ମୁମ୍ଵାଇ ୦୫।୦୭: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର। ନିଜର ସୌନ୍ଦର୍ଯ୍ୟ ଏବଂ ଚମତ୍କାର ଅଭିନୟ ପାଇଁ ଚର୍ଚ୍ଚାରେ ରୁହନ୍ତି। କାମରେ ସେ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ । କିନ୍ତୁ ଏବେ ଅଭିନେତ୍ରୀଙ୍କ ବ୍ୟକ୍ତିଗତ ଜୀବନ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ପାଲଟିଛି। ଏହି ଅଭିନେତ୍ରୀ ତୁ ଝୁଠି ମେଁ ମକାର ଲେଖକ ରାହୁଲ ମୋଦୀଙ୍କ ସହ ଫିଲ୍ମ ଦେଖିବାକୁ ଯାଇଥିଲେ। ଯାହା ପରେ ଅନୁମାନ କରାଯାଉଛି କି ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଜୀବନରେ ପୁଣି ଥରେ ପ୍ରେମ ଆସିଛି ଏବଂ ଏହି ପ୍ରେମ ଆଉ କେହି ନୁହନ୍ତି ରାହୁଲ ମୋଦୀ।
ନିକଟରେ ଶ୍ରଦ୍ଧା କପୁର ରାହୁଲ ମୋଦୀଙ୍କ ସହ ଫିଲ୍ମ ଦେଖିବାକୁ ଆସିଥିଲେ। ଯେଉଁଠାରେ ଅଭିନେତ୍ରୀ ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଥିଲେ। ଚଳଚ୍ଚିତ୍ର ଲେଖକ ରାହୁଲ ମୋଦୀଙ୍କ ସହ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଏକ ଭିଡିଓ ଫଟୋ ଭାଇରାଲ ହେବା ପରେ ଲୋକମାନେ କଳ୍ପନା କରିବା ଆରମ୍ଭ କରି ଦେଇଛନ୍ତି । ଶ୍ରଦ୍ଧାଙ୍କ ହୃଦୟରେ ପୁଣି ଥରେ ପ୍ରେମର ଏଣ୍ଟ୍ରି ହୋଇଛି । ଖବର ଅନୁଯାୟୀ, ଶ୍ରଦ୍ଧା ପ୍ରାୟ ଚାରି ବର୍ଷ ଧରି ସେଲିବ୍ରିଟି ଫଟୋଗ୍ରାଫର ରୋହନ ଶ୍ରେଷ୍ଠାଙ୍କ ସହ ସମ୍ପର୍କରେ ଥିଲେ। ଏହା’ପରେ ୨୦୨୨ ମସିହାରେ, ଖବର ଆସିଲା ଯେ ଅଭିନେତ୍ରୀ ରୋହନଙ୍କଠାରୁ ଅଲଗା ହୋଇଯାଇଛନ୍ତି।
wp:html/wp:html
ରାହୁଲ ମୋଦୀ ଶ୍ରଦ୍ଧା କପୁରଙ୍କ ଚଳଚ୍ଚିତ୍ର ତୁ ଝୁଠୀ ମେଁ ମକ୍କାରର ରାଇଟର । ଯାହା ଲଭ୍ ରଂଜନଙ୍କ ନିର୍ଦ୍ଦେଶିତ। ରାହୁଲ ମୋଦୀ ଏବଂ ଶ୍ରଦ୍ଧା କପୁର ସେମାନଙ୍କ ସମ୍ପର୍କକୁ ନେଇ କୌଣସି ପ୍ରକାରେ ଅଫିସିଆଲ୍ କରିନାହାଁନ୍ତି। କିନ୍ତୁ ରାହୁଲ ପ୍ରାୟତଃ ଶ୍ରଦ୍ଧା କପୁରଙ୍କ କୁକୁର ସହିତ ଫଟୋ ସେୟାର କରନ୍ତି। ରାହୁଲ ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ବଢୁଥିବା ଘନିଷ୍ଠତା ସହିତ ପ୍ରଶଂସକଙ୍କ ଅନେକ ଆଶା ଯୋଡି ହୋଇଯାଇଛି ।
wp:embed {"url":"https://www.prameyanews7.com/pawan-kalyan-and-third-wife-anna-lezhneva-divorce-rumors/","type":"wp-embed","providerNameSlug":"prameya-news-7"} /wp:embed