ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଧାୟକଙ୍କ ପ୍ରିତିକ୍ରିୟା : ରଥ ଯାତ୍ରା ଭିତରେ ସରିବ ନିର୍ମାଣ

Published By : Prameya-News7 Bureau | May 24, 2022 IST

ପୁରୀ ୨୪/୦୫ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପ୍ରସଙ୍ଗ। ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତି ସର୍ବମାନ୍ୟ। ଏହି ମାମଲାର ଖୋଳତାଡ଼ କରିବା  ଆବଶ୍ୟକ ନାହିଁ। ଶ୍ରୀମନ୍ଦିର ଚାରି ପାଖରେ ଚାଲିଥିବା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆଗାମୀ ରଥଯାତ୍ରା ଭିତରେ ସାରିବା ନେଇ ମତବ୍ୟକ୍ତ କରିଛନ୍ତି ପୁରୀ ବିଧ୍ୟାୟକ ଜୟନ୍ତ ଷଡଙ୍ଗୀ।

ସେପଟେ ପ୍ରତି ବିବାଦର ସମାଧାନର ରାସ୍ତା ରହିଛି ଜଗଦଗୁରୁଙ୍କ ନିକଟରେ। ଯେଭଳି ମାଷ୍ଟର କ୍ୟାଂଟିନରେ ଘୋଡ଼ାକୁ ନେଇ ବିବାଦ ରହିଥିଲା ହେଲେ ଘୋଡ଼ା ରହିଲା ବିବାଦର ସମାଧାନ ହେଲା। ସେହିଭଳି ଆବଶ୍ୟକ ସ୍ଥଳେ ଆଇନ୍‌ର ବି ପରିବର୍ତ୍ତନ ହୋଇପାରିବ। ସମସ୍ତଙ୍କ ସହଯୋଗ ଓ ସମନ୍ଵୟରେ କାର୍ଯ୍ୟ ହେଉ। ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ରହିଛି। ଗୁରୁଜୀଙ୍କ ପରାମର୍ଶରେ ସମସ୍ତ ବିବାଦର ସମାଧାନ ସହ ଏହି ଆଲୋଚନାରେ ପୂର୍ଣଛେଦ ପଡିଯିବ ବୋଲି ବିଶିଷ୍ଟ ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.