ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିରେ ହାଜର ହେଲେ ହୋଟେଲ ମାଲିକ
  • ||
  • ଟାଙ୍ଗୀ : ଅଧୁରା ରହିଗଲା ଜଗା ଦର୍ଶନ, ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||

ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ ଗିରଫ୍, ଡ୍ରଗ୍ସ ନେଉଥିବାର ହୋଇଥିଲା ଅଭିଯୋଗ

13/06/2022 at 10:39 AM

ମୁମ୍ବାଇ ୧୩।୦୬ : ବଲିଉଡରେ ପୁଣି ଥରେ ଡ୍ରଗ୍ସ ମାମଲାରେ ନିଜର ଆଭିମୁଖ୍ୟକୁ କଡାକଡି କରିବା ଆରମ୍ଭ କରିଛି। ଡ୍ରଗ୍ ମାମଲାରେ ଅନେକ ସେଲିବ୍ରେଟିଙ୍କ ନାମ ପ୍ରକାଶ ପାଇଥିଲା। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଦେଖାଦେଇଛି । ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କପୁରଙ୍କୁ ବାଙ୍ଗାଲୋରରେ ପୋଲିସ ଗିରଫ କରିଛି। ସିଦ୍ଧାନ୍ତ ଡ୍ରଗ୍ସ ସେବନ କରିଥିବାର ଅଭିଯୋଗ ହୋଇଛି। ଯେଉଁଠାରୁ ସିଦ୍ଧାନ୍ତଙ୍କୁ ଅଟକ ରଖାଯାଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ବାଙ୍ଗାଲୋରର ଏମ.ଜି ରୋଡସ୍ଥିତ ହୋଟେଲରେ ଶ୍ରଦ୍ଧା କପୁରଙ୍କ ଭାଇଙ୍କ ସମେତ ଅନେକ ଲୋକ ପାର୍ଟି କରୁଥିଲେ। ପୋଲିସ ଉକ୍ତ ପାର୍ଟୀରେ ଚଢାଉ କରି ଶ୍ରଦ୍ଧା କପୁରଙ୍କ ଭାଇଙ୍କ ସମେତ ଅନେକ ଲୋକଙ୍କୁ ଅଟକ ରଖିଥିଲା। ୩୫ ଜଣଙ୍କ ନମୁନା ପଠାଇଥିଲା, ସେଥିମଧ୍ୟରୁ ୬ ଜଣଙ୍କ ଡ୍ରଗ୍ସ ଟେଷ୍ଟରେ ପଜିଟିଭ୍‌ ଆସିଛି। କିନ୍ତୁ ଏହି ଲୋକମାନେ ଡ୍ରଗ୍ସକୁ ନେଇ ପାର୍ଟୀକୁ ଆସିଥିଲେ ନା ହୋଟେଲକୁ ଆସି ଡ୍ରଗ୍ସ ନେଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

   Related Posts