ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟର ଶ୍ରେୟସ ଆୟରଙ୍କ ୟୁଟର୍ଣ୍ଣ। ନିଜକୁ ଫିଟ୍ ଘୋଷିତ କରିଛନ୍ତି ଏହି ମଧ୍ୟକ୍ରମ ବ୍ୟାଟର। ଏହା ସହିତ ରଣଜୀ ଟ୍ରଫି ୨୦୨୪ରେ ମୁମ୍ବାଇର ଆଗାମୀ ସେମି ଫାଇନାଲ୍ ମ୍ୟାଚ୍ ଖେଳିବେ। ମୁମ୍ବାଇ ବାନ୍ଦ୍ରାର ବିକେସି ପଡିଆରେ ଖେଳା ଯାଇଥିବା କ୍ଵାର୍ଟର ଫାଇନାଲ୍ରେ ବରୋଦା ବିପକ୍ଷରେ ମ୍ୟାଚ୍ ଡ୍ର ରଖିଥିଲା ମୁମ୍ବାଇ। କିନ୍ତୁ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଦଳ ସେମି ଫାଇନାଲ୍ରେ ପ୍ରବେଶ କରିଛି। ମୁମ୍ବାଇ ମାର୍ଚ୍ଚ ୨ରେ ଦ୍ଵିତୀୟ ସେମି ଫାଇନାଲ୍ରେ ତାମିଲନାଡ଼ୁକୁ ଭେଟିବ। ଏହି ମ୍ୟାଚ୍ରେ ଶ୍ରେୟସ ଆୟର ଖେଳିବେ।
wp:heading {"level":4}Also read- ମାଲାମାଲ୍ ହେବେ ଭାରତୀୟ ଖେଳାଳି ! ଦରମା ବଢିବା ସହ ମିଳିବ ବୋନସ
/wp:headingଶ୍ରେୟସ ଆୟରଙ୍କୁ ଇଂଲଣ୍ଡ ବିପକ୍ଷ ଶେଷ ତିନି ମ୍ୟାଚ୍ ପାଇଁ ଭାରତୀୟ ଦଳରୁ ବାଦ୍ ଦିଆଯାଇଥିଲା। ବିଶାଖାପଟନମରେ ଖେଳା ଯାଇଥିବା ଦ୍ଵିତୀୟ ଟେଷ୍ଟରେ ବ୍ୟାଟିଂ ସମୟରେ ପିଠିରେ ଯନ୍ତ୍ରଣା ହେଉଥିବା କହିଥିଲେ ଶ୍ରେୟସ। ଟେଷ୍ଟ ସହ ମୁମ୍ବାଇର ଶେଷ ଦୁଇଟି ରଣଜୀ ଟ୍ରଫି ମ୍ୟାଚ୍ରୁ ମଧ୍ୟ ଓହରି ଯାଇଥିଲେ। କିନ୍ତୁ ରାଷ୍ଟ୍ରୀୟ କ୍ରିକେଟ୍ ଏକାଡେମୀର ପ୍ରମୁଖ ନୀତିନ ପଟେଲ୍ ବିସିସିଆଇ ଓ ଜାତୀୟ ଚୟନକର୍ତ୍ତାଙ୍କୁ ଇମେଲ୍ କରି ଜଣାଇ ଦେଇଥିଲେ ଯେ ଶ୍ରେୟସ ଫିଟ୍ ଅଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶ୍ରେୟସ ଆୟର ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ଜଣାଇ ଦେଇଛନ୍ତି ଯେ, ସେ ଫିଟ୍ ଅଛନ୍ତି ଏବଂ ରଣଜୀ ଟ୍ରଫିର ସେମି ଫାଇନାଲ୍ରେ ଦଳ ପକ୍ଷରୁ ଖେଳିବାକୁ ପ୍ରସ୍ତୁତ। ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବରରେ ମଧ୍ୟ ଶ୍ରେୟସ ବର୍ତ୍ତମାନ ଫିଟ୍ ଓ ରଣଜୀ ଟ୍ରଫିର ସେମି ଫାଇନାଲ୍ ଖେଳିବେ ବୋଲି କୁହାଯାଇଛି।
ସୂଚନା ଅନୁଯାୟୀ, ଫିଟ୍ ଥାଇ ରଣଜୀ ଟ୍ରଫି ନ ଖେଳି ଆଇପିଏଲକୁ ଗୁରୁତ୍ଵ ଦେଉଥିବା ଖେଳାଳିଙ୍କ ପ୍ରତି ବିସିସିଆଇ ଖପ୍ପା ରହିଛି। ଏହି ପରିପ୍ରେକ୍ଷୀରେ ବୋର୍ଡ ଶ୍ରେୟସ ଆୟର ଓ ଇଶାନ କିଶନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତି କରୁଛି। ଉଭୟ ଖେଳାଳିଙ୍କୁ କେନ୍ଦ୍ରୀୟ ଅନୁବନ୍ଧରୁ ବାଦ୍ ଦିଆଯାଇପାରେ ବୋଲି କୁହାଯାଉଛି। ଅନ୍ୟପଟେ ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗକର ୨୦୨୩-୨୪ର ୨୪ ଜଣିଆ ଖେଳାଳିଙ୍କ ତାଲିକା ଜାରି କରି ପାରନ୍ତି।