Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

ଟି-୨୦ କ୍ୟାରିୟରରେ ଗିଲ୍‌ଙ୍କ ବିସ୍ଫୋରକ ଶତକ, ଭାଙ୍ଗିଲେ କୋହଲି-ରୋହିତଙ୍କ ବଡ ରେକର୍ଡ

1/02/2023 at 9:28 PM

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟି-୨୦ ଶୃଙ୍ଖଳାର ତୃତୀୟ ମ୍ୟାଚ୍‌ରେ ଶୁଭମନ ଗିଲ୍‌ କମାଲ୍ ଇନିଂସ ଖେଳିଛନ୍ତି। କିଓ୍ଵି ବିପକ୍ଷରେ ଧମାକାଦାର  ଶତକ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି।  କାରଣ ଛୋଟ ଫର୍ମାଟ୍‌ରେ ତାଙ୍କର ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠୁଥିଲା। ଜାନୁଆରୀରେ ଗିଲ୍ ଟି-୨୦ ଅନ୍ତର୍ଜାତୀୟରେ ପଦାର୍ପଣ କରିଥିଲେ। ମାତ୍ର ଗୋଟିଏ ମାସ ପରେ ସେ ଏହି ଫର୍ମାଟ୍‌ରେ ଶତକ ହାସଲ କରିଛନ୍ତି।

ଟି-୨୦ ଅନ୍ତର୍ଜାତୀୟରେ ସେ ଷଷ୍ଠ ଭାରତୀୟ ବ୍ୟାଟର ଭାବେ ଶତକ ଅର୍ଜନ କରିଛନ୍ତି। ଏହି ତାଲିକାରେ ଅଛନ୍ତି ରୋହିତ ଶର୍ମା, କଏଲ ରାହୁଲ, ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ପରି ବ୍ୟାଟର। ଦୀପକ ହୁଡ୍ଡା ମଧ୍ୟ ଏହି କିର୍ତ୍ତୀମାନ ନିଜ ନାମରେ କରିଛନ୍ତି। ଗିଲ୍ ଆଜିର ମୁକାବିଲାରେ ଧୂଆଁଧାର ବ୍ୟାଟିଂ କରି ୬୩ ବଲ୍‌ରେ ୧୨୬ ରନର ଅପରାଜିତ ପାଳି ଖେଳିଛନ୍ତି। ଏଥିରେ ୧୨ ଚୌକା ଏବଂ ସାତ ଛକା ସାମିଲ୍। ଏଥିସହିତ ଗିଲ୍ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଟି-୨୦ ଫର୍ମାଟ୍‌ରେ ବଡ ରେକର୍ଡ ଭାଙ୍ଗିଛନ୍ତି।

ଏ ଖବର ପଢନ୍ତୁ- ୩ ଛକା ମାରି ଦ୍ଵିଶତକ ପୂରଣ କଲେ ଗିଲ୍, ଭାଙ୍ଗିଲେ ଇଶାନ ଏବଂ ରୋହିତଙ୍କ ରେକର୍ଡ

ଶୁଭମନ ଗିଲ୍ ଭାରତୀୟ ଟି-୨୦ କ୍ରିକେଟ୍‌ ଇତିହାସରେ ଆଜି ସବୁଠୁ ବଡ ସ୍କୋର କରିଛନ୍ତି। ତାଲିକାରେ ପ୍ରଥମରେ ଥିଲେ ବିରାଟ କୋହଲି। ତେବେ ଗିଲ୍ ୧୨୬ ରନ କରି ତାଙ୍କ ରେକର୍ଡ ଭାଙ୍ଗିଛନ୍ତି। ବିରାଟ ଗତ ବର୍ଷ  ଏସିଆ କପ୍‌ରେ ଆଫଗାନିସ୍ତାନ ବିପକ୍ଷରେ ୧୨୨ ରନର ଅପରାଜିତ ଇନିଂସ ଖେଳିଥିଲେ। ଗିଲ୍ ଆଜି  କୋହଲିଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି। ରୋହିତ ଶର୍ମାଙ୍କୁ ମଧ୍ୟ ସେ ପଛରେ ପକାଇଛନ୍ତି। ହିଟ୍‌ମ୍ୟାନ୍ ଶ୍ରୀଲଙ୍କା ବିପକ୍ଷରେ ୧୧୮ ରନ ସହିତ ତୃତୀୟ ସ୍ଥାନକୁ ଖସିଛନ୍ତି।

   Related Posts