ବିବାହ ପ୍ରଶ୍ନ ଉପରେ କଲେ ଖୁଲାସା, କହିଲେ-ଏହି ଶବ୍ଦ ଶୁଣିଲେ ବହୁତ ଡର ଲାଗେ…

Published By : Prameya-News7 Bureau | November 19, 2023 IST

ମୁମ୍ଵାଇ ୧୯।୧୧: ଦକ୍ଷିଣ ଓ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଶ୍ରୁତି ହାସନ। ଶ୍ରୁତି ତାଙ୍କ ଲୁକ୍‌ ଏବଂ ଷ୍ଟାଇଲିସ୍ ଶୈଳୀ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥା’ନ୍ତି । ଏହା ବ୍ୟତୀତ ଅଭିନେତ୍ରୀ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ମଧ୍ୟ ଆଲୋଚନା କରନ୍ତି । ଏହି ଅଭିନେତ୍ରୀ ଶାନ୍ତନୁ ହଜାରିକାଙ୍କ ସହ ଦୀର୍ଘ ଦିନ ଧରି ସମ୍ପର୍କରେ ଅଛନ୍ତି। ଅନେକ ସମୟ‌ରେ ସେ ନିଜ ପ୍ରେମିକ ସାନ୍ତନୁଙ୍କ ସହ ଫଟୋ ସେୟାର କରୁଥିବା ଦେଖିବାକୁ ମିଳେ।ଯାହାକୁ ନେଇ ସେ ସବୁ ବେଳେ ଖୁଲମ୍‌ ଖୁଲା ପ୍ରକାଶ କରନ୍ତି। ଅଭିନେତ୍ରୀଙ୍କୁ ତାଙ୍କ ବିବାହ ବିଷୟରେ ଅନେକ ଥର ପ୍ରଶ୍ନ କରାଯାଇଛି। ଯାହାକୁ ନେଇ ଖୋଲାଖୋଲି ଭାବରେ କହିଥିଲେ।

ଶ୍ରୁତି ହାସନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବର୍ତ୍ତମାନ ତାଙ୍କର ବିବାହର ଉଦ୍ଦେଶ୍ୟ ନାହିଁ। 'ବିବାହ ଶବ୍ଦକୁ ମୁଁ ବହୁତ ଡରୁଛି। ଏଥିରେ ବହୁତ କିଛି ଅଛି ଯାହା ମୁଁ ପ୍ରକୃତରେ ଚିନ୍ତା କରିବାକୁ ଚାହେଁ ନାହିଁ । ମୁଁ ତାଙ୍କ ସହିତ ଥିବାରୁ ଖୁସି, ତାଙ୍କ ସହିତ ଭଲ କାମ କରେ ଏବଂ ଆମେ ଏକାଠି ଭଲ ସମୟ କାଟି ଥାଉ। ଅଧିକାଂଶ ବିବାହ ଅପେକ୍ଷା ଏହା ଭଲ ନୁହେଁ କି? '

ତେବେ କିଛି ମାସ ହେଲାଣି ସେ ସାନ୍ତନୁଙ୍କ ସହ ପ୍ରେମ ସମ୍ପର୍କରେ ଥିବା ବେଳେ ଦୁହେଁ ଖୁବଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏବେ କୌଣସି ଯୋଜନା ନଥିବା ଶ୍ରୁତି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, “ଆମେ ପରସ୍ପର ପାଇଁ ଅଛୁ ଏବଂ କଠିନ ସମୟରେ ପରସ୍ପରକୁ ସମର୍ଥନ କରୁ। ସଂଘର୍ଷ କରୁଥିବା ସମୟରେ ତୁମ ସହ କେହି ଥିଲେ ବହୁତ ଭଲ ଲାଗେ। ମୁଁ ଭାବୁଛି ଆମ ଭିତରେ ଯେଉଁଭଳି ସମ୍ପର୍କ ରହିଛି, ତା’ଠାରୁ ଭଲ କିଛି ହୋଇ ପାରିବ ନାହିଁ ।

wp:embed {"url":"https://www.prameyanews7.com/priyanka-chopra-reportedly-sold-two-mumbai-apartments-to-filmmaker/","type":"wp-embed","providerNameSlug":"prameya-news-7"}
https://www.prameyanews7.com/priyanka-chopra-reportedly-sold-two-mumbai-apartments-to-filmmaker/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.