ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

ବୟଫ୍ରେଣ୍ଡ ରୋହନଙ୍କୁ ବିବାହ କରିବେ କି ଶ୍ରଦ୍ଧା ! ଖୁଲାସା କଲେ ମାଉସୀ ଓ ଭାଇ…

28/08/2021 at 11:10 AM

ମୁମ୍ବାଇ ୨୮/୦୮: ଶ୍ରଦ୍ଧା କପୁର ତାଙ୍କ ପ୍ରୋଫେଶନାଲ ଲାଇଫ ଅପେକ୍ଷା ତାଙ୍କ ପର୍ସନାଲ ଲାଇଫକୁ ନେଇକି ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଶୁଣିବାକୁ ମିଳୁଛି ଯେ ଶ୍ରଦ୍ଧା ରୋହନ ଶ୍ରେଷ୍ଟାଙ୍କୁ ଡେଟ୍ କରୁଛନ୍ତି । ହେଲେ ଦୁହେଁ ଏ ବିଷୟରେ ଏପର୍ଯ୍ୟନ୍ତ ସ୍ପଷ୍ଟ ଭାବେ କହିନାହାଁନ୍ତି । କିନ୍ତୁ ଅନେକ ଥର ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି ​​। ବର୍ତ୍ତମାନ ସମ୍ପର୍କର ଗୁଜବ ମଧ୍ୟରେ ସେମାନଙ୍କ ବିବାହ ବିଷୟରେ ମଧ୍ୟ ଆଲୋଚନା ଆରମ୍ଭ ହୋଇଯାଇଛି। ବିବାହର ଗୁଜବ ଉପରେ ଅଭିନେତ୍ରୀ ପଦ୍ମିନୀ କୋଲହାପୁର ଏବଂ ତାଙ୍କ ପୁଅ ପ୍ରିୟଙ୍କ ଶର୍ମା ଏପରି କିଛି କହିଛନ୍ତି ଯାହା ଉପରେ ଆଲୋଚନା ହେଉଛି।

 ସୂଚନା ଅନୁଯାୟୀ ଯେତେବେଳେ ଏ ବିଷୟରେ ପ୍ରିୟଙ୍କ ଶର୍ମାଙ୍କୁ ଶ୍ରଦ୍ଧା-ରୋହନଙ୍କ ବିବାହ ବିଷୟରେ ପଚରାଯାଇଥିଲା, ସେତେବେଳେ କୌଣସି ପ୍ରକାରର ମନ୍ତବ୍ୟ ଦେବାକୁ ମନା କରିଦେଇଥିଲେ। ଏନେଇ ପ୍ରିୟଙ୍କ କହିଛନ୍ତି କି ମୁଁ ଏ ବିଷୟରେ କିଛି କରିପାରିବି ନାହିଁ । ମୁଁ ଏହି ବିଷୟରେ କ’ଣ କହିବି ‘ହଁ ଯଦି ତୁମେ ଉତ୍ସାହ ବିଷୟରେ’ କହୁଛ, ତେବେ ‘ମୁଁ ମଧ୍ୟ ଅଛି ‘ଏବଂ ‘ହେବା ବି ଉଚିତ୍’ । ଯଦି ଆମେ ଏହା ଭବିଷ୍ୟତ ବିଷୟରେ କହିବା, ‘ତେବେ ଏହା ଭଲ ବିକଳ୍ପ ଅଛି’ । ଯେତେବେଳେ ଅଭିନେତ୍ରୀ ପଦ୍ମିନୀ କୋଲହାପୁରିଙ୍କୁ ମଧ୍ୟ ଏବିଷୟରେ ପଚରାଯାଇଥିଲା, ସେତେବେଳେ ସେ ଖୁସି ବ୍ୟକ୍ତ କରି କହିଥିଲେ ଯେ ବିବାହର ପ୍ରଶ୍ନ ଟିକେ ଅଜବ, ହେଲେ ଯଦି ଏହା ଘଟେ ତେବେ ଖବର ମିଳି ଯିବ । ରିପୋର୍ଟ ଅନୁଯାୟୀ ରୋହନ ଶ୍ରେଷ୍ଟାଙ୍କ ପିତା ରାକେଶ ଶ୍ରେଷ୍ଟା ସେମାନଙ୍କ ସମ୍ପର୍କ ବିଷୟରେ କହିଥିଲେ ଯେ -ଉଭୟ କେବଳ ଘନିଷ୍ଠ ବନ୍ଧୁ ଅଟନ୍ତି। ହେଲେ ଯଦି ସେମାନେ ଯେ ଯଦି ଦୁହେଁ ପରସ୍ପରକୁ ପସନ୍ଦ କରନ୍ତି ଏବଂ ଏକାଠି ହେବାକୁ କୌଣସି ପ୍ରକାରର ନିଷ୍ପତ୍ତି ନିଅନ୍ତି ତେବେ ଏହା ଏକ ଭଲ କଥା। ଦୁହେଁ ମ୍ୟାଚୁର୍ ସହ ଚିନ୍ତା କରି ସେମାନେ ସେମାନଙ୍କର ନିଷ୍ପତ୍ତି ନେବେ ।  ଯଦି ମୋର ପସନ୍ଦ ବିଷୟରେ କହୁଛ, ତେବେ ଏହି ସମ୍ପର୍କ ଉପରେ ମୋର କୌଣସି ଆପତ୍ତି ନାହିଁ । ଯଦି ଦୁହେଁ ବିବାହ କରିବାକୁ ଚାହାଁନ୍ତି ତେବେ ମୁଁ ଖୁସିରେ ସେମାନଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ।

India Tv News

ଏହାପୂର୍ବରୁ ରୋହନ ତାଙ୍କର ଏହି ଲିଙ୍କ୍ ଅପ ଖବରକୁ ଗୁଜବ ବୋଲି କହିଥିଲେ। ସେ କହିଥିଲେ ଯେ ଗତ ୯ ବର୍ଷ ହେଲାଣି ଆମେ ଦୁହେଁ କେବଳ ଘନିଷ୍ଠ ବନ୍ଧୁ । ଚଳିତ ବର୍ଷ ମାର୍ଚ୍ଚ ମାସରେ ଶ୍ରଦ୍ଧା-ରୋହନ ଏକାଠି ମାଲଦ୍ୱୀପ ବୁଲିବାକୁ ଯାଇଥିଲେ। ଯେଉଁଠାରେ ପ୍ରିୟଙ୍କ ବିବାହ କରିଥିଲେ। ଏହି ବିବାହରେ ଉଭୟ ଏକାଠି ସମସ୍ତ କାର୍ଯ୍ୟରେ ଯୋଗଦେବାକୁ ନଜର ଆସିଥିଲେ । କେବଳ ଏତିକି ନୁହେଁ, ରୋହନ ଏବଂ ପରିବାର ସଦସ୍ୟଙ୍କ ସହ ଶ୍ରଦ୍ଧା ମାଲଦ୍ୱୀପରେ ତାଙ୍କ ଜନ୍ମଦିନ ମଧ୍ୟ ପାଳନ କରିଥିଲେ। ପ୍ରିୟଙ୍କ ବିବାହ ପରଠାରୁ ଶ୍ରଦ୍ଧା-ରୋହନଙ୍କ ଲିଙ୍କଅପ୍ ଖବର ବୃଦ୍ଧି ପାଇବାରେ ଲାଗିଛି।

   Related Posts