Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ପ୍ରସଙ୍ଗ: ହାଇକୋର୍ଟରେ ଦାୟର ହେଲା ମିସ କେସ୍

11/09/2023 at 6:24 PM

କଟକ, ୧୧/୦୯: ଶ୍ରୀମନ୍ଦିର ନାଟ ମଣ୍ଡପର ତୁରନ୍ତ ମରାମତି ହେବା ଆବଶ୍ୟକ ବୋଲି ନିକଟରେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଅମିକସକ୍ୟୁରି ଏନ କେ ମହାନ୍ତି। ଉକ୍ତ ରିପୋର୍ଟକୁ ଆଧାର କରି ଆଜି ହାଇକୋର୍ଟରେ ଦାୟର ହୋଇଛି ମିସ କେସ।

ଆବେଦନକାରୀ ଅଭିଷେକ ଦାସ ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ ନାଟ ମଣ୍ଡପର ଵିମ୍‌ ଅତ୍ୟନ୍ତ ଦୁର୍ବଳ ଓ ବିପଦସଂକୁଳ ଅବସ୍ଥାରେ ରହିଛି, ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରିବା ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାଲାଗି ଆବେଦନ କରିଛନ୍ତି ପିଟିସନର।

ପ୍ରତ୍ୟେକ ମାସରେ ମରାମତି କାମକୁ ସମୀକ୍ଷା କରାଯାଉ, ଉଭୟେ ଏଏସଆଇ ଏବଂ ଅମିକସକ୍ୟୁରି ଏନେଇ ପ୍ରତି ମାସରେ ଷ୍ଟାଟସ ରିପୋର୍ଟ ଦାଖଲ କରନ୍ତୁ ବୋଲି ଆବେଦନ କରାଯାଇଛି।

ଜଗମୋହନ ଏବଂ ନାଟ ମଣ୍ଡପର ମରାମତି ଲାଗି ପୂର୍ବରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିକଟରେ ଉକ୍ତ ମାମଲାର ଶୁଣାଣି ବେଳେ ଅମିକସକ୍ୟୁରି ଯେଉଁ ରିପୋର୍ଟ ଦାଖଲ କରିଛନ୍ତି, ସେଥିରେ ଉଲ୍ଲେଖ ରହିଛିକି ନାଟ ମଣ୍ଡପର ଵିମ ଅତ୍ୟନ୍ତ ଦୁର୍ବଳ ଏବଂ ବିପଦ ସଂକୁଳ ଅବସ୍ଥାରେ ରହିଛି।

   Related Posts