ମୁମ୍ବାଇ ୧୫।୦୪: ସାମ୍ନାକୁ ଆସିଲେ ଆଉ ଏକ ଶ୍ରଦ୍ଧା କପୁର । ଅର୍ଥାତ୍ ଶ୍ରଦ୍ଧା ହମ୍ସକଲ୍ । ଦେଖିବାକୁ ଅବିକଳ ଶ୍ରଦ୍ଧାକପୁର । ସମାନ ହସ ଏବଂ ସମାନ ଲୁକ୍ । ଯାହା ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ଖାସ୍ କରି ନିଜେ ଶ୍ରଦ୍ଧା କପୁର ବି ହୋଇଯାଇଛନ୍ତି ତାଜୁବ ଅଭିନେତ୍ରୀ ଶ୍ରଦ୍ଧା କପୁର୍ ।
ଆଇପିଏଲ୍ ୨୦୨୪ । କେବଳ ଫ୍ୟାନ୍ସ ହିଁ ନୁହଁନ୍ତି ଅନେକ ସେଲିବ୍ରେଟି ମଧ୍ୟ ହେଉଛନ୍ତି ସାମିଲ । ମ୍ୟାଚ୍ ସମୟରେ କ୍ୟାମେରାର ଫୋକସ୍ ପଡିଥିଲା ଜଣେ ଯୁବତୀଙ୍କ ଉପରେ । ୱାନ୍ଖେଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ହେଉଥିଲା ମ୍ୟାଚ୍ ।
ଯେତେବେଳେ କ୍ୟାମେରାମ୍ୟାନ ଷ୍ଟାଣ୍ଡ୍ ଆଡକୁ କ୍ୟାମେରା ବୁଲାଇଥିଲେ, ସେତେବେଳେ ଜଣେ ଯୁବତୀଙ୍କ ଉପରେ କରିଥିଲେ ଫୋକସ । ଏହି କ୍ଲିପ୍ରେ ଶ୍ରଦ୍ଧା କପୁରଙ୍କ ପରି ଦେଖାଯାଉଥିବା ଯୁବତୀଙ୍କ ଲୁକ୍ସ ଅଭିନେତ୍ରୀ ପରି ଦେଖାଯାଉଥିଲା।
ଏହାପରେ ଭିଡିଓ ଭାଇରାଲ ହେବା ପରେ ଅଭିନେତ୍ରୀ ସ୍କ୍ରିନ୍ସଟ୍ ଶେୟାର କରିଥିଲେ ।
ଯେଉଁଥିରେ ଯୁବତୀଙ୍କ ଚେହେରା ଦେଖାଯାଉଥିଲା। ସେ ଇନ୍ଷ୍ଟାଗ୍ରାମ ଷ୍ଟୋରୀରେ ଏହାକୁ ଶେୟାର କରି କ୍ୟାପ୍ସନ୍ ଦେଇଛନ୍ତି 'ଆରେ ଏ ତ ମୁଁ '। ଏହା ସହିତ ସେ ଏକ ହସୁଥିବା ଇମୋଜି ଶେୟାର କରିଥିଲେ। ଏହାର ବ୍ୟାକ୍ଗ୍ରାଉଣ୍ଡ୍ରେ ‘ମେ ହୁଁ ନା’ ଫିଲ୍ମର ଟାଇଟଲ୍ ଟ୍ରାକ୍ ଚାଲୁଥିଲା।
ଖବର ଅନୁଯାୟୀ, ଶ୍ରଦ୍ଧା କପୁରଙ୍କ ଲୁକ୍ ଭଳି ଭାଇରାଲ୍ ହେଉଥିବା ଏହି ଯୁବତୀଙ୍କ ପ୍ରକୃତ ନାଁ ହେଉଛି ପ୍ରଗତି ନାଗପାଲ । ପ୍ରଗତି ସୋସିଆଲ ମିଡିଆରେ ବେଶ୍ ଲୋକପ୍ରିୟ ଏବଂ ତାଙ୍କ ୧୬୬K ଫଲୋଅର୍ସ ଅଛନ୍ତି।