com/can-history-repeat-in-this-odi-world-cup-in-india/","type":"wp-embed","providerNameSlug":"prameya-news-7"}
https://www.prameyanews7.com/can-history-repeat-in-this-odi-world-cup-in-india/
/wp:embed

 ତେବେ ଗୋଟିଏ ବର୍ଷରେ ସବୁଠୁ ଅଧିକା ରନ୍‌ କରିବାରେ ରେକର୍ଡ ସଚ୍ଚିନ ତେନ୍ଦୁଲକରଙ୍କ ନାଁରେ ରହିଛି । ସଚ୍ଚିନ ତେନ୍ଦୁଲକର ଗୋଟିଏ ବର୍ଷରେ ୧୮୯୪ ରନ୍‌ ସଂଗ୍ରହ କରିଥିଲେ । ୧୯୯୮ ମସିହାରେ ଦିନିକିଆ କ୍ରିକେଟ୍‌ରେ ତେନ୍ଦୁଲକର ଏହି ରେକର୍ଡ କରିଥିଲେ । ଯାହା ଏବେ ଯାଏଁ ଅନ୍‌ବ୍ରେକ୍‌ ହୋଇ ରହିଛି । ତେନ୍ଦୁଲକର ୩୪ଟି ଇନିଂସ ଖେଳି ଏହି ରନ୍‌ ସଂଗ୍ରହ କରିଛନ୍ତି । ଏଥିରେ ୯ଟି ଶତକ ଏବଂ ୭ଟି ଅର୍ଦ୍ଧଶତକ ରହିଛି । ବ୍ୟକ୍ତିଗତ ଭାବେ ସର୍ବାଧିକ ସ୍କୋର ୧୪୩ ରହିଛି ।

ତେବେ ଶୁବମନ୍‌ଙ୍କୁ ସଚ୍ଚିନ ତେନ୍ଦୁଲକରଙ୍କ ରେକର୍ଡକୁ ବ୍ରେକ୍‌ ଦେବାକୁ ହେଲେ, ଆଉ ୬୬୫ ରନ୍‌ର ଆବଶ୍ୟକ ରହିଛି । ଆଗକୁ ତିନୋଟି ଦିନିକିଆ ମ୍ୟାଚ୍‌ ଏବଂ ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ରହିଛି । ଯଦି ଏହି ସମୟ ମଧ୍ୟରେ ଶୁବମନ୍‌ ୬୬୫ ରନ୍‌ ପୂରଣ କରିବାରେ ସକ୍ଷମ ହୁଅନ୍ତୁ । ତେବେ ଜଣେ ଭାରତୀୟ ରେକର୍ଡ କାଟିବେ ଆଉ ଜଣେ ଭାରତୀୟ କ୍ରିକେଟର।

wp:embed {"url":"https://www.prameyanews7.com/parineeti-chopra-raghav-chadha-wedding-reception/","type":"wp-embed","providerNameSlug":"prameya-news-7"}
https://www.prameyanews7.com/parineeti-chopra-raghav-chadha-wedding-reception/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.