୨୦୨୨ରେ ପ୍ରଥମ ଭାରତୀୟ ଓପନର ଭାବେ ଶତକ ହାସଲ କଲେ ଶୁଭମାନ ଗିଲ୍

Published By : Prameya-News7 Bureau | December 16, 2022 IST

ଚଟ୍ଟଗାଓଁ: ବାଂଲାଦେଶ ବିପକ୍ଷରେ ଜାରି ପ୍ରଥମ ଟେଷ୍ଟରେ ଶୁବମାନ ଗିଲ୍‌ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଶତକ ଅର୍ଜନ କରିଛନ୍ତି। ଚଟ୍ଟଗାଓଁରେ ଖେଳାଯାଉଥିବା ଟେଷ୍ଟର ତୃତୀୟ ଦିନରେ ସେ ଏହି ସଫଳତା ହାସଲ କରିଛନ୍ତି। ତେବେ ୨୦୨୨ରେ ପ୍ରଥମ ଭାରତୀୟ ଓପନର ଭାବେ ଶତକ ଅର୍ଜନ କରିଛନ୍ତି ଗିଲ୍।

ଗିଲ୍ ୧୪୭ ବଲ୍‌ରେ ୮ ଚୌକା ଏବଂ ୨ ଛକା ଜରିଆରେ ତିନି ଅଙ୍କ ଛୁଇଁଛନ୍ତି। ୧୧୦ ରନ ସ୍କୋରରେ ୨୩ ବର୍ଷୀୟ ଗିଲ୍‌ ଆଉଟ୍ ହୋଇ ପାଭିଲିୟନ ଫେରିଛନ୍ତି।  ଏହା ପୂର୍ବରୁ ପ୍ରଥମ ଇନିଂସରେ ସେ ୨୦ ରନ କରି ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ଟେଷ୍ଟରେ ଗିଲ୍‌ଙ୍କ ଶ୍ରେଷ୍ଠ ସ୍କୋର ଥିଲା ୯୧ ରନ। ସେ ୨୦୨୧ ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ଇନିଂସ ଖେଳିଥିଲେ। 

ନିଜର ଏହି ଶତକୀୟ ଇନିଂସ ସମୟରେ ଗିଲ୍‌ କେଏଲ ରାହୁଲଙ୍କ ସହ ଓପନିଂରେ ୭୦ ରନ ଭାଗିଦାରୀ ଯୋଡିଥିଲେ। ତାଙ୍କ ପରେ ଚେତେଶ୍ଵର ପୂଜାରା ଦୀର୍ଘ ଚାରି ବର୍ଷ ପରେ ଟେଷ୍ଟରେ ଶତକ ଅର୍ଜନ କରିଛନ୍ତି। ପୂଜାରାଙ୍କ ଶତକ ସହ ଭାରତ ୨ ଓ୍ଵିକେଟ୍‌ ହରାଇ ୨୫୮ ରନରେ ଇନିଂସ ସମାପ୍ତି ଘୋଷଣା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.