ଭୁବନେଶ୍ୱର ୦୨।୦୩: ଆଧ୍ୟାତ୍ମିକ ପତ୍ରିକା ‘ ଶ୍ରୀଜଗନ୍ନାଥଙ୍କ ପୋଢୁଆଁ ଯାତ୍ରା’ ଲୋକାର୍ପଣ । ଶ୍ରୀଶ୍ରୀ ମାଧବାନନ୍ଦଜୀଉ ବିକାଶ ପରିଷଦ ପକ୍ଷରୁ ପ୍ରକାଶ ପାଇଛି ଏହି ଆଧ୍ୟାତ୍ମିକ ପତ୍ରିକା। ଆନ୍ତର୍ଜାତିକ କ୍ରିୟା ଯୋଗ ଅଧ୍ୟାତ୍ମିକ ମୁଖ୍ୟ ସ୍ୱାମୀ ପ୍ରଜ୍ଞାନାନନ୍ଦ ଏହାର ଲୋକାର୍ପଣ କରିଛନ୍ତି ।
{"id":916185,"sizeSlug":"full","linkDestination":"none"}‘ପ୍ରାଚୀ ପରିକ୍ରମା’ର ଦ୍ୱିତୀୟ ଦିବସରେ ସ୍ୱାମୀଜୀ ପ୍ରାଚୀକ୍ଷେତ୍ରର ଆରାଧ୍ୟ ଦିଅଁ ଶ୍ରୀମାଧବାନନ୍ଦଙ୍କ ପୀଠରେ ସାମୟିକ ରହଣୀ କାଳରେ ଏହି ପତ୍ରିକାର ଲୋକାର୍ପଣ କରିଛନ୍ତି । ତାଙ୍କ ସହ ବହୁ ସାଧୁସନ୍ଥ ମଧ୍ୟ ମାଧବାନନ୍ଦଙ୍କ ଠାରେ ଏହି ପତ୍ରିକାଟିର ପୂଜନ ଓ ପରେ ପରେ ଲୋକାର୍ପଣ ପର୍ବରେ ସାମିଲ ଥିଲେ । ପତ୍ରିକାର ମୁଖ୍ୟ ସଂଯୋଜକ ତ୍ରିଲୋଚନ ପୁଷ୍ପାଳକ , ପୋଢୁଆଁ ଯାତ୍ରାର ଶ୍ରୀକ୍ଷେତ୍ର ସମନ୍ୱୟ ସଂଯୋଜକ ରାମକୃଷ୍ଣ ମହାପାତ୍ର , ପ୍ରାଚୀ ଗବେଷକ ହଂସନାଥ ସାହୁ , ଯୋଗୀନ୍ଦ୍ର ଦାସ, ବାଲିଘାଇ କ୍ରିୟାଯୋଗ ଆଶ୍ରମର ରାଜକିଶୋର ନନ୍ଦ, ବରିଷ୍ଠ ସେବାୟତ ଭାସ୍କର ପୁଷ୍ପାଳକ , ବିଷ୍ଣୁ ଚରଣ ଦୀକ୍ଷିତ ,ବିଜୟ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।
{"id":916186,"sizeSlug":"full","linkDestination":"none"}