oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ

26/11/2021 at 11:16 AM

ନୂଆଦିଲ୍ଲୀ, ୨୬।୧୧:  ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା କାନପୁର ଟେଷ୍ଟରେ ଶତକ ହାସଲ କରିଛନ୍ତି ଶ୍ରେୟସ ଆୟର । ଏହାସହ ପଦାର୍ପଣ ଟେଷ୍ଟରେ ଶତକ ହାସଲକାରୀ ଖେଳାଳିଙ୍କ ମଧ୍ୟରେ ସେ ସ୍ଥାନ ପାଇଛନ୍ତି । ପ୍ରଥମ ଦିନ ଖେଳ ଶେଷସୁଦ୍ଧା ୭୫ ରନରେ ଅପରାଜିତ ଥିବା ଶ୍ରେୟସ ଦ୍ୱିତୀୟରେ ଶତକ ଲଗାଇଥିଲେ । ଏହାପରେ ସେ ଆଉ ୫ ରନ୍ ଯୋଡି ପ୍ୟାଭିଲିୟନ ଫେରିଛନ୍ତି ।

ପ୍ରଥମ ଦିନରେ ଶ୍ରେୟସ ଶତକଠୁ ମାତ୍ର ୨୫ ରନ୍ ଦୂରରେ ଥିଲେ । ଶତକ ଲଗାଇବା ପରେ ସେ ପଦାର୍ପଣ ଟେଷ୍ଟରେ ସେଞ୍ଚୁରୀ ଲଗାଇଥିବା ଖେଳାଳିଙ୍କ ତାଲିକରେ ସାମିଲ ହୋଇଛନ୍ତି ।

ପ୍ରଥମ ଦିନ ଖେଳ ଶେଷସୁଦ୍ଧା ଭାରତ ୨୫୮ କରିଥିବା ବେଳେ ୪ ଓ୍ୱିକେଟ୍ ହରାଇଥିଲା । କ୍ରିଜରେ ଜାଡେଜା ଓ ଶ୍ରେୟସ ଅପରାଜିତ ରହିଥିଲେ। ଉଭୟ ଖେଳାଳିଙ୍କ ମଧ୍ୟରେ ୧୧୩ ରନର ପାର୍ଟନରସିପ୍ ହୋଇଥିଲା । ଏବେସୁଦ୍ଧା ଭାରତ ୮ ଓ୍ୱିକେଟ ହରାଇ ୩୨୬ ରନ୍ କରିଛି ।

ଜାଡେଜା ୫୦ ରନରେ ପ୍ୟାଭିଲିୟନ ଫେରିଥିବା ବେଳେ ରିଦ୍ଧିମାନ ଶାହ ୧ ରନ୍ କରି ଆଉଟ ହୋଇଛନ୍ତି । ସେହିପରି ଅକ୍ଷର ପଟେଲ ୩ ରନ କରି ଆଉଟ ହୋଇଛନ୍ତି । କ୍ରିଜରେ ଏବେ ଆର ଅଶ୍ୱିନ ଓ ଉମେଶ ଯାଦବ ବ୍ୟାଟିଂ କରୁଛନ୍ତି ।

   Related Posts