ସାରାଙ୍କୁ ଡେଟ୍ କରୁଛନ୍ତି କ୍ରିକେଟର ଶୁଭମନ ଗିଲ୍ ! ସାଙ୍ଗମାନେ ଦେଲେ ଇଶାରା…
9/09/2022 at 12:58 PM

ମୁମ୍ଵାଇ ୦୯।୦୯: ବଲିଉଡ୍ର ଚୁଲବୁଲି ତଥା ବବଲି ଅଭିନେତ୍ରୀ ସାରା ଅଲି ଖାନ । ତାଙ୍କ ହସ ଆଉ କଥାବାର୍ତ୍ତା ଶୈଳୀ ପ୍ରାୟ ସମସ୍ତଙ୍କୁ ବେଶ୍ ପସନ୍ଦ । କିନ୍ତୁ ଏବେ ତାଙ୍କୁ ନେଇ ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ଶୁଭମମ୍ ଗିଲ୍ ଏବଂ ସାରାଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଉଭୟ ଡେଟିଂକୁ ନେଇ କଳ୍ପନା ଜଳ୍ପନା ଚାଲିଛି। ଏବେ ଶୁଭମନଙ୍କ ଜନ୍ମଦିନରେ ତାଙ୍କ ସାଙ୍ଗ ଏପରି ଏକ ପୋଷ୍ଟ କରିଥିଲେ । ଯାହାକୁ ସମସ୍ତେ ଦେଖି ବହୁତ କିଛି ଭାବି ସାରିଲେଣି । କିନ୍ତୁ କିଛି ଫ୍ୟାନ୍ସ ଏବେ ବି ଦ୍ବନ୍ଦରେ ଅଛନ୍ତି।

ନିକଟରେ କ୍ରିକେଟର ଶୁଭମନ ଗିଲଙ୍କ ଜନ୍ମଦିନ ଥିଲା । ତାଙ୍କର ବିଶେଷ ବନ୍ଧୁ ଖୁସପ୍ରୀତ ସିଂ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ। ହେଲେ ବର୍ତ୍ତମାନ ତାଙ୍କର ପୋଷ୍ଟ ଡିଲିଟ୍ ହୋଇଛି କିନ୍ତୁ ଏହାର ସ୍କ୍ରିନସଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏଥିରେ ଲେଖାଥିଲା – ସବୁଠାରୁ ବିରକ୍ତିକର, ଗୁଗୁଲ୍ ଗ୍ରାଜ୍ୟୁଏଟ୍ ବେବିକୁ ଜନ୍ମଦିନର ଶୁଭେଚ୍ଛା । କିନ୍ତୁ ବାସ୍ତବରେ ତୁମ ବିନା ମୋ ଜୀବନ ସଂପୂର୍ଣ୍ଣ ବ୍ୟର୍ଥ ହୋଇଥାନ୍ତା। ମୁଁ ଆଶା କରେ ଭଗବାନ ଆପଣଙ୍କୁ ଅନେକ ସଫଳତା, ଗୁଗୁଲର ଜ୍ଞାନ ଏବଂ ସମସ୍ତଙ୍କ ଠାରୁ ଅନେକ SARA ପ୍ରେମ ସହିତ ଆଶୀର୍ବାଦ କରନ୍ତୁ।

ତେବେ ଖୁସପ୍ରୀତଙ୍କ ଏହି ପୋଷ୍ଟ ପରେ ପ୍ରଶଂସକମାନେ ଟିକେ ଦ୍ୱନ୍ଦ୍ୱରେ ଅଛନ୍ତି। ସେ ସାରା ଅଲି ଖାନ ନା ସାରା ତେନ୍ଦୁଲକରଙ୍କୁ କହୁଛନ୍ତି। ଏହାପୂର୍ବରୁ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ସହ କ୍ରିକେଟର ଶୁଭ୍ମନ ଗିଲଙ୍କ ନାମ ଜଡିତ ଥିଲା। କିନ୍ତୁ ନିକଟରେ ଶୁଭମନ ଏବଂ ସାରା ଏକାଠି ରାତ୍ରୀ ଭୋଜନ କରୁଥିବା ଦେଖିବା ପରେ କୁହାଯାଉଛି ଯେ ସାରା ଏବଂ ଶୁଭମନ ଗିଲ ପରସ୍ପରକୁ ଡେଟ କରୁଛନ୍ତି।